CM Yogi Pratapgarh Rally / ବାବ୍ରୀ ପାଇଁ କାନ୍ଦୁଥିବା ଲୋକ ଏବେ ରାମ ମନ୍ଦିର କଥା କହୁଛନ୍ତି, ୱାକଫ୍ ବେଳକୁ ମୁହଁ ବନ୍ଦ ହୋଇଯାଉଛି'
·2 months ago·2 min read

Key Points
ରାଜ୍ୟର ପ୍ରତାପଗଡ଼ ଜିଲ୍ଲାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଉତ୍ତତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ-ସମାଜବାଦୀ ପାର୍ଟି ବିରୋଧରେ ବର୍ଷିଛନ୍ତି।
CM Yogi taegets SP-Congress: ପ୍ରତାପଗଡ଼ ଠାରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିରୋଧିଙ୍କୁ ଖୋଲାଖୋଲି ଟାର୍ଗେଟ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ସଭାକୁ ସମ୍ବୋଧିତ କରିବା ସେ ରାମ ମନ୍ଦିର ପ୍ରସଙ୍ଗ ଉଠାଉଥିବା ବିରୋଧିଙ୍କୁ ପାଲଟା ଜବାବ ଦେଇଛନ୍ତି। କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିରୋଧରେ ବର୍ଷି ମୁଖ୍ୟମନ୍ତ୍ରୀ ଯୋଗୀ ସେମାନଙ୍କର ଦୋମୁହାଁ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଗତକାଲି ଭଗବାନ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ଅସ୍ଥିତ୍ୱକୁ ସ୍ୱୀକାର କରୁନଥିଲେ ସେମାନେ ଏବେ କଥିତ ଅଯୋଧ୍ୟା ଘଟଣାକ୍ରମକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
ରାମ ମନ୍ଦିରର କଥିତ ଦାନ ଚୋରି ଘଟଣାକୁ ଅତିରଞ୍ଜିତ କରିଛନ୍ତି ବିରୋଧି: ମୁଖ୍ୟମନ୍ତ୍ରୀ ଯୋଗୀ
କଥିତ ଅଯୋଧ୍ୟା ଦାନ ଚୋରି ଘଟଣାକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ବିରୋଧି ଜାଣିଶୁଣି ଏହାକୁ ଅତିରଞ୍ଜିତ କରୁଛନ୍ତି। ସେ କହିଛନ୍ତି ଯେ ଆଜିର ଅଯୋଧ୍ୟା ସିଧାସଳଖ ତ୍ରେତୟା ଯୁଗର ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟାକୁ ମନେ ପକାଇ ଦେଉଛି। ସହରର ବିକାଶ ଏବଂ ଉତ୍କୃଷ୍ଟ ସଂଯୋଗୀକରଣର ଶ୍ରେୟ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ କେବଳ ବିଜେପି ସରକାରଙ୍କ "ଡବଲ-ଇଞ୍ଜିନ୍" ସରକାର ଏହି ଅଭୂତପୂର୍ବ ସଫଳତା ହାସଲ କରିପାରିବ।
ବିରୋଧିଙ୍କ ପାଖରେ ରହିଛି କେବଳ ଦୁଇଟି ପ୍ରସଙ୍ଗ?
କଂଗ୍ରେସ ଏବଂ ସମାଜବାଦୀ ପାର୍ଟି (ସପା) ଉଦ୍ଦେଶ୍ୟରେ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ବିରୋଧି ଦଳ ପାଖରେ ଆଜି କୌଣସି ସକାରାତ୍ମକ ପ୍ରସଙ୍ଗ ନାହିଁ। ସେମାନେ କେଉଁ ପ୍ରକାରର ପ୍ରସଙ୍ଗ ନେଇ ଆସୁଛନ୍ତି? ଆଜି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ପାଖରେ କେବଳ ଦୁଇଟି କାମ ବାକି ରହିଛି। ତାହା ହେଉଛି ଜାତି ନାମରେ ସମାଜକୁ ବିଭାଜିତ କରିବା ଏବଂ ଲୋକଙ୍କ ଧାର୍ମିକ ଆସ୍ଥା ବିଶ୍ୱାସକୁ କ୍ଷତି ପହଞ୍ଚାଇବା।
ଏହା ସହ ପଢନ୍ତୁ: ମହିଳା ସଂରକ୍ଷଣକୁ ନେଇ ସପାକୁ ଘେରିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ବାବ୍ରୀ ମସଜିଦ୍କୁ ସମର୍ଥନ କରି କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ସପା-କଂଗ୍ରେସ"
ବିରୋଧିଙ୍କୁ ସମାଲୋଚନା କରି ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କେବେ କଂଗ୍ରେସ ଦାବି କରୁଥିଲେ ଯେ ରାମ-କୃଷ୍ଣ କେବେ ଅସ୍ଥିତ୍ୱରେ ନଥିଲେ। ଅଯୋଧ୍ୟାର ବାବ୍ରୀ ମସଦିଜ୍କୁ ସମର୍ଥନ କରି ଦିନେ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ହେଲେ ଆଜି ସେମାନେ ବହୁରୂପ ଭଳି ରଙ୍ଗ ବଦଳାଇବାରେ ଲାଗିଛନ୍ତି। ଗତକାଲି ପର୍ଯ୍ୟନ୍ତ ଯେଉଁମାନେ ହିନ୍ଦୁ ଧାର୍ମିକ ଆସ୍ଥା ବିଶ୍ୱାସକୁ ବିରୋଧ କରୁଥିଲେ ସେମାନେ ଏବେ କହୁଛନ୍ତି ଯେ ହିନ୍ଦୁଙ୍କ ଆସ୍ଥାକୁ କ୍ଷତି ପହଞ୍ଚାଯାଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ସେମାନଙ୍କ ଧାର୍ମିକ ବିଶ୍ୱାସ କେବେ ଅଯୋଧ୍ୟା ସହିତ ଯୋଡ଼ିହେଲା? ଯଦି ଜଣେ ରାମ ଭକ୍ତ କହୁଛନ୍ତି ଯେ ତାଙ୍କର ବିଶ୍ୱାସ ଅଯୋଧ୍ୟା ସହ ଯୋଡ଼ି ହୋଇ ରହିଛି, ତାହେଲେ ତାଙ୍କୁ ଏକଥା କହିବାର ଅଧିକାର ଅଛି। ହେଲେ କଂଗ୍ରେସ ପାଖରେ ଏକଥା କହିବାର କୌଣସି ନୈତିକ ଅଧିକାର ନାହିଁ।"
ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିବା ଲୋକ ଏବେ କରୁଛନ୍ତି ହିନ୍ଦୁ ଆସ୍ଥାର କଥା: ମୁଖ୍ୟମନ୍ତ୍ରୀ ଯୋଗୀ
ପୂର୍ବର ସମାଜବାଦୀ ସରକାର ଶାସନ କାଳକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଭଗବାନ ଶ୍ରୀରାମଙ୍କ ଅସ୍ଥିତ୍ୱକୁ ଅସ୍ୱୀକାର କରିଥିବା କଂଗ୍ରେସ ଦଳ ଏବଂ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିବା ସମାଜବାଦୀ ପାର୍ଟି, ଆଜି କେଉଁ ମୁହଁରେ ହିନ୍ଦୁ ଧାର୍ମିକ ଆସ୍ଥା କଥା କହୁଛି? ଯେଉଁମାନେ ହିନ୍ଦୁ ଧାର୍ମିକ ସ୍ଥଳର ପୁନରୁଦ୍ଧାର ପାଇଁ ରହିଥିବା ଅର୍ଥକୁ କବରସ୍ଥାନ ଚାରିପାଖରେ ପ୍ରାଚୀର ନିର୍ମାଣ କରିବାରେ ଖର୍ଚ୍ଚ କରୁଥିଲେ, ଏବେ ଲୋକେ ସେମାନଙ୍କୁ ନିଶ୍ଚିତ ଭାବରେ ଏକଥା ପଚାରିବା ଆବଶ୍ୟକ ଯେ ସେମାନେ ଆଜି କେଉଁ ମୁହଁରେ ହିନ୍ଦୁ ଧାର୍ମିକ ଆସ୍ଥା କଥା କହୁଛନ୍ତି।

Related Topics
Explore more stories