Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

RS bypoll 2026 BJP candidate / ରାଜ୍ୟସଭା ଉପନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା

Subhramjit Ray
Browse all articles by Subhramjit Ray
·1 week ago·2 min read
ରାଜ୍ୟସଭା ଉପନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା
RS bypoll 2026 BJP candidate

Key Points

ନିକଟରେ ଟିଏମସି ଛାଡି ଦଳରେ ଯୋଗ ଦେଇଥିବା ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବଡ଼ାଇକଙ୍କୁ ପଶ୍ଚିମବଙ୍ଗରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି।



RS bypoll 2026 West Bengal: ଚଳିତ ମାସ ୨୨ ତାରିଖରେ ହେବାକୁ ଯାଉଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ହୋଇଛି ପ୍ରାର୍ଥୀ ଘୋଷଣା। ଆସନ୍ତା ୨୨ ଜୁଲାଇରେ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ରାଜ୍ୟସଭା ଉପନିର୍ବାଚନ ଲାଗି ୩ ପୂର୍ବତନ ଟିଏମସି ନେତା ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି। ତୃଣମୂଳ କଂଗ୍ରେସ ଛାଡି଼ ଗୁରୁବାର (ଜୁଲାଇ ୯) ଦଳରେ ଯୋଗ ଦେଇଥିବା ୩ ଟିଏମସି ନେତାଙ୍କୁ ପୁଣି ଥରେ ରାଜ୍ୟସଭା ଟିକେଟ ଦେଇଛି ବିଜେପି। ଦଳରେ ଯୋଗ ଦେବା ପରେ, ବିଜେପି ପଶ୍ଚିମବଙ୍ଗର ଖାଲି ହୋଇଥିବା ୩ ରାଜ୍ୟସଭା ଆସନ ପାଇଁ ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବଡ଼ାଇକଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଘୋଷଣା କରିଛି।

ଇସ୍ତଫା ଦେବା ପରେ ପୁନର୍ବାର ମିଳିଲା ରାଜ୍ୟସଭା ଟିକେଟ୍
ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବଡ଼ାଇକ ନିକଟରେ ସେମାନଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଦଳୀୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଯାହା ଫଳରେ ଏହି ତିନୋଟି ଆସନ ଖାଲି ପଡ଼ିଥିଲା। ଟିଏମସି ଛାଡ଼ିବା ପରେ ସେମାନେ ଗୁରୁବାର ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଦଳରେ ଯୋଗଦାନ କରିଥିଲେ। କିଛି ଘଣ୍ଟା ମଧ୍ୟରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସେମାନଙ୍କ ନାମକୁ ଅନୁମୋଦନ କରି ସେମାନଙ୍କୁ ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳୀୟ ​​ପ୍ରାର୍ଥୀ କରିଥିଲେ।

ଏହା ସହ ପଢନ୍ତୁ: ମମତା ବାନାର୍ଜୀଙ୍କୁ ଜବରଦସ୍ତ ଝଟକା; BJP ହାତ ଧରିଲେ ୩ ପୂର୍ବତନ TMC ସାଂସଦ

ରାଜ୍ୟସଭା ଉପନିର୍ବାଚନକୁ ନେଇ କ'ଣ ରହିଛି ରଣନୀତି?
ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ପୂର୍ବତନ ଟିଏମସି ନେତାଙ୍କୁ ପ୍ରାର୍ଥୀ କରି, ବିଜେପି ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସକୁ ମାନସିକ ଭାବରେ ପରାସ୍ତ କରିବାକୁ ଚେଷ୍ଟା କରିଛି। ଯେଉଁ ଟିଏମସି ନେତା ନିକଟରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ, ସେମାନଙ୍କୁ ପୁନର୍ବାର ନିର୍ବାଚିତ କରିବାର ଏହି ରଣନୀତି ଆଗାମୀ ନିର୍ବାଚନ ପୂର୍ବରୁ ବଙ୍ଗ ରାଜନୈତିକୁ ନୂଆ ରୂପ ଦେଇପାରେ।

ପଶ୍ଚିମବଙ୍ଗ ବିଜେପି ସଭାପତି ପୂର୍ବତନ ସାଂସଦ ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବଡ଼ାଇକଙ୍କୁ ଦଳୀୟ ଉତ୍ତରୀୟ ପକାଇ ଦଳରେ ସ୍ୱାଗତ କରିଥିଲେ। ଏହି ଅବସରରେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ସେମାନେ ଆସ୍ଥା ପ୍ରକଟ କରି, ଆଜି ସେମାନ ବିଜେପିରେ ଯୋଗ ଦେଇଛନ୍ତି। 

ସେ ଆହୁରି କହିଛନ୍ତି, ପଶ୍ଚିମବଙ୍ଗରେ ବାମ ମୋର୍ଚ୍ଚା ୩୪ ବର୍ଷ ଧରି ଶାସନ କରିଥିଲା। ଏହା ପରେ ତୃଣମୂଳ କଂଗ୍ରେସ ସରକାରକୁ ଆସିଥିଲା। ପଶ୍ଚିମବଙ୍ଗରେ ଏତେ ଦିନ ଧରି ଚାଲିଥିବା ରାଜନୀତି ଆମର ସଂଘୀୟ ଗଠନକୁ ଚ୍ୟାଲେଞ୍ଜ କରିଥିଲା। କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ, ସେମାନେ ରାଜ୍ୟକୁ କେନ୍ଦ୍ର ସହ ଲଢେଇ କରିବାରେ ଲଗାଇ ଦେଇଥିଲେ। ଯାହା ଫଳରେ ରାଜ୍ୟର ବିକାଶ ଅଟକି ଯାଇଥିଲା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Fields 3 Ex-TMC MPs for West Bengal Rajya Sabha Bypolls 2026 | Argus News