CM Yogi Bengal Campaign / ଟିଏମସି ବିରୋଧରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ; କହିଲେ...
·2 months ago·3 min read

Key Points
ବୁଧବାର ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ନିର୍ବାଚନୀ ଜନସଭାରେ ସାମିଲ ହୋଇଛନ୍ତି ଦଳର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ସେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ଅବସରରେ ରାଜ୍ୟରେ କ୍ଷମତାସୀନ ଟିଏମସି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲେ।
CM Yogi Adityanath Election Campaign 2026 Bengal: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ବିଜେପିର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ଜୋରାସାଙ୍କୋ ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧୂଆଁଧାର ପ୍ରଚାର କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ଦଳୀୟ ସଭାକୁ ସମ୍ବୋଧିତ କରି ସେ ଶାସକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ବର୍ଷିଥିଲେ। ଉଭୟଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ପିଉସୀ-ପୁତୁରା ଦୁହେଁ ପଶ୍ଚିମବଙ୍ଗକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେବାକୁ ଚାହୁଁଛନ୍ତି। କୋଲକାତା ମେୟର କହୁଛନ୍ତି ଯେ କୋଲକାତା ସହରରେ କେବଳ ଉର୍ଦ୍ଦୁ ବ୍ୟବହାର କରାଯିବ। ହେଲେ ଆମେ ଆପଣଙ୍କୁ କହିରଖୁଛୁ ଯେ କେହି ପଶ୍ଚିମଙ୍ଗର ଅସ୍ମିତାକୁ ବଦଳାଇ ପାରିବେ ନାହିଁ।
ପଶ୍ଚିମବଙ୍ଗର ପରିଚୟ କୌଣସି ପରିସ୍ଥିତିରେ ବଦଳାଯିବ ନାହିଁ: ମୁଖ୍ୟମନ୍ତ୍ରୀ ଯୋଗୀ
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଟିଏମସିରେ ରହିଥିବା ଯେଉଁମାନେ ପଶ୍ଚିମବଙ୍ଗର ପରିଚୟ ବଦଳାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ ମନେରଖିବା ଦରକାର ଯେ ବଙ୍ଗର ପରିଚୟ କାବା ସହିତ ନୁହେଁ, ବରଂ ମାଆ କାଳୀଙ୍କ ସହ ରହିଛି। ଆମକୁ ବଙ୍ଗର ପରିଚୟ ରକ୍ଷା କରିବାକୁ ହେବ। ବଙ୍ଗରେ ବର୍ତ୍ତମାନ ମୌଳବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରାଯାଉଛି। ଏହାକୁ ଯେକୌଣସି ମୂଲ୍ୟରେ ବନ୍ଦ କରିବାକୁ ହେବ। ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି ରାଜ୍ୟରେ ଏହାକୁ ବନ୍ଦ କରିବା ପାଇଁ ଆପଣଙ୍କୁ ଭାରତୀୟ ଗଣତନ୍ତ୍ର ଦ୍ୱାରା ଦିଆଯାଇଥିବା ଶକ୍ତି ବ୍ୟବହାର କରିବାକୁ ହେବ। ଏହି ଶକ୍ତିକୁ ସଠିକ୍ ଭାବରେ ବ୍ୟବହାର କରିବାକୁ ହେବ।
ପୂର୍ବରୁ ଉତ୍ତର ପ୍ରଦେଶର ଅବସ୍ଥା ପଶ୍ଚିମବଙ୍ଗ ଭଳି ରହିଥିଲା
ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ ଆଜି ପଶ୍ଚିମବଙ୍ଗର ଖରାପ ବିପର୍ଯ୍ୟସ୍ଥ ହୋଇପଡ଼ିଛି। କେବେ ଜ୍ଞାନର ସୁବର୍ଣ୍ଣ ଧାରା ପ୍ରବାହିତ ହେଉଥିବା ଏବେ ବେରୋଜଗାରୀର ଅନ୍ଧକାରରେ ହଜିଯାଇଛି। କୃଷକଙ୍କ ଅବସ୍ଥା ଖରାପ ହୋଇଥିବା ବେଳେ ଶିଳ୍ପ ସଂସ୍ଥା ବନ୍ଦ ହେବାକୁ ବସିଛି। ବିଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ୭ ହଜାରରୁ ଅଧିକ ବଡ଼ ବଡ଼ ଶିଳ୍ପ ବନ୍ଦ ହୋଇସାରିଛି। ରାଜ୍ୟରେ ୩୦ ଲକ୍ଷରୁ ଅଧିକ ବେରୋଜଗାର ଯୁବକ ବେକାର ହୋଇ ବସିଥିବା ବେଳେ ଟିଏମସି ସରକାର କିମ୍ବା ମମତା ବାନାର୍ଜୀ ସେମାନଙ୍କ କଥା ଶୁଣୁନାହାଁନ୍ତି। କୋଲକାତା ମେୟର କ'ଣ କହୁଛନ୍ତି ତାହା ଆପଣ ନିଶ୍ଚୟ ଶୁଣିଥିବେ। ମେୟର କହୁଛନ୍ତି ଯେ କୋଲକାତାରେ ବଙ୍ଗଳା ବଦଳରେ ଉର୍ଦ୍ଦୁ ଭାଷାର ବ୍ୟବହାର କରାଯିବ। ହେଲେ ଆମେ ଆପଣଙ୍କୁ କହିରଖୁଛୁ ଯେ କେହି ବଙ୍ଗଳା ପରିଚୟକୁ ବଦଳାଇ ପାରିବେ ନାହିଁ। ବଙ୍ଗରେ ଗୋହତ୍ୟା ବହୁଳ ମାତ୍ରାରେ ଜାରି ରହିଛି। ମମତା ଦିଦି ଭଗବାନ ଶ୍ରୀରାମଙ୍କ ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି। ଦୁର୍ଗା ପୂଜାକୁ ଅନୁମତି ଦିଆଯାଉ ନାହିଁ। ଏଠାରେ ଯେଉଁ ବିଶୃଙ୍ଖଳା ଦେଖିବାକୁ ମିଳୁଛି ତାହା ୨୦୧୭ ପୂର୍ବରୁ ଉତ୍ତର ପ୍ରଦେଶରେ ଦେଖାଯାଉଥିବା ବିଶୃଙ୍ଖଳା ସହିତ ସମାନ। ଆଜି ଉତ୍ତର ପ୍ରଦେଶରେ କୌଣସି ଅଶାନ୍ତି ନାହିଁ ବରଂ ସବୁଠି ଏକ ଉତ୍ସବ ମୁଖର ପରିବେଶ ଅଛି।
ଏହା ସହ ପଢନ୍ତୁ: ଅନୁପ୍ରବେଶକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ; ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଟାର୍ଗେଟରେ କଂଗ୍ରେସ
ଦୁର୍ନୀତିର ସମର୍ଥକ ହୋଇଯାଇଛି ଟିଏମସି ସରକାର
ନଦିଆ ଜିଲ୍ଲାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଆଜି ଆମେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ଅରବିନ୍ଦ ଘୋଷ ଏବଂ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଏହି ପବିତ୍ର ଭୂମିରେ ଟିଏମସି ଗୁଣ୍ଡାଙ୍କୁ ଲୋକଙ୍କୁ ଲୁଟୁଥିବାର ଦେଖୁଛୁ। ଟିଏମସି ଏବେ ଦୁର୍ନୀତି ଏବଂ ଆତଙ୍କର ସମର୍ଥକ ହୋଇଯାଇଛି। ଯାହା ମାଫିଆ ଶାସନର ପ୍ରତୀକ। କେବେ ପଶ୍ଚିମବଙ୍ଗ ଦେଶର ଅର୍ଥନୀତିର ଗ୍ରୋଥ୍ ଇଞ୍ଜିନ ରହିଥିଲା। ଯେଉଁ ବଙ୍ଗଳା ଦିନେ ଶିଳ୍ପ ସମୃଦ୍ଧ ଥିଲା, ଯେଉଁଠି ଯୁବପିଢିଙ୍କୁ ନିଯୁକ୍ତି ମିଳୁଥିଲା, ତାହା ଏବେ ବନ୍ଦ ହେବା ରାସ୍ତାରେ ରହିଛି। ରାଜ୍ୟରେ ଆଳୁ ଚାଷୀ ଅପମାନିତ ଅନୁଭବ କରୁଛନ୍ତି। ରାଜ୍ୟରେ ସମ୍ପୂର୍ଣ୍ଣ ଅଶାନ୍ତିର ବାତାବରଣ ରହିଛି।

बंगाल की पहचान काबा से नहीं, माँ कालीबाड़ी से है।
— Yogi Adityanath (@myogiadityanath) April 22, 202
जोरासांको विधान सभा क्षेत्र की जनता-जनार्दन का प्रचंड समर्थन बता रहा है कि वो बंगाल की अस्मिता से खिलवाड़ करने वालों का सूपड़ा साफ करने जा रही है।
इस अपार जन-समर्थन के लिए जोरासांको वासियों का हृदय से आभार। pic.twitter.com/EvztrZNElH
ପୂର୍ବରୁ ଉତ୍ତର ପ୍ରଦେଶର ଅବସ୍ଥା ପଶ୍ଚିମବଙ୍ଗ ଭଳି ରହିଥିଲା
ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ ଆଜି ପଶ୍ଚିମବଙ୍ଗର ଖରାପ ବିପର୍ଯ୍ୟସ୍ଥ ହୋଇପଡ଼ିଛି। କେବେ ଜ୍ଞାନର ସୁବର୍ଣ୍ଣ ଧାରା ପ୍ରବାହିତ ହେଉଥିବା ଏବେ ବେରୋଜଗାରୀର ଅନ୍ଧକାରରେ ହଜିଯାଇଛି। କୃଷକଙ୍କ ଅବସ୍ଥା ଖରାପ ହୋଇଥିବା ବେଳେ ଶିଳ୍ପ ସଂସ୍ଥା ବନ୍ଦ ହେବାକୁ ବସିଛି। ବିଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ୭ ହଜାରରୁ ଅଧିକ ବଡ଼ ବଡ଼ ଶିଳ୍ପ ବନ୍ଦ ହୋଇସାରିଛି। ରାଜ୍ୟରେ ୩୦ ଲକ୍ଷରୁ ଅଧିକ ବେରୋଜଗାର ଯୁବକ ବେକାର ହୋଇ ବସିଥିବା ବେଳେ ଟିଏମସି ସରକାର କିମ୍ବା ମମତା ବାନାର୍ଜୀ ସେମାନଙ୍କ କଥା ଶୁଣୁନାହାଁନ୍ତି। କୋଲକାତା ମେୟର କ'ଣ କହୁଛନ୍ତି ତାହା ଆପଣ ନିଶ୍ଚୟ ଶୁଣିଥିବେ। ମେୟର କହୁଛନ୍ତି ଯେ କୋଲକାତାରେ ବଙ୍ଗଳା ବଦଳରେ ଉର୍ଦ୍ଦୁ ଭାଷାର ବ୍ୟବହାର କରାଯିବ। ହେଲେ ଆମେ ଆପଣଙ୍କୁ କହିରଖୁଛୁ ଯେ କେହି ବଙ୍ଗଳା ପରିଚୟକୁ ବଦଳାଇ ପାରିବେ ନାହିଁ। ବଙ୍ଗରେ ଗୋହତ୍ୟା ବହୁଳ ମାତ୍ରାରେ ଜାରି ରହିଛି। ମମତା ଦିଦି ଭଗବାନ ଶ୍ରୀରାମଙ୍କ ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି। ଦୁର୍ଗା ପୂଜାକୁ ଅନୁମତି ଦିଆଯାଉ ନାହିଁ। ଏଠାରେ ଯେଉଁ ବିଶୃଙ୍ଖଳା ଦେଖିବାକୁ ମିଳୁଛି ତାହା ୨୦୧୭ ପୂର୍ବରୁ ଉତ୍ତର ପ୍ରଦେଶରେ ଦେଖାଯାଉଥିବା ବିଶୃଙ୍ଖଳା ସହିତ ସମାନ। ଆଜି ଉତ୍ତର ପ୍ରଦେଶରେ କୌଣସି ଅଶାନ୍ତି ନାହିଁ ବରଂ ସବୁଠି ଏକ ଉତ୍ସବ ମୁଖର ପରିବେଶ ଅଛି।
TMC का मतलब- टेरर, माफियाराज और करप्शन है।
— Yogi Adityanath (@myogiadityanath) April 22, 2026
चकदहा विधान सभा क्षेत्र में उमड़ा यह जन सैलाब केवल भीड़ नहीं, बल्कि चैतन्य महाप्रभु की भावनाओं के अनुरूप डबल इंजन सरकार के नेतृत्व में 'नए बंगाल' के निर्माण का संकल्प है।
इस अपार जन-समर्थन के लिए चकदहा वासियों का हृदय से आभार। pic.twitter.com/v7DVWEHKGF
ଏହା ସହ ପଢନ୍ତୁ: ଅନୁପ୍ରବେଶକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ; ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଟାର୍ଗେଟରେ କଂଗ୍ରେସ
ଦୁର୍ନୀତିର ସମର୍ଥକ ହୋଇଯାଇଛି ଟିଏମସି ସରକାର
ନଦିଆ ଜିଲ୍ଲାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଆଜି ଆମେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ଅରବିନ୍ଦ ଘୋଷ ଏବଂ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଏହି ପବିତ୍ର ଭୂମିରେ ଟିଏମସି ଗୁଣ୍ଡାଙ୍କୁ ଲୋକଙ୍କୁ ଲୁଟୁଥିବାର ଦେଖୁଛୁ। ଟିଏମସି ଏବେ ଦୁର୍ନୀତି ଏବଂ ଆତଙ୍କର ସମର୍ଥକ ହୋଇଯାଇଛି। ଯାହା ମାଫିଆ ଶାସନର ପ୍ରତୀକ। କେବେ ପଶ୍ଚିମବଙ୍ଗ ଦେଶର ଅର୍ଥନୀତିର ଗ୍ରୋଥ୍ ଇଞ୍ଜିନ ରହିଥିଲା। ଯେଉଁ ବଙ୍ଗଳା ଦିନେ ଶିଳ୍ପ ସମୃଦ୍ଧ ଥିଲା, ଯେଉଁଠି ଯୁବପିଢିଙ୍କୁ ନିଯୁକ୍ତି ମିଳୁଥିଲା, ତାହା ଏବେ ବନ୍ଦ ହେବା ରାସ୍ତାରେ ରହିଛି। ରାଜ୍ୟରେ ଆଳୁ ଚାଷୀ ଅପମାନିତ ଅନୁଭବ କରୁଛନ୍ତି। ରାଜ୍ୟରେ ସମ୍ପୂର୍ଣ୍ଣ ଅଶାନ୍ତିର ବାତାବରଣ ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
CM Yogi Bengal CampaignWest Bengal Assembly Elections 2026CM Yogi Adityanath Bengal SpeechYogi Adityanath vs Mamata BanerjeeTMC vs BJP West BengalBengal Election News 2026CM Yogi in West BengalYogi Adityanath Rally BengalLaw and Order in West BengalBJP Bengal Campaign 2026"Looting in Bengal" Yogi StatementCM Yogi Adityanath speech on TMC goonda raj