Mallikarjun Kharge Arrest Warrant / କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ଗିରଫ ପରୱାନା ଜାରି; ହାଜର ହେବା ପାଇଁ ମିଳିଲା ନିର୍ଦ୍ଦେଶ
·51 mins ago·2 min read

Key Points
ପଞ୍ଜାବ ସଙ୍ଗରୁର ଜିଲ୍ଲାର ଏକ କୋର୍ଟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ୧୫,୦୦୦ ଟଙ୍କାର ଜାମିନଯୋଗ୍ୟ ୱାରେଣ୍ଟ ଜାରି କରିଛନ୍ତି। ତାଙ୍କୁ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ସୁଦ୍ଧା ଅଦଲତାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Congress President Mallikarjun Kharge: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବଢିଛି ସମସ୍ୟା। ତାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ପଞ୍ଜାବର ସଙ୍ଗରୁର ଜିଲ୍ଲାର ଏକ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କୁ ଆସନ୍ତା ୧୯ ସେପ୍ଟେମ୍ବର ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି ହୋଇଛି। ହେଲେ ଏହା ସତ୍ତ୍ୱେ ତଥାପି ତାଙ୍କୁ କୋର୍ଟରେ ହାଜର ହୋଇ ଜାମିନ ନେବାକୁ ହେବ। ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ସେ ବଜରଙ୍ଗ ଦଳକୁ, ପ୍ରତିବନ୍ଧିତ ସଙ୍ଗଠନ "ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ" (PFI) ସହିତ ତୁଳନା କରି ବିବାଦୀୟ ହୋଇପଡ଼ିଥିଲେ।
ଏହି ମାମଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ସମ୍ପର୍କରେ ବଜରଙ୍ଗ ଦଳ ଦ୍ୱାରା ଦାୟର ହୋଇଥିବା ଅଭିଯୋଗ ସହିତ ଜଡ଼ିତ। ଏନେଇ ହୋଇଥିବା ଅଭିଯୋଗ ଅନୁଯାୟୀ, ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ ସଙ୍ଗଠନ PFI (Popular Front of India) ସହିତ ତୁଳନା କରିଥିଲେ। ସେ ଏହା ପରେ କହିଥିଲେ ଯେ ଯଦି ତାଙ୍କ ଦଳ କ୍ଷମତାକୁ ଆସେ, ତାହେଲେ ସେ ବଜରଙ୍ଗ ଦଳକୁ ନିଷିଦ୍ଧ କରିଦେବେ। ଏହି ମାମଲାରେ ବର୍ତ୍ତମାନ କୋର୍ଟ କାର୍ଯ୍ୟାନୁଷ୍ଠାନ ଚାଲିଛି। ଏହି ମାମଲା ଏବେ ନ୍ୟାୟିକ ପ୍ରକ୍ରିୟା ଅଧିନରେ ଅଛି। କୋର୍ଟ ଏହି ମାମଲାର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବେ।
ଏହା ସହ ପଢନ୍ତୁ: କୁଶ ପୁତ୍ତଳିକା ଦାହ କରୁଥିଲେ କଂଗ୍ରେସୀ; ହାତରୁ ପୁତ୍ତଳିକା ଛଡ଼ାଇ ନେଲା...
ସଙ୍ଗରୁର କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଅଦାଲତ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ୧୫ ହଜାର ଟଙ୍କାର (Bail Bond) ଜାମିନଯୋଗ୍ୟ ଗିରଫ ପରୱାନା (Bailable Warrant) ଜାରି କରିଛନ୍ତି। ଯଦି ମଲ୍ଲିକାର୍ଜୁନ ଖାର୍ଗେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ଅଦାଲତରେ ହାଜର ହୁଅନ୍ତି ନାହିଁ, ତାହେଲେ ତାଙ୍କ ବିରୋଧରେ ଏକ ଜାମିନ ବିହୀନ ଗିରଫ ପରୱାନା (Non Bailable Warrant) ଜାରି କରାଯିବ। ପୂର୍ବରୁ କୋର୍ଟ ଏହି ମାମଲାରେ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନୋଟିସ ଜାରି କରି ସାରିଛନ୍ତି।
କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?
ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ବଜରଙ୍ଗ ଦଳକୁ ନିଷିଦ୍ଧ ସଙ୍ଗଠନ PFI ସହ ତୁଳନା କରିବାର ଅଭିଯୋଗ ରହିଛି। ଏକ ହିନ୍ଦୁ ସଙ୍ଗଠନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ୧୦୦ କୋଟିର ମାନହାନି ମାମଲା ଦାୟର କରିଛି। ସଙ୍ଗରୁର ଜିଲ୍ଲା ଅଦାଲତରେ ଆବେଦନକାରୀ କହିଥିଲେ ଯେ ଗତ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ, କଂଗ୍ରେସ ଏହାର ଘୋଷଣାପତ୍ରରେ ବଜରଙ୍ଗ ଦଳକୁ 'ସିମି ଏବଂ ଅଲ-କାଏଦା ଭଳି ରାଷ୍ଟ୍ର ବିରୋଧି ସଙ୍ଗଠନ ସହିତ ତୁଳନା କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Mallikarjun Kharge WarrantKharge Defamation CaseSangrur Court Warrant KhargeBajrang Dal Defamation CaseCongress President Court SummonsBailable warrant against Mallikarjun Kharge100 crore defamation case on Mallikarjun KhargeSangrur court Kharge Bajrang Dal caseCongress Bajrang Dal ban remarks caseMallikarjun Kharge Karnataka election manifesto controversy