BJD Internal Conflict / ନବୀନଙ୍କୁ ବରିଷ୍ଠଙ୍କ ଚେତାବନୀ, ସୁଜାତାଙ୍କୁ ଦାୟିତ୍ବ ଦେଲେ ଭାଗ ଭାଗ ହେବ ବିଜେଡି
·8 months ago·2 min read

Key Points
ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ବରିଷ୍ଠଙ୍କ ଚେତାବନୀ
ଭୂପିନ୍ଦର ସିଂ କହିଲେ, ସୁଜାତାଙ୍କୁ ଦାୟିତ୍ବ ଦେଲେ ଭାଗ ଭାଗ ହେବ ଦଳ
ପ୍ରଫୁଲ୍ଲଙ୍କ ଉଦାହରଣ ଦେଇ ଭୂପିନ୍ଦରଙ୍କୁ ଧମକାଇଲେ ସୁବାସ ସିଂ

ବିଜେଡିରେ ମିଶିବେ ପାଣ୍ଡିଆନଙ୍କ ସ୍ତ୍ରୀ । ଏହି ଚର୍ଚ୍ଚା ଏବେ ଜୋର ଧରିଥିବାବେଳେ ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ସୁପ୍ରିମୋ ନବୀନଙ୍କୁ ଚେତାବନୀ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା । ବିଜେଡି ଭାଗ ଭାଗ ହୋଇଯିବ ବୋଲି ରୋକ୍ ଠୋକ୍ କହିଛନ୍ତି ଭୂପିନ୍ଦର ସିଂ । ସୁଜାତାଙ୍କୁ ବିରୋଧ କରିବାରୁ ଭୂପିନ୍ଦରଙ୍କୁ ବିଜେଡି ଭିତରୁ ଆରମ୍ଭ ହୋଇଯାଇଛି ଧମକ ଚମକ ।
ସୁଜାତାଙ୍କୁ ନେଇ କ'ଣ ରହିଛି ବିଜେଡିର ପ୍ଲାନ ? ପ୍ରତିଷ୍ଠା ଦିବସରେ ସୁଜାତା ଶଙ୍ଖ ଫୁଙ୍କିବେ ନା ମେଳି ରାଜନୀତି ଦେଖି ପ୍ଲାନ୍ ପୋଷ୍ଟପୋନ୍ କରିବେ ? ବିଜେଡି ଭିତରେ ସୁଜାତାଙ୍କୁ ନେଇ ଏ ପ୍ରଶ୍ନ ଭିତରେ ଭୂପିନ୍ଦର କରିଛନ୍ତି ଭବିଷ୍ୟବାଣୀ । ଯଦି ନବୀନଙ୍କ ସୁଜାତାଙ୍କୁ କିମ୍ବା ଆଉ କାହାକୁ ବିଜେଡିର ଦାୟିତ୍ବ ଦିଅନ୍ତି ତେବେ ବିଜେଡି ଭାଗ ଭାଗ ହୋଇଯିବ ବୋଲି କହିଛନ୍ତି ଭୂପିନ୍ଦର । ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, "ବିଜେଡି କହିଲେ ନବୀନ ପଟ୍ଟନାୟକଙ୍କୁ ବୁଝାଏ । ନବୀନ ବାବୁ ଯଦି ନେତୃତ୍ଵ ନନେବେ, ନବୀନ ବାବୁ ଯଦି ସେଠି ନାହାନ୍ତି... ବିଜେଡି କେଉଁଠି ରହିଲା ।"
ଭୂପିନ୍ଦର କହିଛନ୍ତି, "ବରିଷ୍ଠଙ୍କ ଭଳି କନିଷ୍ଠ ବିଜେଡି ନେତା ନୂଆ ନେତୃତ୍ଵକୁ ଆଶଙ୍କା କରି ଏକାଠି ବସୁଥିଲେ । ନବୀନ ଆଗକୁ ଦଳର ନେତୃତ୍ଵ ନେବେ କି ନାହିଁ ଦ୍ଵନ୍ଦ୍ଵ ଥିଲା । ଏବେ ନବୀନ ସ୍ପଷ୍ଟ କରି ସାରିଛନ୍ତି ସେ ଦାୟିତ୍ଵରେ ରହିବେ ।"

ଅଧିକ ପଢ଼ନ୍ତୁ: ସୁଜାତାଙ୍କ BJD ଏଣ୍ଟ୍ରି ନେଇ ପ୍ରମିଳା ଦେଲେ ନୂଆ ସଂକେତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ଏତିକି ନୁହେଁ, ଭୂପିନ୍ଦରଙ୍କ ଅଭିଯୋଗ ଦଳ ଚଳାଉଛନ୍ତି ହାତ ଗଣତି ତିନି - ଚାରି ଜଣ । ସମସ୍ତଙ୍କୁ ସାଙ୍ଗରେ ନେଇ ନ ଚାଲିଲେ ମେଳି ଓ ଅସନ୍ତୋଷ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଭୂପିନ୍ଦର । ତେବେ ପ୍ରଫୁଲ୍ଲଙ୍କ ଉଦାହରଣ ଦେଖି ପରୋକ୍ଷରେ ଭୂପିନ୍ଦରଙ୍କୁ ବହିଷ୍କାରର ଧମକ ଦେଇଛନ୍ତି ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂ ।
ସୁଜାତାଙ୍କୁ ନେଇ ବିଜେଡି ଭିତରେ ଏ ଘମାସନ ଭିତରେ କିଛି ପରାମର୍ଶ ଦେବାର ଥିଲେ ନବୀନଙ୍କୁ ଭେଟି ଦିଅନ୍ତୁ ବୋଲି କହିଛନ୍ତି ଦେବୀ ମିଶ୍ର ।
ସୁଜାତାଙ୍କୁ ବିଜେଡିରେ ବଡ଼ ଦାୟିତ୍ବ ମିଳୁ ଏହା ଚାହୁଁନାହାଁନ୍ତି ଆଣ୍ଟି ପାଣ୍ଡିଆନ ଗୋଷ୍ଠୀ । କିନ୍ତୁ ପ୍ରୋ ପାଣ୍ଡିଆନ ଗୋଷ୍ଠୀ ପାରୁ ପର୍ଯନ୍ତ ସୁଜାତାଙ୍କୁ ସାମିଲ ପାଇଁ ଲବି କରୁଛନ୍ତି । ତେବେ ସୁଜାତାଙ୍କୁ ଦାୟିତ୍ବ ବିଜେଡିର ଭୁଲ ରାଜନୈତିକ ନିଷ୍ପତ୍ତି ବୋଲି ପୂର୍ବରୁ ଖୋଲା ଖୋଲି କହି ସାରିଛନ୍ତି ରାଜ୍ୟସଭା ସାସଂଦ ଦେବାଶିଷ ସାମନ୍ତରାୟ । ଏ ସବୁ ଭିତରେ ପ୍ରତିଷ୍ଠା ଦିବସରେ ସୁଜାତାକୁ ନ ମିଶାଇ ଉପଯୁକ୍ତ ସମୟକୁ ସୁପ୍ରିମୋ ଅପେକ୍ଷା କରିବେ ବୋଲି କୁହାଯାଉଛି ।

Related Topics
Explore more stories