WB Election / ବେଙ୍ଗଲ ବାଜି ପାଇଁ ନନ୍ଦିଗ୍ରାମରେ ବିଜେପିର ପାୱାର ଶୋ'; ବର୍ଷିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
·5 months ago·2 min read

Key Points
ପଶ୍ଚିମବଙ୍ଗରେ ଦମ୍ ଦେଖାଇଲା ବିଜେପି । ହଳଦିଆରେ ବିଶାଳ ଶୋଭାଯାତ୍ରା ସହ ମମତା ବାନାର୍ଜୀଙ୍କ ବିରୋଧରେ ରଣ ହୁଙ୍କାର । ବେଙ୍ଗାଲରୁ ମମତା ସରକାରଙ୍କୁ ବିଦା କରିବାକୁ ଜନତାଙ୍କ ସମର୍ଥନ ଲୋଡ଼ିଛି ବିଜେପି ।
କୋଲକାତା: ବିଶାଳ ଜନସମାବେଶ, ଖଚାଖଚ ଭିଡ଼ । ପଶ୍ଚିମବଙ୍ଗରେ ଦମ୍ ଦେଖାଇଲା ବିଜେପି । ହଳଦିଆରେ ବିଶାଳ ଶୋଭାଯାତ୍ରା ସହ ମମତା ବାନାର୍ଜୀଙ୍କ ବିରୋଧରେ ରଣ ହୁଙ୍କାର । ବେଙ୍ଗାଲରୁ ମମତା ସରକାରଙ୍କୁ ବିଦା କରିବାକୁ ଜନତାଙ୍କ ସମର୍ଥନ ଲୋଡ଼ିଛି ବିଜେପି ।
ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାମାଙ୍କନ ପୂର୍ବରୁ ଦେଖିବାକୁ ମିଳିଛି ବିଶାଳ ରାଲି। ଯେଉଁଥିରେ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଆସାମରେ କେତେ ସିଟ୍ ଜିତିବ ଏନଡି଼ଏ? ରୋଡ୍ ଶୋ ବେଳେ କହିଲେ ଅମିତ ଶାହ
ଜନସଭାକୁ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ନନ୍ଦିଗ୍ରାମର ପବିତ୍ର ଭୂମି ସଂଘର୍ଷ, ସଂକଳ୍ପ ଓ ପରିବର୍ତ୍ତନର ପ୍ରତୀକ । ଏଥର ମଧ୍ୟ ଏହି ମାଟି ଇତିହାସ ରଚିବ । ମମତା ସରକାରଙ୍କ ପାଖରେ ଲୋକଙ୍କ ପାଖକୁ ଯିବା ପାଇଁ କୌଣସି ପ୍ରସଙ୍ଗ ନାହିଁ । ଯୁବପିଢିଙ୍କୁ ରୋଜଗାର ମିଳୁନି, ମହିଳାଙ୍କ ସୁରକ୍ଷା ବିପନ୍ନ ହୋଇଛି । ଟିଏମସି ସରକାରରେ ଚାଷୀମାନେ ନିଜର ହକ୍ ପାଇଁ ସଂଘର୍ଷ କରିବା ଦୁଃଖର ବିଷୟ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ 'ସବକା ସାଥ୍, ସବକା ବିକାଶ'ର ସଂକଳ୍ପ ବଙ୍ଗଳା ମାଟିରେ ସାକାର ହେବ । ବିଜେପି ସରକାରରେ ପଶ୍ଚିମବଙ୍ଗ ଦୁର୍ନୀତିମୁକ୍ତ ହେବ । ପରିବର୍ତ୍ତନର ସଂକଳ୍ପ ଏବେ ଜନସାଧାରଣଙ୍କ ସ୍ୱର ହୋଇଥିବା ବେଳେ ବଙ୍ଗଳାର ବିକାଶ ପାଇଁ 'ଡବଲ୍ ଇଞ୍ଜିନ' ସରକାରର ଆବଶ୍ୟକତା ରହିଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିସହ ଭବାନୀପୁରରୁ ମଧ୍ୟ ଲଢ଼ିବେ ଶୁଭେନ୍ଦୁ ଅଧିକାରୀ । ଗତ ୨୦୨୧ ବିଧାନସଭା ନିର୍ବାଚନରେ 'ନନ୍ଦିଗ୍ରାମ' ଆସନରେ ମମତା ଓ ଶୁଭେନ୍ଦୁଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଆଉ ନିଜ ପାରମ୍ପରିକ ଗଡ଼ ଛାଡ଼ି ନନ୍ଦିଗ୍ରାମରେ ଲଢ଼ିବା ମମତାଙ୍କୁ ଭାରି ପଡ଼ିଥିଲା । ୧, ୯୫୬ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ ଶୁଭେନ୍ଦୁ ଅଧିକାରୀ ।
ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଯୋଗୁଁ ପଶ୍ଚିମବଙ୍ଗର ଟିଏମସି ସରକାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ୨୦୨୨ରେ ଶିକ୍ଷକ ନିଯୁକ୍ତିରେ ସୀମା ଟପିଥିବା ଅଭିଯୋଗ ହେବା ପରେ ସିବିଆଇ ଓ ଇଡି ପକ୍ଷରୁ ତଦନ୍ତ କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ଅମିତ୍ ଶାହଙ୍କ ଚ୍ୟାଲେଞ୍ଜ; ଆଣିଲେ ୧୪ ପଏଣ୍ଟ ଚାର୍ଜସିଟ୍
ତତ୍କାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଟିଏମସିର ୨୦ଜଣ ନେତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ୨୬ ହଜାର ଶିକ୍ଷକଙ୍କ ନିଯୁକ୍ତି ବାତିଲ କରିଥିଲେ ସରକାର । ଶିକ୍ଷକ ନିଯୁକ୍ତିରେ ୬ଶହ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ସଙ୍ଗୀନ ଅଭିଯୋଗ ଆସିଥିଲା ।
ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୨୩ ଓ ୨୯ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମେ ୪ରେ ହେବ ଭୋଟ୍ ଗଣତି ।

Related Topics
Explore more stories