Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୪ଟିରୁ ହିମାଚଳ ପ୍ରଦେଶରେ ୩ଟି ମହାନଗର ନିଗମ ଅକ୍ତିଆର୍ କଲା BJP

Politics

Himachal Civic Poll Results / ୪ଟିରୁ ହିମାଚଳ ପ୍ରଦେଶରେ ୩ଟି ମହାନଗର ନିଗମ ଅକ୍ତିଆର୍ କଲା BJP

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୪ଟିରୁ ହିମାଚଳ ପ୍ରଦେଶରେ ୩ଟି ମହାନଗର ନିଗମ ଅକ୍ତିଆର୍ କଲା BJP
Big Political Win for BJP

Key Points

୪ଟି ମହାନଗର ନିଗମରୁ ୩ଟି ଅକ୍ତିଆର୍ କରିଛି ବିଜେପି । ହିମାଚଳ ପ୍ରଦେଶରେ ଶାସନରେ ଥିବା କଂଗ୍ରେସ ମାତ୍ର ଗୋଟିଏ ମହାନଗର ନିଗମରେ ଜିତିବାରେ ସକ୍ଷମ ହୋଇଛି ।
ଶିମଲା: ହିମାଚଳ ପ୍ରଦେଶ ମହାନଗର ନିଗମ ନିର୍ବାଚନରେ ବିଜେପିର ବଡ଼ ବିଜୟ । ୪ଟି ମହାନଗର ନିଗମରୁ ୩ଟି ଅକ୍ତିଆର୍ କରିଛି ବିଜେପି । ରାଜ୍ୟରେ ଶାସନରେ ଥିବା କଂଗ୍ରେସ ମାତ୍ର ଗୋଟିଏ ମହାନଗର ନିଗମରେ ଜିତିବାରେ ସକ୍ଷମ ହୋଇଛି ।

ଧର୍ମଶାଳା, ମଣ୍ଡି, ସୋଲନ ମହାନଗର ନିଗମରେ ବିଜେପି ଜିତିଛି । ଯେତେବେଳେ କି ପାଲମପୁର ବଞ୍ଚାଇ ଦେଇଛି କଂଗ୍ରେସର ଇଜ୍ଜତ । ମଣ୍ଡିରେ ବିଜେପି ୧୨, ସୋଲନରେ ୧୦ ଓ ଧର୍ମଶାଳାରେ ୧୧ଟି ଆସନ ଜିତିଛି । ସେହିଭଳି ମଣ୍ଡିରେ କଂଗ୍ରେସ ଗୋଟିଏ, ଧର୍ମଶାଳାରେ ୬ ଓ ସୋଲନରେ ୬ଟି ଆସନ ଜିତିଛି ।

ଏଥିସହ ପଢ଼ନ୍ତୁ: ଥମୁନି ଜନତାଙ୍କ ରାଗ; ପୁଣି ମାଡ଼ ଖାଇଲେ ମମତାଙ୍କ ନେତା 

ପାଲମପୁରକୁ ପୁଣି ଥରେ କଂଗ୍ରେସ କବ୍‌ଜା କରିଛି । ପାଲମପୁରରେ କଂଗ୍ରେସ ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟି ଆସନରେ ଜିତିଛି । ମହାନଗର ନିଗମ ଫଳାଫଳ ଆସି ସାରିଥିବା ବେଳେ ଜିଲ୍ଲା ପରିଷଦ ଭୋଟ୍ ଗଣତି ଜାରି ରହିଛି ।

କେଉଁଠି କାହାକୁ କେତେ ଆସନ ?

ମଣ୍ଡି ମହାନଗର ନିଗମର ମୋଟ ୱାର୍ଡ ସଂଖ୍ୟା ୧୪ । ସେଠି ବିଜେପି ଖାତାକୁ ୧୨ ୱାର୍ଡ ଯାଇଛି । ସେହିଭଳି ୧୭ ୱାର୍ଡ ବିଶିଷ୍ଟ ଧର୍ମଶାଳାରେ ବିଜେପି ୧୭ଟିରେ ଜିତିଛି । ୧୭ ୱାର୍ଡ ବିଶିଷ୍ଟ ସୋଲନରେ ବିଜେପି ପାଇଁ ୧୦ ଆସନ । ୧୫ ୱାର୍ଡ ବିଶିଷ୍ଟ ପାଲମରେ କଂଗ୍ରେସ ୧୧ଟି ୱାର୍ଡରେ ଜିତିଛି ।

ବିଜେପିର ବମ୍ପର ବିଜୟ ପରେ ହିମାଚଳ ପ୍ରଦେଶ ବିଜେପି ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି । ଲେଖାଯାଇଛି, "ମହାନଗର ନିଗମ ନିର୍ବାଚନରେ ମିଳିଥିବା ସଫଳତା ବିଜେପିର କର୍ମଠ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଓ ଜନତାଙ୍କ ଆଶୀର୍ବାଦର ପ୍ରତିଫଳନ ।"

ଏଥିସହ ପଢ଼ନ୍ତୁ: ସରକାରୀ ବାସଭବନରେ ଦଳ ବଳ ସହ ପହଞ୍ଚିଲା ପ୍ରଶାସନ; କ'ଣ କହିଲେ ରାବ୍ରି ଦେବୀ? 

ବିଜେପିର ଏହି ପ୍ରଚଣ୍ଡ ବିଜୟ ବିକାଶ ଓ ସୁଶାସନର ବିଜୟ ଅଟେ । ହିମାଚଳର ଜନତା କଂଗ୍ରେସ ସରକାରଙ୍କ ରାଜନୀତିକୁ ଏଡ଼ାଇ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵ ଉପରେ ପୁଣି ଥରେ ଅତୁଟ ବିଶ୍ଵାସ ଓ ଭରସା ଜ୍ଞାପନ କରିଛନ୍ତି ବୋଲି ଲେଖିଛି ବିଜେପି ।

ହିମାଚଳ ପ୍ରଦେଶର ମୋଟ ୬୩ଟି ୱାର୍ଡରେ ହୋଇଥିବା ନିର୍ବାଚନରେ ବିଜେପି ୩୭ଟିରେ ଜିତିଛି । ଯେତେବେଳେ କି କଂଗ୍ରେସ ୨୩ଟି ଅକ୍ତିଆର୍ କରିଛି । ସେଥିରୁ ଏକାକୀ ପାଲମପୁରରେ ୧୧ଟି ୱାର୍ଡ ରହିଛି । ମହାନଗର ନିଗମ ନିର୍ବାଚନକୁ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ ବିବେଚନା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Wins 3 of 4 Municipal Corporations in Himachal Pradesh Elections | Argus News | Argus News