5th Rangasamy Govt / ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବେ ରଙ୍ଗାସାମୀ; ନିଯୁକ୍ତ ଦେଲେ ରାଷ୍ଟ୍ରପତି
·1 hour ago·2 min read

Key Points
ପଞ୍ଚମ ଥର ଲାଗି କେନ୍ଦ୍ରଶାସିତ ଅଞ୍ଚଳର ପୁଦୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିବାକୁ ଯାଉଛନ୍ତି ଅଲ୍ ଇଣ୍ଡିଆ ଏନଆର କଂଗ୍ରେସ ସୁପ୍ରିମୋ ଏନ. ରଙ୍ଗାସାମୀ।
Puducherry CM Rangasamy: ୨୦୨୬ ବିଧାନସଭା ନିର୍ବାଚନ ଶେଷ ହୋଇସାରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ପୁଦୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଏନ. ରଙ୍ଗାସାମିଙ୍କୁ ନିଯୁକ୍ତ କରିଛନ୍ତି। ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ କୁହାଯାଇଛି, "ରାଷ୍ଟ୍ରପତି ଏନ. ରଙ୍ଗାସାମିଙ୍କୁ କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀର ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ତାଙ୍କ ଶପଥ ଗ୍ରହଣ ତାରିଖରୁ କାର୍ଯ୍ୟକାରୀ ହେବ।
ସରକାରୀ ସୂତ୍ର ଅନୁସାରେ ଏହି ବିଜ୍ଞପ୍ତି ଜାରି ହୋଇସାରିବା ପରେ ପୁଦୁଚେରୀ ଉପରାଜ୍ୟପାଳ କେ. କୈଳାଶନାଥନ ଅଲ ଇଣ୍ଡିଆ ଏନ.ଆର କଂଗ୍ରେସ ସୁପ୍ରିମୋ ରଙ୍ଗାସାମିଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ମେ ୧୩ ତାରିଖ ବୁଧବାର ରଙ୍ଗାସାମୀ ପଞ୍ଚମ ଥର ପାଇଁ ପୁଦୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ନିକଟରେ ଅନୁଷ୍ଠିତ ହୋଇଥିବା ପୁଦୁଚେରୀ ବିଧାନସଭା ନିର୍ବାଚନରେ ଅଲ ଇଣ୍ଡିଆ ଏନ.ଆର କଂଗ୍ରେସ ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ ଦମଦାର ବିଜୟ ହାସଲ କରିଛି। ଏହି ନିର୍ବାଚନ ପାଇଁ ଗତ ଅପ୍ରେଲ ୯ ତାରିଖରେ ଅନୁଷ୍ଠିତ ହୋଇଥିଲା ମତଦାନ। ସେହିପରି ଗତ ମେ ୪ ତାରିଖରେ ପ୍ରକାଶ ପାଇଥିଲା ପୁଦୁଚେରୀ ବିଧାନସଭା ନିର୍ବାଚନ ଫଳାଫଳ।
ଏହା ସହ ପଢନ୍ତୁ: ଆସନ୍ତାକାଲି ଠାରୁ ବିଶ୍ୱ ଶର୍ମାଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ; ବଙ୍ଗ ଭଳି ଆସାମରେ ହେବ ଭବ୍ୟ ଶପଥ ଗ୍ରହଣ
ରଙ୍ଗାସାମିଙ୍କ ନେତୃତ୍ୱାଧିନ ଅଲ୍ ଇଣ୍ଡିଆ ଏନଆର କଂଗ୍ରେସ (AINRC) ମୋଟ ୧୬ ଆସନରେ ନିର୍ବାଚନ ଲଢି ୧୨ ସିଟ୍ ଜିତିଛି। ଅନ୍ୟପଟେ ବିଜେପି (BJP) ୧୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୪ ସିଟ୍ ଜିତିଥିଲା। ଅନ୍ୟପଟେ ଶାସକ ଏନଡ଼ିଏ ମେଣ୍ଟରେ (National Democratic Alliance) ସାମିଲ ରହିଥିବା ଅନ୍ୟ ଅଂଶୀଦାର ଦଳ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କାଝଗମ୍ (AIADMK) ଏବଂ ଲଚ୍ଛିଆ ଜନନୟାଗ କାଚ୍ଚି (LJK) ପ୍ରତ୍ୟେକ ଗୋଟିଏ ଗୋଟିଏ ଆସନ ପାଇଛନ୍ତି। ମୋଟ ୩୦ ସଦସ୍ୟ ବିଶିଷ୍ଟ ପୁଦୁଚେରୀ ବିଧାନସଭାରେ ଶାସକ ମେଣ୍ଟ ପାଖରେ ମୋଟ ୧୮ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପଟେ ୩ ଜଣ ମନୋନୀତ ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥାନ୍ତି।
ଅନ୍ୟପକ୍ଷରେ ମୁଖ୍ୟ ବିରୋଧି ଦଳ ଦ୍ରାବିଡ ମୁନେତ୍ର କାଝଗମ୍ (DMK) ୫ ଆସନ ଜିତିଛି। ସେହିପରି କଂଗ୍ରେସ ଗୋଟିଏ ଏବଂ ତାମିଲ ଅଭିନେତା ତଥା ବର୍ତ୍ତମାନର ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ତାମିଲଗା ଭେତ୍ରି କାଝଗମ୍ (TVK) ୨ ଆସନ ପାଇଛି। ସେହିପରି ୩ ଜଣ ସ୍ୱାଧିନ ବିଧାୟକ ମଧ୍ୟ ନିର୍ବାଚନ ହୋଇଛନ୍ତି। ସେମନଙ୍କ ମଧ୍ୟରୁ ୨ ଜଣ ଏନଡ଼ିଏ ସରକାରଙ୍କୁ ନିଜର ସମର୍ଥନ ଜଣାଇ ସାରିଛନ୍ତି।
ଛଅସ୍ତରୀ (୭୬) ବର୍ଷୀୟ ଏନ. ରଙ୍ଗାସାମୀ ପୂର୍ବରୁ ୨୦୦୧ ରୁ ୨୦୦୬ ଏବଂ ପୁଣି ଥରେ ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ପୁଦୁଚେରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। କଂଗ୍ରେସ ସହ ମତଭେଦ ହେବା ପରେ ସେ ଅଲ୍ ଇଣ୍ଡିଆ ଏନଆର କଂଗ୍ରେସ ପ୍ରତିଷ୍ଠା କରିବା ପରେ ପୁନର୍ବାର ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ତୃତୀୟ ଥର ଲାଗି ପୁଦୁଚେରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ଏଆଇଏନଆରସି-ବିଜେପି ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ। ଏବେ ପୁଣି ଥରେ ସେ ଏନଡ଼ିଏ ସରକାରର ନେତୃତ୍ୱ ନେବାକୁ ଯାଉଛନ୍ତି। ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ ଥାଟନଚାୱାଡି ଏବଂ ମଙ୍ଗଳମ ଆସାନରୁ ନିର୍ବାଚିତ ହୋଇଥିଲେ। ଶୁକ୍ରବାର ସେ ପଦୁଚେରୀ ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories