Videos
|
Politics

Sujata Karthikeyan BJD / ଓଡ଼ିଶା ବୁଲି ସ୍ଵାମୀ କରିଥିଲେ ଦଳର ସର୍ବନାଶ, ଏବେ ନିର୍ବାଚନ ପୂର୍ବରୁ ପଞ୍ଚାୟତ ବୁଲିବେ ସୁଜାତା

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଓଡ଼ିଶା ବୁଲି ସ୍ଵାମୀ କରିଥିଲେ ଦଳର ସର୍ବନାଶ, ଏବେ ନିର୍ବାଚନ ପୂର୍ବରୁ ପଞ୍ଚାୟତ ବୁଲିବେ ସୁଜାତା
Naveen Patnaik

Key Points

ଗ୍ରାଉଣ୍ଡକୁ ଯିବେ ସୁଜାତା
ନିର୍ବାଚନ ପୂର୍ବରୁ ବୁଲିବେ ପଞ୍ଚାୟତ
ନବୀନ ଗଲେନି, ସୁଶାନ୍ତଙ୍କ ଶ୍ରଦ୍ଧାଞ୍ଜଳୀରେ ସାମିଲ ହେଲେ ସୁଜାତା
ପାଣ୍ଡିଆନଙ୍କ ପରି ଗ୍ରାଉଣ୍ଡକୁ ଯିବେ ସୁଜାତା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏ ନେଇ ବିଜେଡି କରିଛି ବଡ଼ ପ୍ଲାନ୍‌ । ପୁରୀ, କଟକ ପରେ ସମ୍ବଲପୁରରେ ସୁଶାନ୍ତଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ସାମିଲ ହୋଇଥିଲେ ସୁଜାତା । ତେବେ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେଲିକେପ୍ଟରରେ ଉଡି ଉଡି ସବୁ ବ୍ଲକରେ ପାଣ୍ଡିଆନ କରିଥିବା ସଭା ଦଳ ପାଇଁ ବୁମେରାଂ ହୋଇଥିବା ବେଳେ ସୁଜାତାଙ୍କ ଗସ୍ତର କ'ଣ ରହିବ ପ୍ରଭାବ ତାକୁ ନେଇ ଚର୍ଚ୍ଚା ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଜାତାଙ୍କୁ ମୈଦାନକୁ ଓହ୍ଲାଇବାକୁ ବିଜେଡିର ବ୍ଲୁ ପ୍ରିଣ୍ଟ । ବିଜେଡିରେ କର୍ମୀ ଭାବେ ମିଶିଥିଲେ ବି ତାଙ୍କ କାନ୍ଧରେ ଏବେ ସୁପ୍ରିମୋଙ୍କ ଦାୟିତ୍ବ । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଥିଲେ ସୁଜାତା । ତା' ପରେ କଟକ ଯାଇ ମା' ଚଣ୍ଡୀଙ୍କ ନିକଟରେ କରିଥିଲେ ପୂଜାର୍ଚ୍ଚନା । ଆଉ ଉଭୟ ଜାଗାରେ ସୁଜାତାଙ୍କୁ ବିଜେଡିର ସର୍ବୋଚ୍ଚ ନେତା ଭଳି ସ୍ବାଗତ କରିଥିଲେ ନେତା ଓ କର୍ମୀ । ବିଧାୟକ ଓ ସାଂସଦ ବି ବାଦ୍‌ ପଡିନଥିଲେ । ଆଉ ଗତକାଲି ସମ୍ବଲପୁର ଯାଇ ସମଲେଶ୍ଵରୀଙ୍କ ଦର୍ଶନ କରିବା ସହ ସୋହେଲାରେ ସୁଶାନ୍ତ ସିଂଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସୁଜାତା । ତେବେ ଆଗକୁ ସୁଜାତା ବୁଲିବେ ପଞ୍ଚାୟତ ।

ଅଧିକ ପଢ଼ନ୍ତୁ: CMOରୁ ଫାଇଲ ହଜିବା ଘଟଣା, ପୁଣି ରିମାଇଣ୍ଡର ପଠାଇପାରେ କ୍ରାଇମବ୍ରାଞ୍ଚ


ବଡ଼ କଥା ହେଉଛି ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର କିଛି ମାସ ଥିବା ବେଳେ ନବୀନ ଏପର୍ଯ୍ୟନ୍ତ ଗ୍ରାଉଣ୍ଡକୁ ଓହ୍ଲାଇ ନାହାନ୍ତି । ସାଧାରଣ ନିର୍ବାଚନ ପରଠାରୁ ମାତ୍ର ଥରେ ବର୍ଷା କ୍ଷୟକ୍ଷତିର ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା ପାଇଁ କିଛି ଅଞ୍ଚଳ ଗସ୍ତ କରିଥିଲେ ନବୀନ । ଏବେ ବି ସେ ନେତାଙ୍କୁ ନବୀନ ନିବାସ ଡାକି ବୈଠକ କରୁଛନ୍ତି । ବିଜେଡିର ଅନେକ ନେତା ବିଜେପିରେ ମିଶିବା ପରେ ଏବଂ ୮ ବିଧାୟକ ନିଲମ୍ବନ ହେବା ପରେ, ନେତା ଶୂନ୍ୟ ନିର୍ବାଚନ ମଣ୍ଡଳୀରେ ନୂଆ ନେତା ବାଛିବାକୁ ଯେଉଁ ପ୍ରୟାସ ହେଉଛି ତାକୁ ବି ନବୀନ ନିବାସରୁ କରାଯାଉଛି । ଅନ୍ୟପଟେ ସୁଜାତାକୁ ନେଇ ଦଳରେ ଅସନ୍ତୋଷ ଏବେ ବି ରହିଛି । ତେବେ ସୁଜାତାଙ୍କ ସ୍ଵାମୀ ଭୈରବ ପାଣ୍ଡିଆନ ୨୦୨୪ ସାଧାରଣ ନିର୍ବାଚନ ବେଳେ ରାଜ୍ୟ ବୁଲିବା ବିଜେଡି ପାଇଁ ବୁମେରାଂ ହୋଇଥିଲା । ଏମିତି ସ୍ଥିତିରେ ସୁଜାତାଙ୍କ ରାଜ୍ୟ ଭ୍ରମଣ କେତେ ଗ୍ରହଣୀୟ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୁଜାତା ମିଶିବା ପରେ ଶଙ୍ଖ ଭବନରେ ଦେଖିବାକୁ ମିଳିଥିଲା ନେତାଙ୍କ ଭିଡ଼ । ସୁଜାତାଙ୍କ ସହ ସାକ୍ଷାତ କରି ଫୋଟୋ ଉଠାଇବାକୁ ନେତାଙ୍କ ମଧ୍ୟରେ ସତେ ଯେମିତି ଚାଲିଥିଲା ପ୍ରତିଯୋଗିତା । କୁହାଗଲା ଗ୍ରାଉଣ୍ଡକୁ ଯିବା ପୂର୍ବରୁ ଏହା ଥିଲା ତାଙ୍କର ପାଗ ଭିଡା । ଏବେ ମଇଦାନକୁ ଓହ୍ଲାଇଛନ୍ତି ସୁଜାତା । ତେବେ ନବୀନଙ୍କୁ ନବୀନ ନିବାସ ଭିତରେ ସୀମିତ ରଖି ଠିକ ସ୍ବାମୀଙ୍କ ରାସ୍ତାରେ ଗ୍ରାଉଣ୍ଡରେ କର୍ମୀଙ୍କୁ ନେତାଙ୍କ ଭଳି ଉଦବୋଧନ ଦେବାର କଳାରେ ସେ କେତେ ପାସ୍ ହେବେ ତା ଉପରେ ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: