ASP Chief Chandrashekhar Azad / 'ଆମ ପାଇଁ ଇଣ୍ଡି ମେଣ୍ଟ ଦ୍ୱାର ବନ୍ଦ; ହେଲେ ଓୱେସିଙ୍କ ସହ ନିଶ୍ଚିତ ହେବ ମେଣ୍ଟ'
·1 hour ago·2 min read

Key Points
ଆଜାଦ ସମାଜ ପାର୍ଟିର ମୁଖ୍ୟ ଏବଂ ନଗିନା ସାଂସଦ ଚନ୍ଦ୍ରଶେଖର ଆଜାଦ କହିଛନ୍ତି ଯେ ତାଙ୍କ ଦଳ ବିରୋଧି ମେଣ୍ଟ (ଇଣ୍ଡିଆ) ର ଏକ ଅଂଶ ନୁହେଁ। ତାଙ୍କ ପାଇଁ ଇଣ୍ଡିଆ ମେଣ୍ଟର ଦ୍ୱାର ବନ୍ଦ ରହିଛି।
ଦିନକୁ ଦିନ ପାଖେଇ ଆସିଲାଣି ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ଏହା ବିରୋଧି ମେଣ୍ଟ ଇଣ୍ଡିଆ (INDIA) ରେ ରହିଥିବା ଫାଟ ଜଳଜଳ ହୋଇ ଦିଶୁଛି। ଆଜାଦ ସମାଜ ପାର୍ଟି (ଆସପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଜ୍ୟର ନଗିନା ଲୋକସଭା ସାଂସଦ ଚନ୍ଦ୍ରଶେଖର ଆଜାଦ ଶନିବାର (ଅକ୍ଟୋବର ୩୧) ହାପୁଡ଼ ଠାରେ ଆୟୋଜିତ ହୋଇଥିବା ଏକ ଦଳୀୟ ସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଦିଲ୍ଲୀରେ ଆୟୋଜିତ ହୋଇଥିବା ବିରୋଧି ମେଣ୍ଟର ପ୍ରସ୍ତାବିତ ରାଲି ଏବଂ ସମ୍ଭାବ୍ୟ ରାଜନୈତିକ ମେଣ୍ଟ ଉପରେ ତାଙ୍କର ମତ ପ୍ରକାଶ କରିଥିଲେ।
ଦିଲ୍ଲୀରେ ବିରୋଧି ମେଣ୍ଟ ରାଲିରେ ତାଙ୍କର ଅଂଶଗ୍ରହଣ କରିବା ବିଷୟରେ ଚନ୍ଦ୍ରଶେଖର ଆଜାଦ ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କ ଦଳ ଇଣ୍ଡି ମେଣ୍ଟର ଅଂଶ ନୁହେଁ। ସେ କହିଥିଲେ ଇଣ୍ଡି ମେଣ୍ଟର ଦ୍ୱାର ଆମ ପାଇଁ ବନ୍ଦ ରହିଛି। ଆମ ଲୋକ ଆମ ସହିତ ଅଛନ୍ତି। ଅନ୍ୟପଟେ ଅସାଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧିନ ଏଆଇଏମଆଇଏମ (AIMIM) ସହ ମେଣ୍ଟ କରିବା ସମ୍ପର୍କରେ ନଗିନା ସାଂସଦ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ମେଣ୍ଟ ହେବ ଏବଂ ଏହା କୌଣସି ପ୍ରକାରେ ହେବ। ଯେତେବେଳେ ଏହି ମେଣ୍ଟ ଗଠନ ହେବ, ସେତେବେଳେ ଏ ସମ୍ପର୍କରେ ଖୋଲାଖୋଲି ଭାବରେ ଘୋଷଣା କରାଯିବ। ଚନ୍ଦ୍ରଶେଖର ଆଜାଦ କହିଛନ୍ତି, "ଯଦି ଆସପା (ASP) ସହ ଏଆଇଏମଆଇଏମ ମଧ୍ୟରେ କୋଣସି ମେଣ୍ଟ ହୁଏ, ତାହେଲେ ଏହା ଗୁପ୍ତ ଭାବରେ ନୁହେଁ, ବରଂ ଖୋଲାଖୋଲି କରାଯିବ।
ଏହା ସହ ପଢନ୍ତୁ: 'ମୋତେ ସାର୍ଟିଫିକେଟ ଦେବାକୁ ଅଖିଳେଶ ଯାଦବ କିଏ'
୨୦୨୭ ବିଧାନସଭା ନିର୍ବାଚନ ମଜବୁତର ସହ ଲଢିବ ଆସପା
ଦିନକ ପୂର୍ବରୁ ଚନ୍ଦ୍ରଶେଖର ଆଜାଦ କହିଥିଲେ ଯେ ଆସପା ଆଗାମୀ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମଜବୁତର ସହ ଲଢିବ। ଦଳ ବିଗତ ସାଢ଼େ ୪ ବର୍ଷ ଧରି ଏଥିପାଇଁ ପ୍ରସ୍ତୁତି ଚଳାଇଛି। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ଦଳ ବିଜେପି ବିରୋଧି ମେଣ୍ଟ ଗଠନ କରିବାକୁ ଚାହୁଁଥିଲା। ହେଲେ ଆଜାଦ ସମାଜ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବାକୁ ସକ୍ଷମ। ସଦ୍ୟ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦ ନିର୍ବାଚନର ଫଳାଫଳ ସମ୍ପର୍କରେ ସେ କହିଛନ୍ତି ଯେ ନିର୍ବାଚନ ସଫଳ ହୋଇଛି। ହେଲେ ଭୋଟର ତାଲିକାରେ ଅନେକ ତ୍ରୁଟି ରହିଛି। ସେ ଭୋଟର ତାଲିକା ସଂଶୋଧନ ଆବଶ୍ୟକତା ଉପରେ ମତ ରଖିଥିଲେ। ବାଲଟ୍ ପେପର ବ୍ୟବହାର କରି ନିର୍ବାଚନ କରିବାକୁ ଦାବି କରିଥିଲେ। ସେ ୨୦୨୭ ବିଧାନସଭା ନିର୍ବାଚନ ବାଲଟ୍ ପେପର ବ୍ୟବହାର କରିବା ପାଇଁ ତାଙ୍କର ଦାବିକୁ ପୁନର୍ବାର ଦୋହରାଇ ଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: