Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜନ୍ମଦିନ ବେଳେ କେକ୍ ଲାଗି ତଳେ ପଡ଼ିଗଲେ ଆରଜେଡ଼ି ନେତା; ଭିଡ଼ିଓ ଭାଇରାଲ

Politics

Lalu Yadav Birthday Bihar / ଜନ୍ମଦିନ ବେଳେ କେକ୍ ଲାଗି ତଳେ ପଡ଼ିଗଲେ ଆରଜେଡ଼ି ନେତା; ଭିଡ଼ିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·2 hours ago·2 min read
ଜନ୍ମଦିନ ବେଳେ କେକ୍ ଲାଗି ତଳେ ପଡ଼ିଗଲେ ଆରଜେଡ଼ି ନେତା; ଭିଡ଼ିଓ ଭାଇରାଲ
Lalu Yadav Birthday Bihar

Key Points

ଆରଜେଡି଼ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ୭୯ତମ ଜନ୍ମଦିନ ଅବସରରରେ ବିହାର ବୈଶାଳୀ ଜିଲ୍ଲା ଆରଜେଡି ନେତା କେଦାର ଯାଦବଙ୍କ କେକ୍ କାଟିବା ବେଳର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
RJD Leader Kedar Yadav Bihar: ଜୁନ୍ ୧୧ ତାରିଖ ବିହାରର ଅନେକ ସ୍ଥାନରେ ପାଳନ କରାଯାଉଛି ଆରଜେଡି଼ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ୭୯ତମ ଜନ୍ମଦିନ। ହେଲେ ରାଜ୍ୟର ବୈଶାଳୀ ଜିଲ୍ଲାରେ ଦଳୀୟ ନେତା କେଦାର ଯାଦବଙ୍କ ଜନ୍ମଦିନ ପାଳନ କରିବାର ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଭିନ୍ନ ସମୟରେ ନିଜର ଭିନ୍ନ ଭିନ୍ନ କାରନାମା ପାଇଁ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ଆରଜେଡ଼ି ନେତା କେଦାର ଯାଦବ ଜେସିବି ଉପରେ ବସି କେକ୍ କାଟିବାକୁ ପହଞ୍ଚିଥିଲେ। ହେଲେ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ।

ଚର୍ଚ୍ଚାରେ ରହିବା ପାଇଁ କରିଥାନ୍ତି ଭିନ୍ନ ଭିନ୍ନ କାରନାମା
ବୈଶାଳୀ ଜିଲ୍ଲାର ଆରଜେଡ଼ି ନେତା କେଦାର ଯାଦବ ପୂର୍ବରୁ ତାଙ୍କର ଅନନ୍ୟ କାର୍ଯ୍ୟ ଶୈଳୀ ପାଇଁ ଜଣାଶୁଣା। ପୂର୍ବରୁ ସେ କେତେବେଳେ ମଇଁଷି ପିଠିରେ ବସି କିମ୍ବା ଗଛ ଉପରେ ବସିବା ସମୟରେ କଥା ହୋଇଥାନ୍ତି। ଏଥର ଦଳୀୟ ସୁପ୍ରିମୋ ଲାଲୁ ଯାଦବଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ଏବଂ ଆନୁଗତ୍ୟ ଦେଖାଇବା ପାଇଁ ସେ ପ୍ରଥମେ ଗଛରେ ଚଢ଼ି କେକ୍ କାଟିଥିଲେ। ହେଲେ ପରେ, ଯେତେବେଳେ ତାଙ୍କ ମନ ମାନି ନଥିଲା, ସେତେବଳେ ସେ ବର୍ଷାରେ ଜେସିବି ଉପରେ ଚଢି ବସି ଯାଇଥିଲେ। ଜେସିବି ଉପରେ କେକ୍ କାଟିବାକୁ ଚେଷ୍ଟା କରୁଥିବା ସମୟରେ ଗଳି ପଡ଼ିଥିଲେ। ତାଙ୍କ ତଳେ ପଡ଼ିଯିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।


ଏହା ସହ ପଢନ୍ତୁ: ହ୍ରାସ ପାଇଲା ଲାଲୁ ପରିବାରର Security; ଏଣିକି ସୁରକ୍ଷା ଦାୟିତ୍ୱରେ ରହିବେ କିଏ?
 

ଆରଜେଡ଼ି ନେତା ଲାଲୁ ଯାଦବ ହେଉଛନ୍ତି ଗରିବଙ୍କ ତ୍ରାଣକର୍ତ୍ତା: କେଦାର ଯାଦବ
ତଳେ ପଡ଼ିଯିବା ସତ୍ତ୍ୱେ, କେଦାର ଯାଦବ ପଛକୁ ହଟିନଥିଲେ। ସେ ଭଗବାନପୁର ଠାରେ କେକ୍ କାଟି ତାଙ୍କ ଦଳର ନେତା ଲାଲୁ ଯାଦବଙ୍କ ଜନ୍ମଦିନ ପାଳନ କରିଥିଲେ। ସେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଥିଲେ। ଏହି ସମୟରେ କେଦାର ଯାଦବ ଲାଲୁ ପ୍ରସାଦ ଯାଦବଙ୍କୁ ମହାନ ଦକ୍ଷିଣ ଆଫ୍ରିକୀୟ ନେତା ନେଲସନ୍ ମାଣ୍ଡେଲାଙ୍କ ସହିତ ତୁଳନା କରିଥିଲେ। ସେ ତାଙ୍କୁ ଗରିବଙ୍କ ତ୍ରାଣକର୍ତ୍ତା କହିବାକୁ ପଛାଇ ନଥିଲେ। ତାଙ୍କ କହିବା ଅନୁସାରେ ସେ ତାଙ୍କ ପ୍ରିୟ ନେତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ଏବଂ ନିଜର ଖୁସି ଜାହିର କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ହେଲେ ତଥାପି ଲୋକ ତାଙ୍କ ଏପରି ଅନନ୍ୟ କାର୍ଯ୍ୟଶୈଳୀ ପାଇଁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored