Bengal political update today / ମମତା ବାନାର୍ଜୀଙ୍କୁ ଜବରଦସ୍ତ ଝଟକା; BJP ହାତ ଧରିଲେ ୩ ପୂର୍ବତନ TMC ସାଂସଦ
·2 months ago·3 min read

Key Points
ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଲାଗିଛି ଜବରଦସ୍ତ ଝଟକା। ଦଳର ୩ ଜଣ ପୂର୍ବତନ ଟିଏମସି ରାଜ୍ୟସଭା ସାଂସଦ ସୁଖେନ୍ଦୁ ସେଖର ରୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ ବଡ଼ାଇକ ବିଜେପି ହାତ ଧରିଛନ୍ତି।
3 ex TMC MP joins BJP: ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଜବରଦସ୍ତ ଝଟକା। ଗୁରୁବାର (ଜୁଲାଇ ୯) ୩ ବରିଷ୍ଠ ଟିଏମସି ନେତା ଏବଂ ରାଜ୍ୟସଭା ସାଂସଦ ବିଜେପି ହାତ ଧରିଛନ୍ତି। ବିଜେପି ହାତ ଧରିଥିବା ଏହି ତିନି ପ୍ରମୁଖ ନେତା ହେଉଛନ୍ତି ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବଡ଼ାଇକ। ପଶ୍ଚିମବଙ୍ଗ ବିଜେପି ସଭାପତି ଶମିକ୍ ଭଟ୍ଟାଚାର୍ଯ୍ୟ ୩ ଟିଏମସି ନେତାଙ୍କ ଦଳର ଯୋଗଦାନ ବିଷୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି।
ଏନେଇ ପ୍ରତିକ୍ରିୟା ରଖି ସଭାପତି ଭଟ୍ଟାଚାର୍ଯ୍ୟ କହିଛନ୍ତି ୩ ଜଣ ଟିଏମସି ନେତା ଗୁରୁବାର ଆନୁଷ୍ଠାନିକ ଭାବରେ ଦଳରେ ଯୋଗଦାନ କରିଛନ୍ତି। ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବଡ଼ାଇକ, ବିଜେପି ହାତ ଧରିବା ପୂର୍ବରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ସେମାନେ ଟିଏମସି ପକ୍ଷରୁ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ।
ପଶ୍ଚିମବଙ୍ଗ ବିଜେପି ସଭାପତି ପୂର୍ବତନ ସାଂସଦ ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବଡ଼ାଇକଙ୍କୁ ଦଳୀୟ ଉତ୍ତରୀୟ ପକାଇ ଦଳରେ ସ୍ୱାଗତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପଶ୍ଚିମବଙ୍ଗରେ ବାମ ମୋର୍ଚ୍ଚା ୩୪ ବର୍ଷ ଧରି ଶାସନ କରିଥିଲା। ଏହା ପରେ ତୃଣମୂଳ କଂଗ୍ରେସ ସରକାରକୁ ଆସିଥିଲା। ପଶ୍ଚିମବଙ୍ଗରେ ଏତେ ଦିନ ଧରି ଚାଲିଥିବା ରାଜନୀତି ଆମର ସଂଘୀୟ ଗଠନକୁ ଚ୍ୟାଲେଞ୍ଜ କରିଥିଲା। କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ, ସେମାନେ ରାଜ୍ୟକୁ କେନ୍ଦ୍ର ସହ ଲଢେଇ କରିବାରେ ଲଗାଇ ଦେଇଥିଲେ। ଯାହା ଫଳରେ ରାଜ୍ୟର ବିକାଶ ଅଟକି ଯାଇଥିଲା।
ଏହା ସହ ପଢନ୍ତୁ: ବଡ଼ ଅଫର ଦେଲେ ହୁମାଁୟୁ କବୀର; ମାନିବେ କି ମମତା ବାନାର୍ଜୀ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ସେମାନେ ଆସ୍ଥା ପ୍ରକଟ କରି, ୩ ଜଣ ଟିଏମସି ସାଂସଦ ତାଙ୍କ ଦଳରୁ ଇସ୍ତଫା ଦେଇଛନ୍ତି। ଆଜି ଏହି ୩ ଜଣ ସାଂସଦ ସୁସ୍ମିତା ଦେବ, ପ୍ରକାଶ ଚିକ୍ ବଡ଼ାଇକ ଏବଂ ସୁଖେନ୍ଦୁ ଶେଖର ରାୟ, ବିଜେପିରେ ଯୋଗ ଦେଇଛନ୍ତି। ସେମାନଙ୍କର ରାଜ୍ୟ ସଭାରେ ପ୍ରଦର୍ଶନ ସର୍ବପରିଚିତ।
ସେମାନଙ୍କୁ ଦଳରେ ସ୍ୱାଗତ କରି ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଏହା ଆମ ପାଇଁ ଏକ ଆନନ୍ଦର ଅବସର ଏବଂ ସମଗ୍ର ବିଜେପି ଆନନ୍ଦିତ। ବିଜେପି ପକ୍ଷରୁ ଏବଂ ଏହାର ରାଜ୍ୟ ସଭାପତି ଭାବରେ, ମୁଁ, ଆମର କର୍ମୀଙ୍କ ସହିତ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ସମଗ୍ର ମନ୍ତ୍ରିମଣ୍ଡଳ ଏବଂ ଆମର ସମଗ୍ର ସଙ୍ଗଠନ, ଏହି ୩ ନେତାଙ୍କୁ ହୃଦୟ ଏବଂ ଆନନ୍ଦର ସହିତ ସ୍ୱାଗତ କରୁଛୁ।
ଏହା ସହ ପଢନ୍ତୁ: ବିଭାଜନ ମୁହାଁ ଦଳ; ପଦ ଛାଡି଼ଲେ କୋଲକାତା ମେୟର
ଶେଷ ହୋଇଗଲେଣି ମମତା ବାନାର୍ଜୀ: ସୁଖେନ୍ଦୁ ଶେଖର ରାୟ
ବିଜେପି ହାତ ଧରିବା ପରେ ସୁଖେନ୍ଦୁ ଶେଖର ରାୟ ନିଜର ପ୍ରତିକ୍ରିୟା ରଖିଥିଲେ। ଏନେଇ ସେ କହିଥିଲେ ଦେଶର କୌଣସି ରାଜ୍ୟରେ ୯୬-୯୭ ପ୍ରତିଶତ ଭୋଟିଂ ହେବା ବହୁତ କ୍ୱଚିତ୍ ଦେଖାଯାଇଛି। ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଶେଷ ହୋଇଗଲାଣି। ଏହା ବିଷୟରେ ଅଧିକ ଆଲୋଚନା କରିବା ଅର୍ଥହୀନ।
ସେ ଆହୁରି କହିଥିଲେ, ଅନ୍ୟ ରାଜ୍ୟରେ, ଶାସକ ଏବଂ ବିରୋଧି ଦଳ ସାଧାରଣତଃ ବିକାଶ, ପ୍ରଗତିକୁ ପ୍ରୋତ୍ସାହିତ କରିବା କିମ୍ବା ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଯାଇଥାନ୍ତି। ହେଲେ ଏଠାରେ ଆମେ ବନ୍ଦ, ଧର୍ମଘଟ ଏବଂ ଶୋଭାଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରତି ଆମର ବିରୋଧ ପ୍ରଦର୍ଶନ କରିବା ଉପରେ ଧ୍ୟାନ ଦେଇଥିଲୁ। ଯାହା ବଙ୍ଗର ତିନି ପିଢ଼ିକୁ ନଷ୍ଟ କରିଦେଇଥିଲା। ଯାହା ପାଖରେ ସୁଯୋଗ ଥିଲା ସେମାନେ ରାଜ୍ୟ ଛାଡି ପଳାଇ ଯାଇଥିଲେ। ଯେତେବେଳେଦେଶର ଅଧିକାଂଶ ରାଜ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ପାଇଁ ଦୃଷ୍ଟିକୋଣ ଏବଂ ରୋଡମ୍ୟାପ୍ ଗ୍ରହଣ କରିବାକୁ ଆଗେଇ ଆସିଥିଲେ, ସେତେବେଳେ ଆମେ ଚୋରି କରିବାରେ ବ୍ୟସ୍ତ ଥିଲୁ। ଆମେ ଡକାୟତ ଏବଂ ବଳାତ୍କାରୀଙ୍କୁ ସୁରକ୍ଷା ଦେଉଥିଲୁ।"

Related Topics
Explore more stories