PM Modi 76th Birthday / 'ବଡ଼ନଗର ଠାରୁ ବାରାଣସୀ' ଯାତ୍ରା ଆୟୋଜନ କରିବ ବିଜେପି; ୩୦୦୦ କିମି ପରିକ୍ରମା କରିବ ୧୦ ଟିମ୍
·17 mins ago·3 min read

Key Points
ମୋଟ ଦଶଟି ଟିମ୍ ବଡନଗର-ବାରାଣସୀ ଠାରୁ ଯାତ୍ରା ଆରମ୍ଭ କରିବେ। ବାରାଣସୀ ଠାରୁ ବାହାରିଥିବା ଟିମ୍ ବିଭିନ୍ନ ରାଜ୍ୟକୁ ଯାତ୍ରା କରିବେ। ଏହା ପରେ ଗୋଟିଏ ମାସ ମଧ୍ୟରେ ବଡନଗର ଫେରିଯିବ।
ଆସନ୍ତା ୧୭ ତାରିଖରେ ୭୬ ତମ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଏବଂ ତାଙ୍କର ୨୫ ବର୍ଷର ଜନସେବା ବର୍ଷପୂର୍ତ୍ତିକୁ ପାଳନ କରିବା ପାଇଁ ବିଜେପି ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସ୍ଥାନ, ବଡ଼ନଗର ଠାରୁ ତାଙ୍କ ନିର୍ବାଚନମଣ୍ଡଳୀ ବାରାଣସୀ ପର୍ଯ୍ୟନ୍ତ ଏକ ଯାତ୍ରା ଆୟୋଜନ କରିବ। ଏହି ଯାତ୍ରା ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବାର ଆଶା କରାଯାଉଛି। ଏହି ସମୟରେ ଦଳ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ସମୟରେ ବିକଶିତ ଜନ କଲ୍ୟାଣକାରୀ ଯୋଜନାର ବାର୍ତ୍ତା ଦେବାକୁ ଚେଷ୍ଟା କରିବ। ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ। କେନ୍ଦ୍ର ସରକାରଙ୍କ କାର୍ଯ୍ୟର ମଧ୍ୟ ପ୍ରଚାର କରାଯିବ।
ମୋଟ ଦଶଟି ଟିମ୍ ବଡୃନଗର ଏବଂ ବାରାଣସୀ ଠାରୁ ଯାତ୍ରା ଆରମ୍ଭ କରିବେ। ବାରାଣସୀ ଠାରୁ ବାହାରିଥିବା ଦଳ ବିଭିନ୍ନ ରାଜ୍ୟକୁ ଯାତ୍ରା କରିବ। ଏହା ପରେ ଗୋଟିଏ ମାସ ମଧ୍ୟରେ ବଡନଗର ଠାରେ ପହଞ୍ଚିବ। ବଡ଼ନଗର ଠାରୁ ବାହାରିଥିବା ଯାତ୍ରା ବାରାଣସୀ ଠାରେ ପହଞ୍ଚିବା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନକୁ ମଧ୍ୟ ଯାତ୍ରା କରିବ। ଉଭୟ ଯାତ୍ରା ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ରିପୋର୍ଟ ଅନୁଯାୟୀ, ଏହି ଟିମ୍ ପ୍ରତିଦିନ ପ୍ରାୟ ୧୦୦ କିଲୋମିଟର ଯାତ୍ରା କରିବ। ପ୍ରତ୍ୟେକ କାଫିଲା ରେ ବାଇକ ଚାଳକ ଏବଂ ବସ୍ ରହିବ। ଏହି ସମୟ ମଧ୍ୟରେ ବିଜେପି କର୍ମକର୍ତ୍ତା ତୃଣମୂଳ ସ୍ତରରେ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିବେ।
ଏହା ସହ ପଢନ୍ତୁ: ସରକାରରେ ୨୫ ବର୍ଷ ପୂରଣ କରିବେ ପ୍ରଧାନମନ୍ତ୍ରୀ ମୋଦି; ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବ ବିଜେପି
ସେମାନେ ପ୍ରତ୍ୟେକ ସହରରେ ଦଳର ନୀତିକୁ ପ୍ରଚାର କରିବାକୁ ଏବଂ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ଏହି ଯାତ୍ରା ସମୟରେ, କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ବ୍ୟତୀତ, ବିଜେପି ଶାସିତ ରାଜ୍ୟରେ କରାଯାଇଥିବା କାର୍ଯ୍ୟର ମଧ୍ୟ ପ୍ରଚାର କରାଯିବ। ସୂତ୍ର ଅନୁସାରେ ପ୍ରତ୍ୟେକ କାଫିଲାରେ ଦଶରୁ ଅଧିକ ବାଇକ ଆରୋହୀ ଏବଂ ଅନେକ କର୍ମକର୍ତ୍ତା ରହିବେ। ଏହି ଟିମ୍ ଦେଶର ବିଭିନ୍ନ ସହର, ଗ୍ରାମ ଏବଂ ଜିଲ୍ଲା କେନ୍ଦ୍ରରୁ ପ୍ରସ୍ଥାନ କରିବେ। ଏହି ଯାତ୍ରାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ପ୍ରତିଦିନ ଯୋଗାଯୋଗ, ସ୍ଥାନୀୟ କାର୍ଯ୍ୟକ୍ରମ ଏବଂ ପଥପ୍ରାନ୍ତ ସଭାର ମଧ୍ୟ ଆୟୋଜନ କରାଯିବ।
ପ୍ରତ୍ୟେକ ଦିନ ଆୟୋଜିତ ହେବ ୪ କାର୍ଯ୍ୟକ୍ରମ,୧୦୦ କିଲୋମିଟର ଯାତ୍ରା ପରେ ନେବେ ବିଶ୍ରାମ
ପ୍ରାୟ ମାସେ ଧରି ଚାଲିଥିବା ଥିବା ଏହି ଯାତ୍ରାରେ ପ୍ରତିଦିନ ଚାରୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତାଙ୍କୁ ସାମିଲ କରାଯିବ। ଏହା ବ୍ୟତୀତ ବାରାଣସୀ ଏବଂ ବଡ଼ନଗର ଠାରେ ଲୋକ ମଧ୍ୟ ଏହି ଯାତ୍ରାରେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦିନ ୧୦୦ କିଲୋମିଟର ଯାତ୍ରା କରିବା ପରେ, ଯାତ୍ରାରେ ସାମିଲ ହୋଇଥିବା ଅଂଶଗ୍ରହଣକାରୀ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଅଟକିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ମୋଦି ସରକାରଙ୍କୁ ପୁରିଲା ୧୨ ବର୍ଷ; CM ଯୋଗୀ ଦେଲେ ଖାସ୍ ସନ୍ଦେଶ
ବିଜେପି ସୂତ୍ର ଅନୁଯାୟୀ ଏହି ଯାତ୍ରା ଦଳୀୟ ସଙ୍ଗଠନକୁ ପୁନର୍ଜୀବିତ କରିବା ପାଇଁ ମଧ୍ୟ କରାଯାଉଛି। ମାସେ ଧରି ବିଜେପି କର୍ମୀ ତୃଣମୂଳ ସ୍ତରରେ କାମ କରିବେ ଏବଂ ଲୋକଙ୍କ ସହ ଯୋଡ଼ି ହେବେ। ଏକ ରଣନୀତିର ଅଂଶ ସ୍ୱରୂପ, ବିଜେପି ଏହି ଯାତ୍ରା ପାଇଁ ବଡ଼ନଗର ସହ ବାରଣାସୀକୁ ଚୟନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସ୍ଥାନ ବଡନଗର ହୋଇଥିବା ବେଳେ, ତାଙ୍କର ସଂସଦୀୟ କ୍ଷେତ୍ର ହେଉଛି ବାରାଣସୀ। ଏହି ଆସନ ୨୦୧୪ ଲୋକସଭା ନିର୍ବାଚନ ସମୟରୁ ତାଙ୍କର ଗଡ଼ ହୋଇ ରହିଆସିଛି। ବଡ଼ନଗର ଠାରୁ ବାରାଣସୀ ପର୍ଯ୍ୟନ୍ତ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଏହି ପ୍ରୟାସ କରାଯାଉଛି।

Related Topics
Explore more stories