Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଟକରେ ଭାଙ୍ଗୁଛି ବିଜେଡି ଗଡ଼, ପାଣ୍ଡିଆନଙ୍କ 'କଣ୍ଟ୍ରୋଲ'କୁ କାରଣ ଦର୍ଶାଇ ବାଏ-ବାଏ କହୁଛନ୍ତି ନେତା

Politics

Cuttack BJD Crisis / କଟକରେ ଭାଙ୍ଗୁଛି ବିଜେଡି ଗଡ଼, ପାଣ୍ଡିଆନଙ୍କ 'କଣ୍ଟ୍ରୋଲ'କୁ କାରଣ ଦର୍ଶାଇ ବାଏ-ବାଏ କହୁଛନ୍ତି ନେତା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କଟକରେ ଭାଙ୍ଗୁଛି ବିଜେଡି ଗଡ଼, ପାଣ୍ଡିଆନଙ୍କ 'କଣ୍ଟ୍ରୋଲ'କୁ କାରଣ ଦର୍ଶାଇ ବାଏ-ବାଏ କହୁଛନ୍ତି ନେତା
Cuttack BJD

Key Points

କଟକରେ ଭାଙ୍ଗୁଛି ବିଜେଡି ଗଡ଼
ଶଙ୍ଖ ଛାଡ଼ୁଛନ୍ତି ନେତା ଓ ସଂଗଠକ
ଦଳରେ କଣଠେସାର ଆଣୁଛନ୍ତି ଅଭିଯୋଗ
କଟକରେ ଭୁଶୁଡୁଛି ବିଜେଡି ଦୁର୍ଗ । ଯେଉଁ କଟକ ଦିନେ ଥିଲା ବିଜେଡିର ଅଭେଦ୍ୟ ଦୁର୍ଗ, ଆଜି ସେହି ଦୁର୍ଗ ତାସର ଘର ଭଳି ଭୁଶୁଡ଼ିବାରେ ଲାଗିଛି । ଦଳରେ ବିଦ୍ରୋହର ନିଆଁ ଜଳୁଛି । ଗୋଟିଏ ପରେ ଗୋଟିଏ ସଙ୍ଗଠନ ସଦସ୍ୟ ଦଳ ଛାଡୁଛନ୍ତି । କାରଣ ସେଇ ଗୋଟିଏ - ଦଳରେ ଅଣଦେଖା ଓ ପାଣ୍ଡିଆନଙ୍କ କଣ୍ଟ୍ରୋଲ ।

ଯେଉଁ ସହର ଦିନେ ବିଜେଡିର ଗଡ଼ ଥିଲା, ଏବେ ତାହା ଭୁଶୁଡ଼ି ପଡ଼ିଛି । ଦଳ ପାଇଁ ତୃଣମୂଳସ୍ତରରୁ କାର୍ଯ୍ୟ କରୁଥିବା ନେତା, କର୍ମୀ ଓ ସଂଗଠକ ଦଳରୁ ଇସ୍ତଫା ଦେଉଥିବା ବେଳେ ଆଉ କିଛି ନେତା ଓ ସଂଗଠକଙ୍କୁ ଦଳ ନିଲମ୍ବନ କରୁଛି । ବିଜେଡିରେ ଇସ୍ତଫା ଓ ନିଲମ୍ବନ ପର୍ବ ୨୦୨୪ ନିର୍ବାଚନ ପରେ ପରେ ହିଁ ଆରମ୍ଭ ହୋଇଯାଇଥିଲା ।
ପ୍ରଥମ ପର୍ଯ୍ୟାୟରେ କଟକ ବିଜେଡିର ପୂର୍ବତନ କର୍ପୋରେଟର ଧର୍ମେଶ ନାୟକ, ରାଜ୍ୟ ସମ୍ପାଦକ ବିଜୟ ବେହେରାଙ୍କ ସହ ଅନେକ ନେତା ଓ କର୍ମୀ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।

ଦ୍ବିତୀୟ ପର୍ଯ୍ୟାୟରେ କଟକ ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ପୂର୍ଣ୍ଣିମା ସିଂଙ୍କ ସହ ବିଜେଡି ଛାତ୍ର ନେତା ତଥା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଇମ୍ରାନ ଖାନଙ୍କ ସହ ଏକାଧିକ ନେତା ଓ କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ନାମାଙ୍କନ ପରେ ଦେବାଶିଷଙ୍କ ବଡ଼ ବୟାନ, ଆଗକୁ ଖାଲି ହୋଇଯିବ ବିଜେଡି ଭାଡ଼ି



ତୃତୀୟ ପର୍ଯ୍ୟାୟରେ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

ଏବେ ଚତୁର୍ଥ ପର୍ଯ୍ୟାୟରେ କଟକ ବିଜେଡିର ପୂର୍ବତନ କର୍ପୋରେଟର ତଥା ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ଵାଳ, ପୂର୍ବତନ ନଗର ସଭାପତି ତଥା ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁ ଓ ରାଜ୍ୟ ବିଜେଡି ସମ୍ପାଦକ ଥିବା ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ଦଳ ଓ ପଦବୀରୁ ଇସ୍ତଫା ଦେଇଛନ୍ତି । ପରେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ କଟକ ଜିଲ୍ଲା ସଭାପତି ଆସିଫ ଅମିନଙ୍କ ସହ ଶତାଧିକ ଛାତ୍ର ନେତା ଦଳରୁ ଇସ୍ତଫା ଦେଇଛନ୍ତି ।

ଏହା ପୂର୍ବରୁ ବିଜେଡି ନିଜର ଦୁଇ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳକୁ ଦଳରୁ ନିଲମ୍ବିତ କରିଛି । ଏମାନଙ୍କ ପୂର୍ବରୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ପ୍ରଭାତ ତ୍ରିପାଠୀଙ୍କୁ ମଧ୍ୟ ଦଳ ନିଲମ୍ବିତ କରିଛି । ଦଳ କୌଣସି କାରଣ ନ ଖୋଜି ସିଧାସଳଖ ତୁଙ୍ଗ ନେତା, ସଂଗଠକ, ବିଧାୟକ, ବରିଷ୍ଠ ନେତୃତ୍ୱଙ୍କୁ ନିଲମ୍ବନ କରିବା ସହ ସେମାନଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରୁଛି । ଯାହା ଆଗାମୀ ସମୟରେ କଟକରୁ ବିଜେଡି ଲୋପ ପାଇଯିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।
ଆଗାମୀ ଦିନରେ କଟକ ବିଜେଡିର ଅନେକ ଯୁବ ଓ ଛାତ୍ର ନେତା ଦଳ ଛାଡ଼ିବେ ବୋଲି ସଙ୍କେତ ଦେଲେଣି । ଏବେ ଦେଖିବାକୁ ବାକି ରହିଲା କଟକ ବିଜେଡି ଏଥିରେ ମଜବୁତ୍ ହେଉଛି ନା ଦୁର୍ବଳ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack BJD Faces Crisis as Leaders Quit Party | Argus News