Videos
|
Politics

UP CM Yogi Adityanath / 'ନିଜ ସମାଜ ଭିତରେ ରହିଥିବା କାଳନେମି ପ୍ରତି ସତର୍କ ରୁହନ୍ତୁ'

Subhramjit Ray
Browse all articles by Subhramjit Ray
·1 hour ago·4 min read
'ନିଜ ସମାଜ ଭିତରେ ରହିଥିବା କାଳନେମି ପ୍ରତି ସତର୍କ ରୁହନ୍ତୁ'
UP CM Yogi Adityanath

Key Points

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସମାଜର କିଛି ଲୋକ ବିଶ୍ୱର ସେହି ବିଦେଶୀ ଶକ୍ତିର ମୁଖପାତ୍ର ହେଉଛନ୍ତି, ଯେଉଁମାନେ ସନାତନ ସଂସ୍କୃତି ଉପରେ ଆକ୍ରମଣ କରିବାରେ ନିୟୋଜିତ ଅଛନ୍ତି।
CM Yogi Adityanath Latest Speech: ଦେଶ ପ୍ରଗତିରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି ସତର୍କ ରହନ୍ତୁ। ଆମ ସମସ୍ତଙ୍କୁ ଦେଶ ବିରୋଧରେ କରାଯାଉଥିବା ଷଡ଼ଯନ୍ତ୍ର ବୁଝିବାକୁ ହେବ। କିଛି ଶକ୍ତି ଦେଶର ପ୍ରଗତି, ସନାତନ ସଂସ୍କୃତି ଏବଂ ପରମ୍ପରାକୁ ନଷ୍ଟ କରିଦେବାକୁ ଚାହୁଁଛନ୍ତି। ଯଦି ଆମେ ଆମ ସମାଜ ଭିତରେ ରହିଥିବା "କାଳନେମି" ରୂପ ନେଇଥିବା ଦେଶ ବିରୋଧି ଷଡ଼ଯନ୍ତ୍ରକାରୀଙ୍କ ବିଷୟରେ ଅଜ୍ଞ ରହିବା, ତାହେଲେ ଏହା ନିଜ ଗୋଡ଼ରେ ନିଜେ କୁରାଢି ମାରିବା ଭଳି ହେବ।

ବୁଧବାର (ଜୁଲାଇ ୨୯), ଗୁରୁ ପୂର୍ଣ୍ଣିମା ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଗୋରଖନାଥ ମନ୍ଦିରର ମହନ୍ତ ଦିଗବିଜୟନାଥ ସ୍ମୃତି ଭବନରେ ୨୩ ଜୁଲାଇରୁ ଚାଲିଥିବା ଶ୍ରୀରାମ କଥା ଏବଂ ଗୁରୁ ପୂର୍ଣ୍ଣିମା ମହୋତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଆଜି ଆମ ନିଜ ସମାଜରେ କିଛି ଲୋକ ସନାତନ ସଂସ୍କୃତି ଉପରେ ଆକ୍ରମଣ କରିବାରେ ନିୟୋଜିତ ବିଦେଶୀ ଶକ୍ତିର ମୁଖପାତ୍ର ସାଜିଛନ୍ତି। ଯଦି ସମାଜ ଏପରି ଶକ୍ତି ଏବଂ ସେମାନଙ୍କ ପ୍ରବକ୍ତାଙ୍କ ବିରୋଧରେ ସତର୍କ ରହି ଏବଂ ନିଜ ସଂସ୍କାର ପାଇଁ ପ୍ରସ୍ତୁତ ରହିବାକୁ ହେବ। ଯଦି ସମାଜ ଖୁସି ରହେ ତାହେଲେ ଦେଶକୁ ସମୃଦ୍ଧି ପଥରେ ଆଗକୁ ବଢ଼ିବାରୁ କେହି ରୋକିପାରିବେ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ୧୨ ବର୍ଷ ଧରି ଦ୍ରୁତ ପ୍ରଗତି କରୁଥିବା ଭାରତ ଆଗାମୀ ୨-୩ ବର୍ଷ ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସାମିଲ ହେବ। ଭାରତ ଯେଉଁମାନଙ୍କୁ ପ୍ରଗତିରେ ପଛରେ ପକାଇ ଦେଇଛି ସେମାନେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ। ଅନେକ ବିଦେଶୀ ଶକ୍ତି ଭାରତର ପ୍ରଗତିକୁ ନାପସନ୍ଦ କରୁଛନ୍ତି। ଏଭଳି ବାହ୍ୟ ଶକ୍ତି ଦେଶରେ ଅସ୍ଥିରତା, ଅଶାନ୍ତି ଏବଂ ବିଶୃଙ୍ଖଳା ପ୍ରସାର କରିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି।

ଏହା ସହ ପଢନ୍ତୁ: ଗୁରୁ ପୂର୍ଣ୍ଣିମାରେ ଉଭୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନୂତନ 'ଅବତାର'; ଗୁରୁ-ଶିଷ୍ୟ ଉଭୟ ଭୂମିକାରେ ଆସିଲେ ନଜର

ନକ୍ସଲବାଦ ଶେଷ ହୋଇଛି ହେଲେ ଯେଉଁମାନେ ଏହାକୁ ପ୍ରେରଣା ଦେଇଥିଲେ ସେମାନେ କିପରି ଶାନ୍ତିରେ ବସିବେ
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ପ୍ରାୟ ବର୍ଷ ପୂର୍ବେ ଦେଶର ୧୨୦ ଜିଲ୍ଲା ନକ୍ସଲ ପ୍ରଭାବିତ ରହିଥିଲା। ଆଜି ନକ୍ସଲବାଦ ଦେଶର ଗୋଟିଏ ହେଲେ ଜିଲ୍ଲାରେ ନାହିଁ। ଏପରି ପରିସ୍ଥିତିରେ, ଯେଉଁମାନେ ନକ୍ସଲବାଦକୁ ପ୍ରେରଣା ଏବଂ ପ୍ରୋତ୍ସାହିତ କରିଥିଲେ ସେମାନେ ଚୁପ୍ ହୋଇ ବସିବା ବଦଳରେ ବିଭିନ୍ନ ରୂପରେ ଏବଂ ଛଦ୍ମନାମରେ ଉଭା ହେବେ। ରାମାୟଣ ଯୁଗରେ ହନୁମାନଜୀଙ୍କ ପଥ ଅବରୋଧ କରିଥିବା "କାଲାନେମି" ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କୁ ବର୍ତ୍ତମାନର "କାଲାନେମି" ପ୍ରତି ସତର୍କ ରହିବାକୁ ହେବ। ଭାରତ ବିରୋଧରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଷଡ଼ଯନ୍ତ୍ରରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ପ୍ରତି ଆମକୁ ସତର୍କ ରହିବାକୁ ପଡିବ। ସମାଜକୁ ଏକଜୁଟ ହୋଇ ଘୋଷଣା କରିବାକୁ ହେବ ଯେ ଆମେ କୌଣସି ଦେଶ ବିରୋଧି ଷଡ଼ଯନ୍ତ୍ର ଗ୍ରହଣ କରିବୁ ନାହିଁ।

ବଡ଼ ଯାତ୍ରାରେ ଆସିଥାଏ ସମସ୍ୟା
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଯେତେବେଳେ ଭାରତ ଏକ ବଡ଼ ଯାତ୍ରା ଆରମ୍ଭ କରେ, ସେତେବେଳେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ଯେତେବେଳେ ଭଗବାନ ଶ୍ରୀରାମଙ୍କୁ ରାଜ୍ୟଭିଷେକ ସମୟ ଆସିଲା, ସେତେବେଳେ ତାଙ୍କ ପରିବାରରେ ସୃଷ୍ଟି ହୋଇଥିବା ଫାଟ କାରଣରୁ ତାଙ୍କୁ ବନବାସରେ ଯିବାକୁ ପଡ଼ିଥିଲା ଯେତେବେଳେ ସେ ନିର୍ବାସନରୁ ଫେରି ରାମରାଜ୍ୟ ସ୍ଥାପନ କଲେ, ସେତେବେଳେ ମାତା ସୀତାଙ୍କୁ ବନବାସରେ ଯିବାକୁ ପଡ଼ିଥିଲା। ମହାଭାରତ ସମୟରେ, ଯେତେବେଳେ ଇନ୍ଦ୍ରପ୍ରସ୍ଥ ଗୌରବର ଶୀର୍ଷରେ ରହିଥିଲା, ସେତେବଳେ ମହାଭାରତ ପାଇଁ ଶଙ୍ଖନାଦ ହୋଇଥିଲା। ଭାରତ ବର୍ଷର ସୁବର୍ଣ୍ଣ କାଳ ସମୟରେ ମଧ୍ୟ ଏଭଳି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଚାଣକ୍ୟଙ୍କ ସମୟରେ, ଅଖଣ୍ଡ ଭାରତ ବର୍ଷ ୪୫% ବିଶ୍ୱର ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିଲା। ଯେତେବେଳେ ଆମେ ଆତ୍ମମୁଗ୍ଧ ହୋଇଯାଉ, ସେତେବେଳେ ଷଡ଼ଯନ୍ତ୍ରରେ ମାତି ରହିଥିବା କିଛି ଲୋକ ସକ୍ରିୟ ହୋଇ ଉଠିଥାନ୍ତି। ସେମାନେ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରିଥାନ୍ତି। ଆମକୁ ଆମ ପ୍ରଗତି ପାଇଁ ଆତ୍ମମୁଗ୍ଧ ହେବାରୁ ଦୂରେଇ ରହିବାକୁ ଏବଂ ବ୍ୟବସ୍ଥା ବିପର୍ଯ୍ୟସ୍ତ କରୁଥିବା ଲୋକଙ୍କ ପ୍ରତି ସତର୍କ ରହିବାକୁ ପଡିବ।

ଏହା ସହ ପଢନ୍ତୁ: ବାବ୍ରୀ ପାଇଁ କାନ୍ଦୁଥିବା ଲୋକ ଏବେ ରାମ ମନ୍ଦିର କଥା କହୁଛନ୍ତି, ୱାକଫ୍ ବେଳକୁ ମୁହଁ ବନ୍ଦ ହୋଇଯାଉଛି'

ସନାତନର ପବିତ୍ର ଧାରାରେ ପ୍ରବେଶ କରୁଛନ୍ତି ବିଷଧର
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଧର୍ମ ଏବଂ ସମ୍ପ୍ରଦାୟ ସନାତନର ପବିତ୍ର ଧାରା ମଧ୍ୟରେ ସୁରକ୍ଷା ପାଇଥାଏ। ହେଲେ କିଛି ବିଷଧର ଏଥିରେ ପ୍ରବେଶ କରି ଏହାକୁ ଦଂଶନ କରିବାକୁ ଚେଷ୍ଟା କରୁଛନ୍ତି। ସନାତନ ସଂସ୍କୃତି ଏବଂ ପରମ୍ପରା ଉପରେ ଆକ୍ରମଣ କରି ଭାରତକୁ ଅସ୍ଥିର କରିବାର ପ୍ରୟାସ ବିରୋଧରେ ଆମକୁ ସତର୍କ ରହିବାକୁ ହେବ। ଏହି ପରିପ୍ରେକ୍ଷୀରେ, କେବଳ ସ୍କୁଲ ଶିକ୍ଷକ ନୁହେଁ ବରଂ ଗୁରୁ ଭାବରେ ସେବା କରୁଥିବା ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଦାୟିତ୍ୱ ପାଳନ କରିବା ଆବଶ୍ୟକ।

ଯେଉଁମାନେ ମାତୃଶକ୍ତି ଏବଂ ମାତୃଭୂମିକୁ ଅପମାନ କରନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଦେଶର ଅନେକ ଲୋକ ପାଶ୍ଚାତ୍ୟ ପ୍ରଭାବରେ ଭାସି ଯାଇଛନ୍ତି। ସେମାନେ ଦୁର୍ଗା ପୂଜା ସମୟରେ ରାକ୍ଷସ, ଦାନବ ଅସୁରଙ୍କ ପୂଜା କରିବେ। ଜେଏନଏୟୁ (JNU) ଠାରେ ମହିମା ମଣ୍ଡନ କରିବାକୁ ଚେଷ୍ଟା କରିବେ ଏବଂ ସନାତନ ଉତ୍ସବ ପାଳନ ସମୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ଶ୍ରୀରାମ ଏବଂ ସୁଗ୍ରୀବଙ୍କ ମଧ୍ୟରେ ହଜାର ହଜାର ବର୍ଷ ପୁରୁଣା ବନ୍ଧୁତା ଏପରି ଲୋକଙ୍କ ପାଇଁ ଏକ ଶିକ୍ଷା। ରାବଣ ହୁଅନ୍ତୁ କିମ୍ବା ବାଲି, ଉଭୟ ମାତୃଶକ୍ତିକୁ ଅପମାନ କରିଥିଲେ ଏବଂ ପ୍ରତି ବଦଳରେ ସେମାନଙ୍ କେବଳ ମୃ୍ତ୍ୟୁ ମିଳିଥିଲା। ଯେଉଁମାନେ ମାତୃଶକ୍ତି ଏବଂ ମାତୃଭୂମିକୁ ଅପମାନ କରନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: