CJP Founder Slapped in Jaipur / ଆନ୍ଦୋଳନ ବେଳେ ହଙ୍ଗାମା; ସିଜେପି ପ୍ରତିଷ୍ଠାତାଙ୍କୁ ମରାଗଲା ଥାପଡ଼
·3 hours ago·2 min read

Key Points
ଆନ୍ଦୋଳନ ବେଳେ ଅଜ୍ଞାତ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି କକରୋଚ୍ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦୀପକେ।
CJP Founder Abhijeet Dipke Slapping: ରାଜସ୍ଥାନ ରାଜଧାନୀ ଜୟପୁର ଠାରେ ଆୟୋଜିତ ହୋଇଥିବା ଆନ୍ଦୋଳନ ବେଳେ ଆକ୍ରୋଶର ଶୀକାର ହୋଇଛନ୍ତି କକରୋଚ୍ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପକେ। ତାଙ୍କୁ ଆନ୍ଦୋଳନ ବେଳେ ସର୍ବସାଧାଣରେ ଥାପଡ଼ ମରାଯିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛ। ଛାତ୍ରଙ୍କ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆୟୋଜିତ ହୋଇଥିବା ଆନ୍ଦୋଳନରେ ଯୋଗ ଦେବା ଲାଗି ଜୟପୁର ଠାରେ ପହଞ୍ଚିଥିଲେ ସିଜେପି ପ୍ରତିଷ୍ଠାତା। ଆନ୍ଦୋଳନ ଚାଲିଥିବା ସମୟରେ ଭିଡ଼ ମଧ୍ୟରୁ କେହି ଜଣେ ଯୁବକ ତାଙ୍କୁ ଅନେକ ଥର ଚାପୁଡ଼ା ମାରିଥିଲେ। ଅଭିଜିତ ଦୀପକେଙ୍କୁ ଚାପୁଡ଼ା ମାରିବାର ଏକ ଭିଡି଼ଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ କୁହାଯାଉଛି ଯେ ଭିଡ଼ ମଧ୍ୟରୁ ୩ ଜଣ ଲୋକ ବାହାରି ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆଗକୁ ଆସି ତାଙ୍କୁ ଲଗାତାର ଥାପଡ଼ ମାରିଥିଲେ। ପୋଲିସ ତୁରନ୍ତ ଥାପଡ଼ ମାରିଥିବା ବ୍ୟକ୍ତିଙ୍କୁ ଅଟକ ରଖି ବିଧାୟକପୁରୀ ଥାନାକୁ ନେଇ ଆସିଥିଲା।
ଥାପଡ଼କାଣ୍ଡ ମଧ୍ୟରେ ଚୋରି ହୋଇଗଲା ମୋବାଇଲ୍
ଅଭିଜିତ ଦୀପକେ ଥାପଡ଼ ମରାଯିବା ସମୟରେ ପ୍ରଦର୍ଶନସ୍ଥଳରୁ ଅନେକ ଲୋକଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଥିବାର ଖବର ଆସିଛି। ଆନ୍ଦୋଳନ ବେଳେ ସିଜେପି ପ୍ରତିଷ୍ଠାତାଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରତିବାଦ ସମୟରେ ନିଜ ନିଜର ମୋବାଇଲ୍ ସୁରକ୍ଷିତ ରଖିବା ପାଇଁ ମଞ୍ଚରୁ ବାରମ୍ବାର ଘୋଷଣା କରା ଯାଇଥିଲା। ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଭିଜିତ ଦୀପକେଙ୍କୁ ତାଙ୍କ ସମର୍ଥକଙ୍କ ସହ ମଞ୍ଚକୁ ଯାଉଛନ୍ତି।
ଏହା ସହ ପଢନ୍ତୁ: ଜନ୍ମଦିନ ବେଳେ କେକ୍ ଲାଗି ତଳେ ପଡ଼ିଗଲେ ଆରଜେଡ଼ି ନେତା; ଭିଡ଼ିଓ ଭାଇରାଲ
ପ୍ରତିବାଦ ପାଇଁ ମିଳିଥିଲା ସର୍ତ୍ତମୂଳକ ଅନୁମତି
ସୋମବାର (ଜୁନ ୧୫) ଜୟପୁର ସ୍ଥିତ ସହିଦ ସ୍ମାରକୀ ଠାରେ ସିଜେପି ଦ୍ୱାରା ଆୟୋଜିତ ହୋଇଥିବା ପ୍ରତିବାଦ ସଭାରେ ଅଂଶଗ୍ରହଣ କରିବାକୁ ଆସିଥିଲେ ଅଭିଜିତ ଦୀପକେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସେ ଗତକାଲି ବିଳମ୍ବିତ ରାତିରେ ଜୟପୁର ଠାରେ ପହଞ୍ଚିଥିଲେ। ଦିଲ୍ଲୀରେ ପ୍ରତିବାଦ ସମୟରେ ଅଭିଜିତ ଦେଶବ୍ୟାପୀ ପ୍ରତିବାଦ କରିବାକୁ ତାଙ୍କର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ରବିବାର ଦଳୀୟ କର୍ମୀ ପ୍ରତିବାଦ କରିବାକୁ ଅନୁମତି ନଦେବାରୁ ଜୟପୁର ପୋଲିସ ବିରୋଧରେ ନାରାବାଜି କରିଥିଲେ। ହେଲେ ତଥାପି ପରେ ଜୟପୁର ପୋଲିସ ପ୍ରତିବାଦ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲା। ପ୍ରଶାସନ ଦ୍ୱାରା ଜାରି ହୋଇଥିବା ସର୍ତ୍ତ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ୮ ଶହରୁ ଅଧିକ ଲୋକ ସାମିଲ ହେବା ଲାଗି ଅନୁମତି ଦିଆଯିବ ନାହିଁ। ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ମିଳିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories