CM Yogi prediction on UP Polls 2027 / ୨୦୨୭ ବିଧାନସଭା ନିର୍ବାଚନରେ କେତେ ଆସନ ଜିତିବ ଏନଡିଏ? ମୁଖ୍ୟମନ୍ତ୍ରୀ ଯୋଗୀ ଲଗାଇଲେ ଅନୁମାନ
·1 hour ago·2 min read

Key Points
ଆମେ ୮୦-୨୦ ଫର୍ମୁଲା ଆଧାରରେ ଲଢ଼ୁଛୁ। ବିଜେପି ଏବଂ ଏହାର ମେଣ୍ଟ ଅଂଶୀଦାର ୮୦ ପ୍ରତିଶତ ଭୋଟ ପାଇବେ। ବାକି ୨୦ ପ୍ରତିଶତ ଭୋଟ ବିରୋଧି ଦଳ ପାଖକୁ ଯିବ।
୨୦୨୭ ବିଧାନସଭା ନିର୍ବାଚନକୁ ଏବେ ଠାରୁ ସରଗରମ ହୋଇ ଉଠିଲାଣି ଉତ୍ତର ପ୍ରଦେଶ ରାଜନୀତି। ହେଲେ ଏହି ନିର୍ବାଚନରେ ଶାସକ ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ କେତେ ଆସନ ପାଇବ ତାହାର ପୂର୍ବାନୁମାନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଅନୁମାନ କରିଛନ୍ତି ବିଜେପି ନେତୃତ୍ୱାଧିନ ଏନଡିଏ ରାଜ୍ୟରେ ଏକ ନିର୍ଣ୍ଣାୟକ ଜନାଦେଶ ହାସଲ କରିବ। ତାଙ୍କ ଅନୁମାନ ଅନୁସାରେ ଶାସକ ମେଣ୍ଟ ୮୦ ପ୍ରତିଶତ ଭୋଟ ସହିତ ଆସନ ମଧ୍ୟ ଜିତିବ।
୨୦୨୭ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ବହୁ ଚର୍ଚ୍ଚିତ ୮୦-୨୦ ଫର୍ମୁଲା (UP CM 80-20 Formula) ର ପୁନରାବୃତ୍ତି କରିଥିଲେ। ଏନେଇ ସେ କହିଛନ୍ତି ଯେ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ୮୦ ପ୍ରତିଶତ ଭୋଟ ପାଇବେ। ଯେତେବେଳେ ବାକି ୨୦ ପ୍ରତିଶତ ଭୋଟ ବିରୋଧି ଦଳ ଖାତାକୁ ଯିବ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରଥମେ ୮୦-୨୦ ଫର୍ମୁଲା ବ୍ୟବହାର କରିଥିଲେ। ସେତେବେଳେ, ସେ କହିଥିଲେ ଯେ ରାଷ୍ଟ୍ରବାଦ, ସୁଶାସନ ଏବଂ ବିକାଶରେ ବିଶ୍ୱାସ କରୁଥିବା ଲୋକଙ୍କୁ ନେଇ ଗଠିତ ୮୦ ପ୍ରତିଶତ ଭୋଟର ବିଜେପି ମେଣ୍ଟକୁ ଭୋଟ ଦେବେ। ସେ ପରାମର୍ଶ ଦେଇଥିଲେ ଯେ ବାକି ୨୦ ପ୍ରତିଶତ ଭୋଟର ବିରୋଧି ଦଳକୁ ସମର୍ଥନ କରିବେ।
ଆଗାମୀ ନିର୍ବାଚନରେ ବିଜେପି ନେତୃତ୍ୱାଧିନ ମେଣ୍ଟର ପ୍ରଦର୍ଶନ ବିଷୟରେ ଭବିଷ୍ୟବାଣୀ କରିବାକୁ ପଚରାଯିବାରୁ, ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ ଏନଡ଼ିଏ ମେଣ୍ଟ ଅତି କମରେ ୮୦ ପ୍ରତିଶତ ଭୋଟ ପାଇବ। ଯେତେବେଳେ ତାଙ୍କୁ ସ୍ପଷ୍ଟ ଭାବରେ ପଚରାଗଲା ଯେ ବିଜେପି ୩୫୦ ଆସନ ଅତିକ୍ରମ କରିପାରିବ କି ନାହିଁ, ସେତେବେଳେ ସେ କହିଥିଲେ ଯେ ଶାସକ ମେଣ୍ଟ ଅତି କମରେ ୮୦ ପ୍ରତିଶତ ବିଧାନସଭା ଆସନ ଜିତିବ। ହେଲେ ତଥାପି, ସେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଆସନ ପାଇବା କଥା କହିନଥିଲେ।
ମୁଁ ଅନେକ ଥର କହିଛି ଯେ ଆମେ ୮୦-୨୦ ଫର୍ମୁଲା ଆଧାରରେ ଲଢ଼ୁଛୁ। ବିଜେପି ଏବଂ ଏହାର ମେଣ୍ଟ ଅଂଶୀଦାର ୮୦ ପ୍ରତିଶତ ଭୋଟ ପାଇବେ। ବାକି ୨୦ ପ୍ରତିଶତ ଭୋଟ ବିରୋଧି ଦଳ ପାଖକୁ ଯିବ। ସମାନ ସମୀକରଣ ଆସନ ସଂଖ୍ୟାରେ ମଧ୍ୟ ପ୍ରତିଫଳିତ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଯୋଗୀ ଆଦିତ୍ୟନାଥ ନା ଅଖିଳେଶ ଯାଦବ? ବିଧାନସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ୮୦-୨୦ ଫର୍ମୁଲା କ'ଣ?
ଉତ୍ତର ପ୍ରଦେଶ ବିଧାନସଭାରେ ମୋଟ ୪୦୩ ବିଧାନସଭା ଆସନ ରହିଛି। ଯଦି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ୮୦ ପ୍ରତିଶତ ଆସନ ଜିତିବାର ପୂର୍ବାନୁମାନ ସତ୍ୟ ହୁଏ, ତାହେଲେ ବିଜେପି ନେତୃତ୍ୱାଧିନ ଏନଡ଼ିଏ (NDA) ମେଣ୍ଟ ପ୍ରାୟ ୩୨୨ ଆସନ ପାଇବ। ବାକି ୮୧ ଆସନ ବିରୋଧି ଦଳ ଖାତାକୁ ଯାଇପାରେ।
ପୂର୍ବ ଦୁଇଟି ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ମେଣ୍ଟର ନିର୍ବାଚନୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ପୂର୍ବାନୁମାନ ଗୁରୁତ୍ୱପୂର୍ଣ୍ଣ। କାରଣ ଗତ ୨୦୧୭ ବିଧାନସଭା ନିର୍ବାଚନରେ ଏନଡ଼ିଏ ମେଣ୍ଟ ସେତେବେଳେ ୩୨୫ ଆସନ ଜିତିଥିଲା। ଯେଉଁଥିରେ ବିଜେପି କେବଳ ଏକାକୀ ୩୧୨ ଆସନ ପାଇଥିଲା। ହେଲେ ତଥାପି ୨୦୨୨ ବିଧାନସଭା ନିର୍ବାଚନରେ ଏହାର ଆସନ ସଂଖ୍ୟା ବହୁତ ହ୍ରାସ ପାଇଥିଲା। ସେତେବେଳେ NDA ମେଣ୍ଟ ୨୭୩ ଆସନ ପାଇଥିବା, ବିଜେପି କେବଳ ୨୫୫ ଆସନ ପାଇଥିଲା।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସଦ୍ୟତମ ଭବିଷ୍ୟବାଣୀ ସୂଚାଇ ଦେଉଛି ଯେ, ଶାସକ ମେଣ୍ଟ ଗତ ୨୦୨୨ ନିର୍ବାଚନରେ ହରାଇଥିବା ଅନେକ ଆସନ ପୁନର୍ବାର ଫେରିପାଇବ। ରାଜ୍ୟରେ ଆଉ ଥରେ ଶାସକ ମେଣ୍ଟ ଆଉ ଏକ ଆରାମଦାୟକ ବହୁମତ ହାସଲ କରିପାରିବ।