BJD Congress Whip / ବିକ୍ରି ହୋଇଗଲେଣି କି ବିଜେଡି ଘୋଡା ? ଦଳୀୟ ବିଧାୟକଙ୍କୁ ବାନ୍ଧି ରଖିବା ପାଇଁ ଜାରି କଲା ହୁଇପ୍
·4 months ago·2 min read

Key Points
ବିକ୍ରି ହୋଇଗଲେଣି କି ବିଜେଡି ଘୋଡା ?
ବିଭାଜିତ ହୋଇଯିବେ କି ବିଜେଡି ବିଧାୟକ ?
ସୁବାସିନୀଙ୍କ ଅସ୍ପଷ୍ଟ ଆଭିମୁଖ୍ୟକୁ ନେଇ ବି ଚିନ୍ତାରେ ବିଜେଡି

ରାଜ୍ୟସଭା ନିର୍ବାଚନ ପାଇଁ ସମୟ ଯେତିକି ପାଖଉଛି, ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ବିକ୍ରି ହୋଇଗଲେଣି କି ବିଜେଡି ଘୋଡା ? ସୁବାସିନୀଙ୍କ ଅସ୍ପଷ୍ଟ ଆଭିମୁଖ୍ୟକୁ ନେଇ ବି ଚିନ୍ତାରେ ବିଜେଡି । ତେବେ ଦଳୀୟ ବିଧାୟକଙ୍କୁ ବାନ୍ଧି ରଖିବା ପାଇଁ ହୁଇପ୍ ଜାରି କଲା ବିଜେଡି । କଂଗ୍ରେସ ମଧ୍ୟ ସମାନ ହୁଇପ୍ ଜାରି କରିଛି । ବିଜେପିର କହିବା ହେଲା, ଯଦି ଏତେ ଭୟ, କାହିଁକି ଦେଉଥିଲ ଚତୁର୍ଥ ପ୍ରାର୍ଥୀ ?
ରାଜ୍ୟସଭା ନିର୍ବାଚନ ପାଇଁ ସମୟ ଯେତିକି ପାଖଉଛି, ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ନୀରବ ବସିଛନ୍ତି ବିଜେପି ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ । ବିଜେଡି ଓ କଂଗ୍ରେସରେ କିନ୍ତୁ ବଢି ଚାଲିଛି ରାଜନୈତିକ ହଟଚମଟ । ବିଜେଡି ଭିତରେ ଖେଳି ଯାଇଛି ଅବିଶ୍ଵାସର ବାତାବରଣ । ନିଜ ବିଧାୟକମାନେ ଘୋଡା ବେପାରରେ ସାମିଲ ହୋଇ ବିକ୍ରି ହେଇଯାଉଥିବା ଅନୁଭବ କରି ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି ଖୋଦ ବିଜେଡି ମୁଖିଆ ।
ନବୀନଙ୍କ ଏଭଳି ଅଭିଯୋଗର ଠିକ୍ ପରେ ପରେ ବିଜେଡି ପକ୍ଷରୁ ବିଧାୟକମାନଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି ହୁଇପ୍ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହୁଇପ୍ ଜାରି କରି କହିଛନ୍ତି, ବିଧାୟକମାନେ ୧୩ ମାର୍ଚ୍ଚରୁ ୧୬ ମାର୍ଚ୍ଚ ଯାଏଁ ଭୁବନେଶ୍ୱର ଛାଡ଼ିବେ ନାହିଁ । କଂଗ୍ରେସ ମଧ୍ୟ ବିଜେଡି ଭଳି ହୁଇପ୍ ଜାରି କରିଛି ।
ସେପଟେ ଗତକାଲି ସ୍ୱାମୀ ରବୀନ୍ଦ୍ର ଜେନା ବିଜେପିରେ ଯୋଗଦେବା ପରେ ଏବେ ବିଜେଡି ଆଖିରେ ସୁବାସିନୀଙ୍କୁ ନେଇ ସନ୍ଦେହର ବାତାବରଣ ରହିଛି । ରାଜ୍ୟସଭା ନିର୍ବାଚନକୁ ନେଇ ଆଜି ପୁଣି ସସ୍ପେନ୍ସ ବଢ଼ାଇଛନ୍ତି ସୁବାସିନୀ । କାହାକୁ ଭୋଟ୍ ଦେବେ ସ୍ପଷ୍ଟ ନ କରି କହିଛନ୍ତି, କାହାକୁ ଭୋଟ୍ ଦେବି ୧୬ ତାରିଖରେ ଜାଣିପାରିବେ । ଅନ୍ୟପଟେ ନୀରବ ରହି ଗୋଟି ଚାଳନା କରୁଥିବା ବିଜେପି କଟାକ୍ଷ କରି କହିଛି ଯଦି ଏତେ ଭୟଭୀତ ତେବେ ଚତୁର୍ଥ ପ୍ରାର୍ଥୀ ଦେଉଛ କାହିଁକି ?
ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ଅଧିକ ଉଷ୍ମ ହେଉଛି ରାଜନୀତି । ଅଧିକାଂଶ ଯୁବ ଓ ନୂଆ ବିଧାୟକ ଥିବାରୁ କେମିତି ଦେବେ ଭୋଟ୍ ଏନେଇ ଦିଆଯିବ ଟ୍ରେନିଂ । ଆସନ୍ତାକାଲି ଉଭୟ ବିଜେପି ଓ ବିଜେଡି ନିଜ ନିଜ ବିଧାୟକମାନଙ୍କୁ ଦେବେ ଟ୍ରେନିଂ । ତେବେ ପ୍ରଶ୍ନ ହୁଇପ୍ର ଚାବୁକ ଅଙ୍କୁଶ ଲଗାଇବ କି କ୍ରସ୍ ଭୋଟିଂରେ ।
ପଢନ୍ତୁ ଏହି ଖବର: ସୋସିଆଲ ମିଡିଆରେ ବିଜେଡି-କଂଗ୍ରେସ ବାହାଘର କାର୍ଡ, କଟାକ୍ଷ କଲେ ବିଜେପି ମୁଖପାତ୍ର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories