Counting Day Chaos / ଭୋଟ୍ ଗଣତି ଭିତରେ ପଶ୍ଚିମବଙ୍ଗରେ TMC-BJP କର୍ମୀ ମୁହାଁମୁହିଁ, ପୋଲିସର ଲାଠିମାଡ଼
·1 hour ago·2 min read

Key Points
ଭୋଟ୍ ଗଣତି କେନ୍ଦ୍ର ଠାରୁ କିଛି ଦୂରରେ ଟିଏମ୍ସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି ।ଯାହାକୁ ନେଇ ପ୍ରକାଶ ପାଇଛି ତୀବ୍ର ଉତ୍ତେଜନା । ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବାକୁ ଲାଠିମାଡ଼ କରିଥିବା ଜଣାପଡ଼ିଛି ।
କୋଲକାତା: ପଶ୍ଚିମବଙ୍ଗରେ ଭୋଟ୍ ଗଣତି ଚାଲିଛି । ବିଜେପିର ବିଜୟ ସୁନିଶ୍ଚିତ ବୋଲି ମଧ୍ୟାହ୍ନ ସୁଦ୍ଧା ଟ୍ରେଣ୍ଡ ଦର୍ଶାଉଛି । ବିଜେପି ବିଜୟ ମୁହାଁ ହୋଇଥିବା ବେଳେ ଆସାନସୋଲରେ ଭୋଟ୍ ଗଣତି କେନ୍ଦ୍ର ବାହାରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଭୋଟ୍ ଗଣତି କେନ୍ଦ୍ର ଠାରୁ କିଛି ଦୂରରେ ଟିଏମ୍ସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି କର୍ମୀମାନଙ୍କ ଉପରେ ଟିଏମ୍ସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରକାଶ ପାଇଛି ତୀବ୍ର ଉତ୍ତେଜନା ।
ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ୧୦୦ ତଳକୁ ଖସିଲା TMC; ପାଣିହାତୀରେ ରତ୍ନା ଆଗରେ
ସ୍ଥିତି ବିଗିଡ଼ିବାରୁ ପୋଲିସ, ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବାକୁ ଲାଠିମାଡ଼ କରିଥିବା ଜଣାପଡ଼ିଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଭୋଟ୍ ଗଣତି କେନ୍ଦ୍ର ବାହାରେ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆ ଯାଇଛି ।
ସେପଟେ ଆସାନସୋଲ୍ ଭଳି ବାଙ୍କୁରା ବିଶ୍ଵବିଦ୍ୟାଳୟ ଭୋଟ୍ ଗଣତି କେନ୍ଦ୍ର ବାହାରେ ମଧ୍ୟ ଉତ୍ତେଜନ ପ୍ରକାଶ ପାଇଛି । ବାଙ୍କୁରାରେ ବିଜେପି-ଟିଏମ୍ସି ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ସେଠି ବି ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିମାଡ଼ କରାଯାଇଛି ।
ବେଙ୍ଗଲରେ ବିଜେପି ସୁନାମି
ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରୁ ୨୯୩ଟି ଆସନରେ ଭୋଟ୍ ଗଣତି ଜାରି ରହିଛି । ଦିନ ସାଢ଼େ ୨ଟା ସୁଦ୍ଧା ବିଜେପି ୧୯୨ ଆସନରେ ଆଗୁଆ ରହିଛି । ମମତାଙ୍କ ଟିଏମ୍ସି ୯୫ଟିରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ଲିଡ୍ କରୁଛି କଂଗ୍ରେସ ।
ଏଥିସହ ପଢ଼ନ୍ତୁ: 'ଦିଦିଙ୍କ ପତା ସଫା କରିଛନ୍ତି ମହାପ୍ରଭୁ'; ପଶ୍ଚିମବଙ୍ଗ ଫଳାଫଳକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ
ଆଜି ପଶ୍ଚିମବଙ୍ଗ ସହ ଆସାମ, ତାମିଲନାଡ଼ୁ ଓ କେରଳ ସହ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଭୋଟ୍ ଗଣତି ଚାଲିଛି । ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି । ସେପଟେ ତାମିଲନାଡ଼ୁରେ ବିଜୟଙ୍କ ଟିଭିକେ ବଡ଼ ଦଳ ଭାବେ ଉଭା ହୋଇଛି । କେରଳରେ UDF ବାଜିମାତ୍ କରୁଥିବା ନଜର ଆସୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories