Videos
|
Politics

Kangana Ranaut Effigy Burn / କୁଶ ପୁତ୍ତଳିକା ଦାହ କରୁଥିଲେ କଂଗ୍ରେସୀ; ହାତରୁ ପୁତ୍ତଳିକା ଛଡ଼ାଇ ନେଲା...

Subhramjit Ray
Browse all articles by Subhramjit Ray
·2 hours ago·2 min read
କୁଶ ପୁତ୍ତଳିକା ଦାହ କରୁଥିଲେ କଂଗ୍ରେସୀ; ହାତରୁ ପୁତ୍ତଳିକା ଛଡ଼ାଇ ନେଲା...
Kangana Ranaut Effigy Burn

Key Points


କୁଶ ପୁତ୍ତଳିକା ଦାହ କରିବା ସମୟରେ କଂଗ୍ରେସ ମହିଳା ପଦାଧିକାରୀ ଏବଂ କର୍ମୀଙ୍କ ହାତରୁ ପୁତ୍ତଳିକା ଛଡାଇ ନେଇଛି ପୋଲିସ।
UP Mahila Congress Protest: କୁଶ ପୁତ୍ତଳିକା ଦାହ କରିବା ସମୟରେ ହାତରୁ ଗାଏବ ହୋଇଯାଇଛି ପୁତ୍ତଳିକା। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଉତ୍ତର ପ୍ରଦେଶ ମହିଳା କଂଗ୍ରେସ କମିଟି ପକ୍ଷରୁ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ କୁଶ ପୁତ୍ତଳିକା ଦାହ କରାଯାଉଥିଲା। ହେଲେ ସେଠାରେ ଉପସ୍ଥିତ ଉତ୍ତର ପ୍ରଦେଶ ପୋଲିସ ଇନ୍ସପେକ୍ଟର କୌଶଳ କ୍ରମେ ପୁତ୍ତଳିକାକୁ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କ ହାତରୁ ଛଡ଼ାଇ ନେଇ ପଳାଇଥିଲେ। ଏହି ଘଟଣାର ଏକ ଭିଡି଼ଓ ମଧ୍ୟ ସାମ୍ନାକୁ ଆସିଛି।

ଯେଉଁଥିରେ ଦେଖିବାକୁ ମିଳିଛି, ଯେତେବେଳେ କଂଗ୍ରେସ କର୍ମୀ ଲକ୍ଷ୍ନୌ ସ୍ଥିତ ଦଳୀୟ କାର୍ଯ୍ୟାଳୟ ବାହାରେ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ କୁଶ ପୁତ୍ତଳିକା ଦାହ କରୁଥିଲେ, ସେତେବେଳେ ଜଣେ ୟୁପି ପୋଲିସ ଇନ୍ସପେକ୍ଟର ସାହସିକତା ପ୍ରଦର୍ଶନ ଏହାକୁ ଛଡ଼ାଇ ନେଇ ପଳାଇ ଯାଇଥିଲେ। ଦଳର ମହିଳା ପଦାଧିକାରୀ ଏବଂ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ଯେ କଙ୍ଗନା ରାଣାୱତ ମହିଳା ଏବଂ ଝିଅଙ୍କ ସମ୍ପର୍କରେ କଥିତ ରୂପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେମାନେ ବିଜେପି ସାଂସଦଙ୍କୁ ନିଜର ବୟାନ ପାଇଁ କ୍ଷମା ମାଗିବାକୁ ଦାବି କରିଛନ୍ତି।


ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରାଣାୱତ ଯୁବ ହିନ୍ଦୁ ମହିଳାଙ୍କ ଜୀବନଶୈଳୀ ଏବଂ ଭାଷା ସମ୍ପର୍କରେ ବୟାନ ଦେଇଥିଲେ। ତାଙ୍କର ଏହି କଥିତ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କଂଗ୍ରେସ କହିଛି ଯେ ବିଜେପି ମହିଳା ସଂରକ୍ଷଣ ପ୍ରଦାନ କରିବାର ଅଭିନୟ କରୁଛି। ଲକ୍ଷ୍ନୌ ଠାରେ, ଉତ୍ତର ପ୍ରଦେଶ ମହିଳା କଂଗ୍ରେସ କମିଟି ମହିଳା ଅଧିକାରୀ ଏବଂ କର୍ମକର୍ତ୍ତା ମଲ୍ ଆଭେନ୍ୟୁ ଛକରେ ପ୍ରତିବାଦ କରିବା ଅବସରରେ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରତିବାଦ ସମୟରେ କାର୍ଯ୍ୟରତ ପୋଲିସ ଇନ୍ସପେକ୍ଟର, ଜଳୁଥିବା କୁଶପୁତ୍ତଳିକାର ଏକ ଅଂଶ ଛଡ଼ାଇ ନେଇ ସେଠାରୁ ପଳାୟନ କରିଥିଲେ।

ଏହା ସହ ପଢନ୍ତୁ: ଘେରାଉ ବେଳେ ପରସ୍ପର ସହ ମୁହାଁମୁହିଁ କଂଗ୍ରେସ ନେତା-ସମର୍ଥକ; ରାସ୍ତା ମଝିରେ ପୋଲିସ ଅଟକାଇଲା ଶୋଭାଯାତ୍ରା

କ'ଣ କହିଲେ କଙ୍ଗନା?
କଙ୍ଗନା ରାଣାୱତ ତାଙ୍କ ବୟାନକୁ ନେଇ ବିବାଦୀୟ ହୋଇପଡ଼ିଥିବା ବେଳେ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ ରେ ଏକ ଭିଡିଓ ସେୟାର କରିଛନ୍ତି। ସେ ସମଗ୍ର ଘଟଣା ଉପରେ ଗଣମାଧ୍ୟମ ଏବଂ ତଥାକଥିତ ନାରୀବାଦୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ଏବଂ ଭାରତୀୟ ସମାଜରେ ନାଗରିକ ଭାବନା ଏବଂ ସାଂସ୍କୃତିକ ସୌଜନ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ବୟାନରେ, ସେ ସ୍ପଷ୍ଟ କରିଥିଲେ ଯେ ଅସଭ୍ୟତାର କୌଣସି ସ୍ଥାନ ନାହିଁ। ଯଦି ଆପଣ ସୌଜନ୍ୟତା ବଜାୟ ରଖିପାରୁ ନାହାଁନ୍ତି, ତାହେଲେ ଆପଣଙ୍କୁ ଆପଣଙ୍କ ଘରେ ସୀମିତ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଲୋକ ତାଙ୍କୁ ସେମାନଙ୍କର ନେତା, ସେମାନଙ୍କର ଆଦର୍ଶ ବୋଲି ମାନିଥାନ୍ତି, ଅନେକ ଲୋକ ତାଙ୍କୁ ଭଗବାନ ବୋଲି ମାନିଥାନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ଭାବନାକୁ ସମ୍ମାନ ଦେବାକୁ ହେବ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: