Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

BJP Targets Naveen Patnaik / ବିଜେଡି ସୁପ୍ରିମୋଙ୍କୁ ବିଜେପିର ଟାର୍ଗେଟ୍, ୨୪ ବର୍ଷର ସମର୍ଥନ ବଦଳରେ ଓଡ଼ିଶାବାସୀ ପାଇଲେ କ'ଣ ?

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ବିଜେଡି ସୁପ୍ରିମୋଙ୍କୁ ବିଜେପିର ଟାର୍ଗେଟ୍, ୨୪ ବର୍ଷର ସମର୍ଥନ ବଦଳରେ ଓଡ଼ିଶାବାସୀ ପାଇଲେ କ'ଣ ?

Key Points

ବିଜେଡି ସୁପ୍ରିମୋଙ୍କୁ ବିଜେପିର ଟାର୍ଗେଟ୍
କଡ଼ା ସମାଲୋଚନା କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ
୨୪ ବର୍ଷର ସମର୍ଥନ ବଦଳରେ ଓଡ଼ିଶାବାସୀ ପାଇଲେ କ'ଣ ?
ବିଜେଡି ସୁପ୍ରିମୋଙ୍କୁ ବିଜେପିର ଟାର୍ଗେଟ୍ । ଗତକାଲି ନୂଆପଡ଼ା ଗସ୍ତରେ ନବୀନ ଦେଇଥିବା ବୟାନକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ନବୀନ ବାବୁ କୁହନ୍ତୁ ବେଇମାନ କିଏ ? ନବୀନଙ୍କୁ ଲୋକେ ୨୪ ବର୍ଷ କାଳ ବହୁତ ସମର୍ଥନ, ଆର୍ଶୀବାଦ, ଭରସା କରିଲେ l କିନ୍ତୁ ପ୍ରତିବଦଳରେ ପାଇଲେ କ'ଣ ? ନବୀନ ଲୋକଙ୍କ ସହିତ ମିଶିଲେ ନାହିଁ କି ସାଧାରଣ ଓଡ଼ିଆ ଲୋକେ ତାଙ୍କୁ ଭେଟିପାରିଲେ ନାହିଁ l ନବୀନ ଓଡ଼ିଆ ଭାଷା ଶିଖିଲେ ନାହିଁ । ରାଜନୀତିରେ ଅଣଓଡ଼ିଆଙ୍କ ହାକିମାତିର ବ୍ୟବସ୍ଥା କଲେ l ଓଡ଼ିଶାର ଲୋକେ ନିରଙ୍କୁଶ ଓ କ୍ରମାଗତ କ୍ଷମତା ନବୀନ ବାବୁଙ୍କୁ ଦେଇଥିଲେ ଯେଉଁ ଅବସର ଆଜି ପର୍ଯ୍ୟନ୍ତ ଆଉ କାହାକୁ ମିଳିନାହିଁ । କିନ୍ତୁ ହେଲା କ'ଣ ?

୨୪ ବର୍ଷରେ ଗୋଟିଏ ବି ଶୀତଳ ଭଣ୍ଡାର ହୋଇପାରିଲା ନାହିଁ । ମହାନଦୀରେ ଗୋଟେ ବି ବନ୍ଧ ହୋଇପାରିଲା ନାହିଁ । ସବୁ କୃଷି ଭିତ୍ତିକ ଶିଳ୍ପ ବନ୍ଦ ହୋଇଗଲା । ଓଡ଼ିଆ ବ୍ୟବସାୟୀ ମରିଗଲେ l ନୂଆପଡ଼ାର ବିଜେଡି ବିଧାୟକଙ୍କର ଦେହାନ୍ତ ହେଲା l ସେ ବିଜେଡି ପାଇଁ ବହୁତ କିଛି କରିଥିଲେ l କିନ୍ତୁ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ନବୀନ ଗଲେ ନାହିଁ l ଓଲଟା ବିଜେଡିର ନେତାମାନେ ତାଙ୍କ ପରିବାର ପ୍ରତି ଅପଶବ୍ଦ ବ୍ୟବହାର କରିଲେ କିନ୍ତୁ ନବୀନ ଚୁପ ରହିଲେ l ନବୀନଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଯେମିତି ଦିଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି ସେ ଯାହା କରିଥିଲେ ତାକୁ ବେଇମାନ କୁହାଯିବ ନା ନାହିଁ ?

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଜୟଙ୍କ ସମାଲୋଚନା, ମୋ ବାପାଙ୍କୁ ଦେଖିବାକୁ ଆସିଲେନି...ଏବେ ଭୋଟ୍‌ ପାଇଁ ଆସୁଛନ୍ତି

ନୂଆପଡା ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକକୁ କଡ଼ା ସମାଲୋଚନା କରିଛନ୍ତି । ଜୟ କହିଛନ୍ତି ସୋମବାର ନବୀନ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ବିଷୟରେ ବେଶି କିଛି କହିବାର ନାହିଁ । ସେ ମୋ ବାପା ଭଳି । ବାପା ଯେତେବେଳେ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ସେତେବେଳେ ସେ ହସ୍ପିଟାଲ ଆସିଲେନି କି ଫୋନ କରି ପଚାରି ନଥିଲେ। ଏବେ କିନ୍ତୁ ନିର୍ବାଚନ ପ୍ରଚାରରେ ଆସି ଏମିତି କହୁଛନ୍ତି । ମତେ ବହୁତ ଖରାପ ଲାଗିଛି ଏ ଅଭିଯୋଗ ।

ପ୍ରାର୍ଥୀ କେବେ ଚୋରି କରାଯାଏନି । ମୁଁ ନିଜେ ବିଜେପିରେ ଯୋଗ ଦେଇଛି। ମୋତେ କେହି ଚୋରି କରିନାହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏଭଳି ନିମ୍ନସ୍ତରର ଟିପ୍ପଣୀ ମୋତେ ଖରାପ ଲାଗିଛି । ସେ ବାପା ଭଳି ତାଙ୍କ ମୁହଁରୁ ଏଭଳି କଥା ବାହାରିବ, ମୁଁ କେବେ ଆଶା କରିନଥିଲେ । ନବୀନ ଯେତେ ଯାହା କହିଲେ ବି ନୂଆପଡ଼ାବାସୀଙ୍କର ସହାନୁଭୂତି ମୋ ସହିତ ରହିଛି ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJP Targets Naveen Patnaik: “Tell Us Who Betrayed Whom?” asks BJP Spokesperson | Argus News