Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - EVM, ପୋଷ୍ଟାଲ ବ୍ୟାଲେଟ୍‌, ଷ୍ଟ୍ରଙ୍ଗ ରୁମ୍....ଜାଣନ୍ତୁ ଭୋଟିଂରୁ କାଉଟିଂ ପର୍ଯ୍ୟନ୍ତ କଣ ଥାଏ ପ୍ରୋଟୋକଲ୍

Politics

Vote Counting Process / EVM, ପୋଷ୍ଟାଲ ବ୍ୟାଲେଟ୍‌, ଷ୍ଟ୍ରଙ୍ଗ ରୁମ୍....ଜାଣନ୍ତୁ ଭୋଟିଂରୁ କାଉଟିଂ ପର୍ଯ୍ୟନ୍ତ କଣ ଥାଏ ପ୍ରୋଟୋକଲ୍

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
EVM, ପୋଷ୍ଟାଲ ବ୍ୟାଲେଟ୍‌, ଷ୍ଟ୍ରଙ୍ଗ ରୁମ୍....ଜାଣନ୍ତୁ ଭୋଟିଂରୁ କାଉଟିଂ ପର୍ଯ୍ୟନ୍ତ କଣ ଥାଏ ପ୍ରୋଟୋକଲ୍
Vote Counting Process

Key Points

ସରିଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ
ଏବେ ସମୟ ଭୋଟ ଗଣତିର, ମେ ୪ରେ ପ୍ରକାଶ ପାଇବ ଫଳ
ଆପଣ ଜାଣନ୍ତି କି ଭୋଟିଂରୁ କାଉଟିଂ ପର୍ଯ୍ୟନ୍ତ କଣ ଥାଏ ପ୍ରୋଟୋକଲ୍ ?
ପଶ୍ଚିମବଙ୍ଗ ସମେତ ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏବେ ସମୟ ରେଜଲ୍ଟର । ମେ ୪ ତାରିଖରେ ହେବ ଭୋଟଗଣତି । ନିର୍ବାଚନ ବେଳେ ଆପଣ ଇଭିଏମ, ବ୍ୟାଲେଟ୍ ପେପର୍ ଓ ଷ୍ଟ୍ରଙ୍ଗ ରୁମ୍ ସମ୍ପର୍କରେ ଶୁଣିଥିବେ । ଅପରପକ୍ଷେ କହିଲେ ନିର୍ବାଚନ ପ୍ରକ୍ରିୟାରେ ଏମାନଙ୍କ ବଡ଼ ଭୂମିକା ରହେ । ତେବେ ଆସନ୍ତୁ ଜାଣିବା ଇଭିଏମ, ପୋଷ୍ଟାଲ୍ ବ୍ୟାଲେଟ୍ ଆଦିକୁ ନେଇ କଣ ରହିଥାଏ ପ୍ରୋଟୋକଲ୍ ଏବଂ କେଉଁ ସ୍ଥିତିରେ ମତଦାନଠାରୁ ଆରମ୍ଭ କରି ଭୋଟ ଗଣତି ପର୍ଯ୍ୟନ୍ତ ଇଭିଏମକୁ ସୁରକ୍ଷିତ ଭାବେ ରଖାଯାଏ ।

  • ବ୍ୟାଲେଟ୍ ପେପରକୁ ନେଇ କଣ ରହିଛି ନିୟମ ?
ସାଧାରଣତଃ ବ୍ୟାଲେଟ୍ ପେପର ଓ ଇଭିଏମର ସୁରକ୍ଷାକୁ ନେଇ ଭିନ୍ନ ଭିନ୍ନ ନିୟମ ଥାଏ । ଯେତେବେଳେ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଏ, ଏହାପରେ କେବଳ କାଉଣ୍ଟିଂ ବା ଭୋଟ ଗଣତି ସମୟରେ ହିଁ ଏହାକୁ ବାହାର କରାଯାଏ । EVM ପରି ବ୍ୟାଲେଟ୍ ପେପରକୁ ବି ଏକାଠି ସଂଗ୍ରହ କରାଯାଇ ବାକ୍ସ ଭିତରେ ଜମା କରାଯାଏ । କେତେ ବ୍ୟାଲେଟ୍ ପେପର୍ ଆସିଲା, କେଉଁ ବିଧାନସଭା ମଣ୍ଡଳୀରୁ ଆସିଲା...ଏହି ସମସ୍ତ ତଥ୍ୟ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ରହିଥାଏ । ଏହାପରେ ବ୍ୟାଲେଟ୍ ପେପରକୁ ଭୋଟ ଗଣତି ଲାଗି ସୁରକ୍ଷିତ ଭାବେ ରଖାଯାଏ ।

ଭୋଟ ଗଣତି ଦିନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଅଧିକାରୀ କିଛି ପ୍ରସ୍ତୁତି କରିଥାନ୍ତି । ଯେପରିକି ଏଥିରୁ କଭର୍ ହଟାଇବା, ସଜାଡ଼ିବା ଆଦି, କିନ୍ତୁ ଏଥିରୁ କୌଣସି ଲିଫାଫା ଖୋଲାଯାଏ ନାହିଁ । ଏଠାରେ ଗୋଟିଏ ଧ୍ୟାନ ଦେବା କଥା ହେଉଛି ଯେ ଏହି ପ୍ରସ୍ତୁତି ପ୍ରକ୍ରିୟା ପୂର୍ବରୁ ନିର୍ବାଚନ ଆୟୋଗ ଅଧିକାରୀ ରାଜନୈତିକ ଦଳକୁ ଅବଗତ କରାଇଥାନ୍ତି । ଫଳରେ ସେ ଏହି ପ୍ରକ୍ରିୟା କରିବା ସମୟରେ ରାଜନୈତିକ ଦଳଗୁଡ଼ିକ ତାଙ୍କ ପାଖରେ ଉପସ୍ଥିତ ରହିପାରିବେ । ଅନ୍ୟପଟେ ଷ୍ଟ୍ରଙ୍ଗରୁମ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରାରେ ଲାଗିଥାଏ, ଯାହାକୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଦେଖିପାରିବେ ।

  • EVMର ସୁରକ୍ଷା ପ୍ରକ୍ରିୟା କିପରି ?
ଯଦି ଆମେ ଇଭିଏମ କଥା କହିବା, ଯେତେବେଳେ କୌଣସି ନିର୍ବାଚନରେ ଇଭିଏମ ଦ୍ଵାରା ଭୋଟିଂ କରାଯାଏ, ସେତେବେଳେ ଭୋଟିଂ ପୂର୍ବରୁ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସମ୍ମୁଖରେ ପୋଲିଂ ବୁଥରେ ଇଭିଏମ ମେସିନଗୁଡ଼ିକୁ ଯାଞ୍ଚ କରାଯାଏ । ଏପରିକି ମକ୍ ପୋଲ୍ ମଧ୍ୟ କରାଯାଇ ମେସିନ୍ ସଠିକ୍ ଭାବେ କାର୍ଯ୍ୟ କରୁଛି ବୋଲି ସୁନିଶ୍ଚିତ କରାଯାଏ । ଭୋଟିଂ ସରିବା ପରେ ପୁଣିଥରେ ଇଭିଏମ ମେସିନକୁ ଯାଞ୍ଚ କରାଯାଏ ଓ ମୋଟ ଭୋଟରଙ୍କ ସଂଖ୍ୟାକୁ ଗଣାଯାଏ । ଏହାପରେ ସମସ୍ତଙ୍କ ହସ୍ତାକ୍ଷର ପରେ ମେସିନକୁ ସିଲ୍ କରାଯାଏ ।

ଏହାପରେ ସିଲ୍ କରାଯାଇଥିବା ଇଭିଏମ ମେସିନକୁ ଷ୍ଟ୍ରଙ୍ଗ ରୁମ ନିକଟକୁ ନିଆଯାଏ । ଏହି ପ୍ରକ୍ରିୟା ସମୟରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଗାଡ଼ିକୁ ଅନୁସରମ କରିପାରିବେ । ଏହାପରେ ମେସିନକୁ ୨୪ ଘଣ୍ଟିଆ ସିକ୍ୟୁରିଟିରେ ରଖାଯାଏ । ଷ୍ଟ୍ରଙ୍ଗ ରୁମ ସିଲ୍ କରିବା ସମୟରେ ରାଜନୈତିକ ଦଳର ପ୍ରତିନିଧି ରହିପାରିବେ ଓ ତାଲାରେ ନିଜେ ବି ସିଲ୍ କରିପାରିବେ । ଏହି ପ୍ରକ୍ରିୟା ଲାଗି ଜାତୀୟ ଓ ରାଜ୍ୟ ସ୍ତରୀୟ ରାଜନୈତିକ ଦଳଗୁଡ଼ିକୁ ପୂର୍ବରୁ ନିର୍ବାଚନ ଆୟୋଗଙ୍କୁ ଲିଖିତ ସୂଚନା ଦେବାକୁ ପଡ଼େ ।

  • କାହା ପାଖରେ ରହେ ଷ୍ଟ୍ରଙ୍ଗ ରୁମ୍ ଚାବି ?
ଭୋଟିଂ ପରେ EVM ଓ ବ୍ୟାଲେଟ୍ ପେପର୍ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମର ଗୋଟିଏ ମାତ୍ର ପ୍ରବେଶ ପଥ ରହିଥାଏ ଓ ସେଠାରେ ମଧ୍ୟ ଡବଲ୍ ଲକ୍ ବ୍ୟବସ୍ଥା ରହେ । ଏହାର ଗୋଟିଏ ଚାବି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ରହୁଥିବାବେଳେ ଅନ୍ୟ ଚାବିଟି ସମ୍ବନ୍ଧିତ ବିଧାନସଭା ମଣ୍ଡଳୀର ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ରୁହେ । ଷ୍ଟ୍ରଙ୍ଗ ରୁମର ଅନ୍ୟ ସମ୍ଭାବିତ ପ୍ରବେଶ ଦ୍ଵାର ଯେପରିକି ଝରକା ଆଦିକୁ ଏପରି ଭାବେ ସିଲ୍ କରାଯାଏ, ଯେପରି ତାହା ଭିତରକୁ କେହି ଯାଇପାରିବେ ନାହିଁ ।

ପଢନ୍ତୁ ଏହି ଖବର: ପଶ୍ଚିମବଙ୍ଗରେ ଭାଙ୍ଗିବ TMC ଗଡ଼; ବିଜେପି ଏକାକୀ ସରକାର ଗଢ଼ିବା ନେଇ Exit Pollର ଆକଳନ

ଷ୍ଟ୍ରଙ୍ଗରୁମ ନିକଟରେ ସ୍ଵତନ୍ତ୍ର ସିକ୍ୟୁରିଟି ରହିଥାନ୍ତି । ଷ୍ଟ୍ରଙ୍ଗ ରମ୍ ନିକଟକୁ ଯାଉଥିବା ପ୍ରତିଟି ବ୍ୟକ୍ତିଙ୍କର ସବିଶେଷ ତଥ୍ୟ ଲିଖିତ ଭାବେ ରଖାଯାଏ । ଷ୍ଟ୍ରଙ୍ଗ ରୁମକୁ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ, ପୋଲିସ ଅଧୀକ୍ଷକ, ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଜଗିପାରିବେ । ଏହାପରେ ଷ୍ଟ୍ରଙ୍ଗ ରୁମ ନିକଟରେ କାଉଣ୍ଟିଂ ସେଣ୍ଟର ବା ଭୋଟ ଗଣତି କେନ୍ଦ୍ର ହୋଇଥାଏ । ଏହାପରେ ଭୋଟଗଣତି ଦିନ ଏଠାରେ କାଉଣ୍ଟିଂ ହୋଇଥାଏ । ଏହି ସମୟରେ ସମସ୍ତେ ଉପସ୍ଥିତ ରହିଥାନ୍ତି, ଯେଉଁଥିରେ ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀ କିମ୍ବା ପ୍ରତିନିଧି ସାମିଲ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How Votes Turn Into Results: Full Indian Election Process Explained | Argus News