BJP CEC Meeting / ମିଶନ ୨୦୨୬ ପାଇଁ ଅଣ୍ଟାଭିଡ଼ିଲା ବିଜେପି; ଖୁବ ଶୀଘ୍ର ଜାରି ହେବ ପ୍ରାର୍ଥୀ ତାଲିକା
·6 months ago·2 min read

Key Points
୨୦୨୬ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗ ଏବଂ କେରଳମ୍ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟାଭିଡ଼ିଛି ବିଜେପି। ଏହି ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିବାକୁ ଗୁରୁବାର (ମାର୍ଚ୍ଚ ୧୨) ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ଚାଣକ୍ୟ ତଥ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଏବଂ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଯୋଗଦେବ। ଅନ୍ୟାନ୍ୟ ପ୍ରମୁଖ ଦଳର ନେତାମାନେ ଯୋଗଦେବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏହି ବୈଠକର ଅଧ୍ୟକ୍ଷତା କରିବେ।
ଗୁରବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ସନ୍ଧ୍ୟା ୬ଟା ବେଳେ ଆୟୋଜିତ ହେବ। ଯେଉଁଥିରେ ୨୦୨୬ ପଶ୍ଚିମବଙ୍ଗ ଏବଂ କେରଳମ୍ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଚଳିତ ବର୍ଷ ଅପ୍ରେଲ-ମେ ମାସରେ ଅନୁଷ୍ଠିତ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍, ଆସାମ, ପୁଦୁଚେରୀ ବିଧାନସଭା ନିର୍ବାଚନ ଲାଗି ଖୁବ ଶୀଘ୍ର ତାରିଖ ଘୋଷଣା କରିପାରନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ନିକଟରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନେତୃତ୍ୱାଧିନ ଟିମ୍ ନିର୍ବାଚନ ହେବାକୁ ଯାଉଥିବା ବିଭିନ୍ନ ରାଜ୍ୟକୁ ଗସ୍ତ କରି ସାରିଛନ୍ତି।
ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୭୭ ଆସନ ପାଇଥିଲା। ହେଲେ ଦଳ କେରଳମ୍ ରେ ଖାତା ଖୋଲିପାରିନଥିଲା। ଅନ୍ୟପଟେ ୨୦୧୬ କେରଳ ବିଧାନସଭା ନିର୍ବାଚନରେ ବିଜେପି କେବଳ ଗୋଟିଏ ମାତ୍ର ଆସନ ପାଇଥିଲା। ରାଜ୍ୟର ନେମୋମ୍ ଆସନରୁ ବିଜୟୀ ହୋଇଥିଲେ ଓଲାନଚେରୀ ରାଜଗୋପାଳ। ଯିଏ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଏହା ପୂର୍ବରୁ ଗତ ସୋମବାର (ମାର୍ଚ୍ଚ ୯) ଦିଲ୍ଲୀରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ୨୦୨୬ କେରଳ ବିଧାନସଭା ନିର୍ବାଚନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨ ଘଣ୍ଟା ଧିରି ଚାଲିଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କେରଳ ବିଜେପି ଅଧ୍ୟକ୍ଷ ଡକ୍ଟର ରାଜୀବ ଚନ୍ଦ୍ରଶେଖର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବି.ମୁରଲୀଧରନ୍, କୁମ୍ମାନମ୍ ରାଜଶେଖରନ୍, ଦଳର ପୂର୍ବତନ ରାଜ୍ୟ ଶାଖା ଅଧ୍ୟକ୍ଷ କେ.ସୁରେନ୍ଦ୍ରନ୍, ପ୍ରକାଶ ଜାଭେଦକର, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େ, କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦଳ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସାମିଲ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଭୟ, ହୁଇପ୍ ଜାରୀ କଲା ବିଜେଡି
Related Topics
Explore more stories