Karnataka Congress Infighting / ତେଜିଲା ବିବାଦ; ମନ୍ତ୍ରୀ ପଦ ପାଇଁ ଦିଲ୍ଲୀ ମୁହାଁ ବିଧାୟକ
·1 hour ago·2 min read

Key Points
ମନ୍ତ୍ରୀ ପଦ ପାଇବା ଆଶାରେ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି ଡର୍ଜନେ କଂଗ୍ରେସ ବିଧାୟକ।
Karnataka Congress MLAs' Pressure Politics: କର୍ଣ୍ଣାଟକ କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ଧରୁନାହିଁ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏ ପର୍ଯ୍ୟନ୍ତ ଥମିନାହିଁ। ବର୍ତ୍ତମାନ ଦଳରେ ଛକାପଞ୍ଝା ଜାରି ରହିଥିବା ବେଳେ ବିଧାୟକଙ୍କ "ଦିଲ୍ଲୀ ଚାଲ" ଅଭିଯାନ ଦଳୀୟ ନେତୃତ୍ୱଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲିଟିଛି। ରାଜ୍ୟ ମନ୍ତ୍ରୀମଣ୍ଡଳର ବିସ୍ତାର ଦାବି କରି ଦଳର ଅନେକ ବିଧାୟକ ଏବେ ଦିଲ୍ଲୀରେ ପହଞ୍ଚିଛନ୍ତି।
ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିବେ ବିଧାୟକ
କର୍ଣ୍ଣାଟକ କଂଗ୍ରେସର ପ୍ରାୟ ଡର୍ଜନେ ବିଧାୟକ ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଯେଉଁମାନେ ରାଜ୍ୟରେ ଦୀର୍ଘ ସମୟ ଧରି ଅଟକି ରହିଥିବା ମନ୍ତ୍ରୀମଣ୍ଡଳ ବିସ୍ତାର ଏବଂ ପୁନର୍ଗଠନ ଦାବିରେ ଦିଲ୍ଲୀରେ ଏକାଠି ହୋଇଛନ୍ତି। ଏହି ବିଧାୟକଙ୍କ ମଧ୍ୟରୁ ଅନେକ ମନ୍ତ୍ରୀ ପଦ ଚାଲିଥିବା ଦୌଡ଼ରେ ସାମିଲ ଅଛନ୍ତି। କର୍ଣ୍ଣାଟକ କଂଗ୍ରେସ ବିଧାୟକ ସୋମବାର ସନ୍ଧ୍ୟାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ତାଙ୍କ ବାସଭବନରେ ଭେଟିବା ନେଇ ଚର୍ଚ୍ଚା ହେଉଛି।
ଏହା ସହ ପଢନ୍ତୁ: ମତଦାନ ପୂର୍ବରୁ ଦଳ ଛାଡି଼ଲେ କଂଗ୍ରେସ ପ୍ରାର୍ଥୀ ସୁରେନ୍ ଡାଇମରି; କହିଲେ...
କର୍ଣ୍ଣାଟକ କଂଗ୍ରେସରେ ଚାଲିଛି ସିଦ୍ଧରମୈୟା ବନାମ ଶିବକୁମାର ଲଢେଇ
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିବାକୁ ଚାହୁଁଛନ୍ତି। ହେଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭିଟୋ ପାୱାର ପାଇଁ କଂଗ୍ରେସ ହାଇକମାଣ୍ଡ ଏହାକୁ ସବୁଜ ସଙ୍କେତ ଦେଉନାହାଁନ୍ତି। ଡିକେ ଶିବକୁମାର ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଗାଦି ଶିବକୁମାରଙ୍କ ପାଇଁ ଛାଡ଼ିବା ସିଦ୍ଧରମୈୟା ପ୍ରସ୍ତୁତ ନାହାଁନ୍ତି। ଗତ ବର୍ଷ ଶେଷ ଆଡ଼କୁ ଯେତେବେଳେ କର୍ଣ୍ଣାଟକରେ ୨୦୨୩ ରୁ କ୍ଷମତାସୀନ କଂଗ୍ରେସ ସରକାର ଅଢ଼େଇ ବର୍ଷ ପୂରଣ କରିଥିଲା, ସେତେବେଳେ ଉଭୟ ସିଦ୍ଧରମୈୟା-ଶିବକୁମାର ଗୋଷ୍ଠୀ ଏହାକୁ ନେଇ ପ୍ରେସର ପଲିଟିକ୍ସ କରିବାରେ ମାତି ଯାଇଥିଲ। ସେତେବେଳେ ଉଭୟ ଗୋଷ୍ଠୀ ଦଳୀୟ ସରକାରରେ ନିଜର ଦବଦବା ଜାହିର କରିବାକୁ ପଛଘୁଞ୍ଚା ଦେଇନଥିଲେ।
ଏହା ସହ ପଢନ୍ତୁ: ମୁକାବିଲା ପୂର୍ବରୁ ମୈଦାନରୁ କଂଗ୍ରେସ ବାହାର
ବିଧାନସଭା ନିର୍ବାଚନ ପରେ କର୍ଣ୍ଣାଟକ ମାମଲାରେ ନିଆଯିବ ନିଷ୍ପତ୍ତି
କୁହାଯାଉଛି ଯେ ୨୦୨୬ ବିଧାନସଭା ନିର୍ବାଚନ ସରିବା ପରେ କଂଗ୍ରେସ ହାଇକମାଣ୍ଡ କର୍ଣ୍ଣାଟକ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ଏହି କାରଣରୁ କଂଗ୍ରେସ ବିଧାୟକ ପୁନର୍ବାର ସକ୍ରିୟ ହୋଇ ଉଠିଛନ୍ତି। ସେମାନେ କହିଛନ୍ତି ଯେ ସେମାନେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ଦାବି କରୁନାହାଁନ୍ତି। ବରଂ ମନ୍ତ୍ରିମଣ୍ଡଳର ବିସ୍ତାର କରି ସେମାନଙ୍କୁ ସୁଯୋଗ ଦେବା ପାଇଁ ଦାବି କରୁଛନ୍ତି। ଏହି ବିଧାୟକ ଦଳୀୟ ହାଇକମାଣ୍ଡଙ୍କ ସହ ସାକ୍ଷାତ କରିବା ପାଇଁ କିଛି ଦିନ ଦିଲ୍ଲୀରେ ରହିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories