Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେରଳ ପରେ କର୍ଣ୍ଣାଟକରେ ତେଜିଲା କଳି; କିଏ ପଡ଼ିବ ବଳି?

Politics

Karnataka Congress Factionalism 2026 / କେରଳ ପରେ କର୍ଣ୍ଣାଟକରେ ତେଜିଲା କଳି; କିଏ ପଡ଼ିବ ବଳି?

Subhramjit Ray
Browse all articles by Subhramjit Ray
·1 hour ago·3 min read
କେରଳ ପରେ କର୍ଣ୍ଣାଟକରେ ତେଜିଲା କଳି; କିଏ ପଡ଼ିବ ବଳି?
Karnataka Congress Factionalism 2026

Key Points

କେରଳ ବିବାଦ ତୁଟିବା ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ପାଇଁ ସମସ୍ୟା ବଢ଼ିଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ପୁଣି ଥରେ କ୍ଷମତା ବିସ୍ତାରକୁ ନେଇ ମୁହାଁମୁହିଁ ଭଳି ପରିସ୍ଥିତି ଉପୁଜିଛି।
Fight For Karnataka CM Chair: କେରଳମ୍ ରେ କଳି ଶେଷ ହେବା ପରେ ଏବେ କର୍ଣ୍ଣାଟକ ପାଳି ପଡ଼ିଛି। ଦଳର କେଉଁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଯିବ ତାହା ଏବେ କଂଗ୍ରେସ ନେତୃବୃନ୍ଦଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ୨୦୨୬ କେରଳ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପ୍ରାୟ ୧୦ ଦିନ ପରେ ଭିଡ଼ି ସତୀଶନ୍ ଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ। ଯଦିଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳର ୩ ଜଣ ନେତା ଦୌଡ଼ରେ ସାମିଲ ହୋଇଥିଲେ। ସଦ୍ୟ କେରଳମ୍ କଳି ଶେଷ ହୋଇଥିବା କର୍ଣ୍ଣାଟକ ପାଳି ପଡ଼ିଛି।

ରିପୋର୍ଟ ଅନୁସାରେ କର୍ଣ୍ଣାଟକ କଂଗ୍ରେସରେ ଚାଲିଥିବା କ୍ଷମତା ସଂଘର୍ଷ ପୁଣି ଥରେ ତେଜିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ଛକାପଞ୍ଝା ପୁଣି ଥରେ ଆରମ୍ଭ ହୋଇଛି। ଯଦିଓ ଏହି ବିବାଦ ଗତ ବର୍ଷ ଶେଷ ଭାଗ ଆଡ଼କୁ ଖୋଲାଖୋଲି ଭାବେ ସାମ୍ନାକୁ ଆସିଥିଲା ହେଲେ ଏହା କିଛି ସମୟ ପାଇଁ ଥଣ୍ଡା ପଡ଼ିଯାଇଥିଲା। କାରଣ ଦଳର ନଜର କେରଳ ଉପରେ ରହିଥିଲା। ଗତ ବର୍ଷ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଚାଲିଥିବା କ୍ଷମତା ସଂଘର୍ଷ ଆହୁରି ଅଧିକ ଘନେଇବାରେ ଲାଗିଥିଲା। ସେହି ସମୟରେ କଂଗ୍ରେସ ହାଇକମାଣ୍ଡ ଏହି ଘଟଣାରେ କୌଣସି ଏକ ଠୋସ୍ ସମାଧାନ ନକରି ଦଳର ଚାଲିଥିବା ସଙ୍କଟକୁ ଦୂର କରିବାରେ ସଫଳ ହୋଇଥିଲେ।

ଏବେ କେରଳ ସମସ୍ୟା ସମାଧାନ ହୋଇଯିବା ପରେ ଦଳର ନଜର ପୁଣିଥରେ କର୍ଣ୍ଣାଟକ ଉପରେ ପଡ଼ିଛି। ଯେଉଁଠି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଯୁଦ୍ଧ ଖୋଲାଖୋଲି ଚାଲିଛି।

ଏହା ସହ ପଢନ୍ତୁ: ତେଜିଲା ବିବାଦ; ମନ୍ତ୍ରୀ ପଦ ପାଇଁ ଦିଲ୍ଲୀ ମୁହାଁ ବିଧାୟକ

କର୍ଣ୍ଣାଟକ କଂଗ୍ରେସରେ ଚାଲିଛି କି ବାଦିପାଲା?
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମନ୍ତ୍ରିମଣ୍ଡଳ ଅଦଳବଦଳ ଏବଂ ଖାଲି ମନ୍ତ୍ରୀ ପଦ ପୂରଣ ପାଇଁ ଜିଦ୍ ଧରି ବସିଛନ୍ତି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଆସନ ଉପରେ ନଜର ପକାଇଛନ୍ତି। ଦଳୀୟ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଯଦି ଏହି ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୁଏ ତାହେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବାଜି ମାରିନେବେ। ଅନ୍ୟପଟେ ନେତୃତ୍ୱ ପରିବର୍ତ୍ତନ ହେବାର ସ୍ୱପ୍ନ ଦେଖୁଥିବା ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାର ସ୍ୱପ୍ନ ଧୂଳିସାତ ହୋଇପାରେ। ଯଦି କଂଗ୍ରେସ ହାଇକମାଣ୍ଡ ରାଜ୍ୟ ନେତୃତ୍ୱ ପରିବର୍ତ୍ତନ କରିବା ବଦଳରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ କରନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସରକାର ଏବଂ ବିଧାୟକ ଦଳ ଉପରେ ପ୍ରଭାବ ଆହୁରି ବଢିଯିବ।

କର୍ଣ୍ଣାଟକ କଂଗ୍ରେସରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଗୋଷ୍ଠୀ ଶିବିର "ଅପେକ୍ଷା କର ଏବଂ ଦେଖ" (Wait & Watch) ରଣନୀତି ଆପଣାଇଛି। ଅନ୍ୟପଟେ ଶିବକୁମାରଙ୍କ ଶିବିର କଂଗ୍ରେସ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ପୂର୍ବ କ୍ଷମତା ବଣ୍ଟନ ଚୁକ୍ତିନାମା ବିଷୟରେ ଲଗାତାର ମନେ ପକାଇ ଆସୁଛନ୍ତି। ଏପରିକି କର୍ଣ୍ଣାଟକ କଂଗ୍ରେସର ସେହି ବିଧାୟକ ଦଳର ଶୀର୍ଷ ନେତୃତ୍ୱଙ୍କ ପାଖରେ ଲବି କରିବା ଆରମ୍ଭ କରି ଦେଇଛନ୍ତି ଯେଉଁମାନେ ମନ୍ତ୍ରିମଣ୍ଡଳ ବିସ୍ତାର କିମ୍ବା ପୁନର୍ଗଠନ ହେଲେ ମନ୍ତ୍ରୀ ପଦ ପାଇବା ପାଇଁ ଆଶା ରଖିଛନ୍ତି।

ଆଗାମୀ ଦିନରେ କଂଗ୍ରେସ ହାଇକମାଣ୍ଡ କର୍ଣ୍ଣାଟକ ଘଟଣାକ୍ରମରେ ଉପରେ ସତର୍କ ନଜର ରଖିବେ। କାରଣ ଏହା ଦ୍ୱାରା ଦଳୀୟ ସରକାରଙ୍କ ସ୍ଥିରତା ଏବଂ ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରାଯାଇ ପାରିବ। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ବାହାରେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ନୂତନ କଳ୍ପନାଜଳ୍ପନା ସୃଷ୍ଟି କରିଛି। ଯେଉଁଥିରେ ଶିବକୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯିବା ସହ କେତେକ ତାଙ୍କୁ "କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ" ଭାବରେ ବର୍ଣ୍ଣନା ମଧ୍ୟ କରିଛନ୍ତି। ମହୀଶୂରରେ ଶିବକୁମାରଙ୍କ ସମର୍ଥକ ତାଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଚିତ୍ରଣ କରି ଏକ ଜନ୍ମଦିନ କେକ୍ ମଧ୍ୟ କାଟିଥିଲେ।

କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଇଁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ନିଷ୍ପତ୍ତି ନେବାରେ ବିଳମ୍ବ କରିବା ଏପର୍ଯ୍ୟନ୍ତ ସବୁଠାରୁ ସୁରକ୍ଷିତ ରାଜନୈତିକ ରଣନୀତି ପ୍ରମାଣିତ ହୋଇଛି। ହେଲେ ତଥାପି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଶେଷ ହୋଇନାହିଁ। ସିଦ୍ଧରମୈୟାଙ୍କ ନେତୃତ୍ୱ ଜାରି ରହିବା କିମ୍ବା ଡିକେ ଶିବକୁମାରଙ୍କୁ କ୍ଷମତା ହସ୍ତାନ୍ତର କରିବା ସପକ୍ଷରେ ନିଆଯିବାକୁ ଥିବା ନିଷ୍ପତ୍ତି, କୌଣସି ଗୋଷ୍ଠୀ ଦ୍ୱାରା ବିରୋଧର ସାମ୍ନା କରିପାରେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress Resolves Kerala Feud: Will Karnataka Factionalism Trigger New Headache? | Argus News