BJD Internal Dispute / ବିଜେଡିରେ ବର୍ଷିଲେ ବରିଷ୍ଠ, ନୂଆ ଦଳ ଗଢ଼ିବାକୁ ଦେଲେ ଚେତାବନୀ
·7 months ago·2 min read

Key Points
ସୁଜାତାଙ୍କୁ ଉତ୍ତରାଧିକାରୀ ଚର୍ଚ୍ଚା ପରେ ବିଜେଡିରେ ଘନେଇଲା ବିବାଦ
ବର୍ଷିଲେ ବରିଷ୍ଠ, ନୂଆ ଦଳ ଗଢିବାକୁ ଦେଲେ ଚେତାବନୀ
ଦେବାଶିଷ ଛାଡିଲେ ପଦ, ଭୁପିନ୍ଦର କହିଲେ ବିକଳ୍ପ ପ୍ରସ୍ତୁତ
ବର୍ଷିଲେ ବରିଷ୍ଠ, ନୂଆ ଦଳ ଗଢିବାକୁ ଦେଲେ ଚେତାବନୀ
ଦେବାଶିଷ ଛାଡିଲେ ପଦ, ଭୁପିନ୍ଦର କହିଲେ ବିକଳ୍ପ ପ୍ରସ୍ତୁତ
ବିଜୁ ଜନତା ଦଳରେ ବର୍ଷିଲେ ବରିଷ୍ଠ, ନୂଆ ଦଳ ଗଢିବାକୁ ଚେତାବନୀ ଦେଲେ । ସୁଜାତାଙ୍କୁ ଉତ୍ତରାଧିକାରୀ ଚର୍ଚ୍ଚା ପରେ ବିଜେଡିରେ ଘନେଇଲା ବିବାଦ । ଦଳୀୟ ପଦବୀ ପ୍ରତ୍ୟାଖ୍ୟାନ ସହ ନବୀନଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେହିପରି ଭୂପିନ୍ଦର କହିଲେ, ବରିଷ୍ଠ ମାନଙ୍କୁ ଦୂରେଇ ଦେଉଛି ଦଳ । ମାପିଚୁପି ବୟାନ ରଖିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।
ସେପଟେ ବିଜେଡି କଳିକୁ ଅଧିକ ଚେଙ୍କିଛି ବିଜେପି । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଆଗକୁ ଆହୁରି ନେତା ମୁହଁ ଖୋଲିବେ ଆଉ ତାସ ଘର ଭଳି ଭାଙ୍ଗିଯିବ ବିଜେଡି ।
ଅଧିକ ପଢ଼ନ୍ତୁ: ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?'
ନୂଆପଡ଼ା ବିପର୍ଯ୍ୟୟ ଓ ସୁଜାତାଙ୍କ ଏଣ୍ଟ୍ରିକୁ ବିରୋଧ ପ୍ରସଙ୍ଗ ଭିତରେ ନଇଁ ପଡିଥିଲା ବିଜେଡି ସଂଗଠନ । ସୁଯୋଗ ଦେଖି ବିଧାଏ ମାରିଲେ ବରିଷ୍ଠ । ଦଳୀୟ ପଦବୀ ପ୍ରତ୍ୟାଖ୍ୟାନ କଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନବୀନଙ୍କୁ ଚିଠି ଲେଖି ଝାଡ଼ିଲେ ଅସନ୍ତୋଷ । କହିଲେ ବିଜୁଙ୍କ ବିଚାରଧାରାରୁ ଦୂରେଇ ଯାଉଛି ବିଜେଡି । ନିଷ୍ଠାବାନଙ୍କ ପାଇଁ ଦଳରେ ସ୍ଥାନ ନାହିଁ । ସାମ୍ବାଦିକ ସମ୍ମିଳନୀରେ ବି ଆଣିଲେ ସାଂଘାତିକ ଅଭିଯୋଗ । ଭୈରବ ପାଣ୍ଡିଆନଙ୍କ ପାଲତୁ ଆଦିତ୍ୟ ମହାପାତ୍ର ଏବେ ଦଳ ଚଳାଉଥିବା କହି ଖୋଲିଲେ ଗୁମର । କେବଳ ଦେବାଶିଷ ନୁହଁନ୍ତି ଭୁପିନ୍ଦର ବି ମାରିଲେ ବାଣ । କହିଲେ ବରିଷ୍ଠ ମାନଙ୍କୁ ଦୂରେଇ ଦେଇଛି ଦଳ । ପାଣି ମୁଣ୍ଡ ଉପରେ ଚଢ଼ିଲେ ବିକଳ୍ପ ବ୍ୟବସ୍ଥାରେ ନୂଆ ଦଳ କଥା ଚିନ୍ତା କରିବୁ । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କିନ୍ତୁ ମାପିଚୁପି ରଖିଛନ୍ତି ବୟାନ । କହିଛନ୍ତି, ନେତାଙ୍କ ଭିତରେ କ୍ଷୋଭ ଅଛି ଦାୟିତ୍ୱରେ ଥିବା ଲୋକ ବୁଝି ବିଚାରି କାମ କଲେ ଭଲ ।ସେପଟେ ବିଜେଡି କଳିକୁ ଅଧିକ ଚେଙ୍କିଛି ବିଜେପି । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଆଗକୁ ଆହୁରି ନେତା ମୁହଁ ଖୋଲିବେ ଆଉ ତାସ ଘର ଭଳି ଭାଙ୍ଗିଯିବ ବିଜେଡି ।
ଅଧିକ ପଢ଼ନ୍ତୁ: ଦେବାଶିଷଙ୍କୁ ଭୂପିନ୍ଦରଙ୍କ ସମର୍ଥନ; BJDକୁ ଖୋଲା ଚେତାବନୀ ଦେଇ କହିଲେ- 'ଚିନ୍ତା କରୁଛୁ ବିକଳ୍ପ'
ଏସବୁ ଭିତରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପୁଣି କେଞ୍ଚାଏ ମାରିଛନ୍ତି ପୂର୍ବତନ ବିଜେଡି ମ୍ୟାଡମ ଶ୍ରୀମୟୀ ମିଶ୍ର । ଲେଖିଛନ୍ତି ବିଦ୍ରୋହର ବହ୍ନି, ବିପ୍ଳବର ଆରମ୍ଭ, ବିନାଶର ଶଙ୍ଖ ନାଦ । ତେବେ ଦେଖିବାର କଥା ବରିଷ୍ଠଙ୍କ ଏହି ଶଙ୍ଖ ନାଦରେ ବିଜେଡିର ସୂର୍ଯ୍ୟ ଅସ୍ତମିତ ହେଉଛି ନା ନୂଆ ସକାଳ ଆଣୁଛି ।📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories