BJD MLA Controversy / ଶାଳୀନତା ଭୁଲିଗଲେ ବିଜେଡି ବିଧାୟକ, ସାଂସ୍କୃତିକ ମଞ୍ଚରୁ ବିଜେପି କର୍ମୀଙ୍କୁ ଦେଲେ ଗାଳି
·7 months ago·2 min read

Key Points
ମଞ୍ଚରେ ଶାଳୀନତା ଭୁଲିଗଲେ ବିଜେଡି ବିଧାୟକ
ବିଜେପି କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କଲେ ଡାବୁଗାଁ ବିଧାୟକ
ବିଧାୟକଙ୍କ ଅସଭ୍ୟ ଭାଷା ବ୍ୟବହାରକୁ ନିନ୍ଦା କଲେ ଜିଲ୍ଲାବାସୀ

ମଣ୍ଡେଇ ମଞ୍ଚରେ ହଟହଟା ହେଲେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ । ମଞ୍ଚରେ ଅସଭ୍ୟ ଭାଷା କହି ଏବେ ଅଡ଼ୁଆରେ ଡାବୁଗାଁ ବିଧାୟକ । ସାଂସ୍କୃତିକ ମଞ୍ଚ ଉପରେ ମୁହାଁମୁହିଁ ହେଲେ ବିଧାୟକ ମନୋହର ରାନ୍ଧାରୀ ଓ ବିଜେପି କର୍ମୀ । ଆଉ ମଞ୍ଚ ଉପରେ ଶାଳୀନତା ଭୁଲି ଗଲେ ବିଜେଡି ବିଧାୟକ । ବିଜେପି କର୍ମୀଙ୍କୁ ଅସଭ୍ୟ ଭାଷାରେ କଲେ ଗାଳି କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସାଂସ୍କୃତିକ ମଞ୍ଚରେ ଅସଭ୍ୟ ଭାଷା କହିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ମହୋତ୍ସବ ମଣ୍ଡେଇ ମଞ୍ଚରେ ।
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ମଣ୍ଡେଇ ମହୋତ୍ସବର ଉଦଯାପନୀ ଉତ୍ସବରେ ଅନ୍ୟ ଅତିଥିମାନଙ୍କ ସହିତ ଅତିଥି ଭାବେ ଯୋଗ ଦେଇଥିଲେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ । ସେ ମଞ୍ଚ ଉପରେ ନିଜ ବକ୍ତବ୍ୟ ରଖିବା ସମୟରେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସମୟରେ ମଞ୍ଚ ତଳେ ଥିବା ବିଜେପି କର୍ମୀ ମାନେ ଏହାକୁ ଦୃଢ଼ ପ୍ରତିବାଦ କରିଥିଲେ । ଆଉ ଏହା ପରେ ମଞ୍ଚ ଆଗରେ ପ୍ରତିବାଦ କରୁଥିବା ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ ବିଜେଡି ବିଧାୟକ । ପରେ ସେ ନିଜ ଭାଷାଗତ ଶାଳୀନତା ଭୁଲି ଯାଇ ଅଶ୍ଳୀଳ ଭାଷାରେ ବିଜେପି କର୍ମୀଙ୍କୁ ଗାଳି କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ସେପଟେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀଙ୍କ ଏଭଳି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି, ଯେଉଁମାନେ ୨୪ ବର୍ଷ ଶାସନ କଲେ ସେମାନେ ଆଜି ୧୭ ମାସର ସରକାରଙ୍କୁ ନାନା ପ୍ରକାର ପ୍ରଶ୍ନ କରୁଛନ୍ତି । ଆଜିର ଦିନରେ ରାଜନୈତିକ ପ୍ରସଙ୍ଗ ଉଠାଇବା କଥା ନୁହେଁ । କିନ୍ତୁ ସେମାନେ ସବୁବେଳେ ଅସହ୍ୟ । ରାଜନୈତିକ କଥା କହୁଛନ୍ତି । ଯାହାର ପ୍ରତି ଉତ୍ତର ରଖିବାକୁ ଆମେ ବାଧ୍ୟ ହେଉଛି । କିନ୍ତୁ ମଣ୍ଡେଇ ମହୋତ୍ସବ ହେଉଛି ଭାଇଚାରାର ମଞ୍ଚ । ଏଭଳି ମଞ୍ଚରେ ରାଜନୈତକ କଥା ଉଠାଇବା ଠିକ୍ ନୁହେଁ ।
ଅଧିକ ପଢ଼ନ୍ତୁ: ''କଂଗ୍ରେସ ମୋତେ ବହିଷ୍କାର କରିଛି, କିନ୍ତୁ ମୁଁ କଂଗ୍ରେସଠୁ ଦୂରେଇ ଯାଇନି''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories