Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନାମାଙ୍କନ ପରେ ଦେବାଶିଷଙ୍କ ବଡ଼ ବୟାନ, ଆଗକୁ ଖାଲି ହୋଇଯିବ ବିଜେଡି ଭାଡ଼ି

Politics

Debashish Samantaray Statement / ନାମାଙ୍କନ ପରେ ଦେବାଶିଷଙ୍କ ବଡ଼ ବୟାନ, ଆଗକୁ ଖାଲି ହୋଇଯିବ ବିଜେଡି ଭାଡ଼ି

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ନାମାଙ୍କନ ପରେ ଦେବାଶିଷଙ୍କ ବଡ଼ ବୟାନ, ଆଗକୁ ଖାଲି ହୋଇଯିବ ବିଜେଡି ଭାଡ଼ି
Debasish Samantray

Key Points

ନାମାଙ୍କନ ପରେ ଦେବାଶିଷଙ୍କ ବଡ଼ ବୟାନ
BJD ଖାଲି ହେବ, BJP ଶକ୍ତିଶାଳୀ ହେବ
‘ଅନେକ ଲୋକ BJPକୁ ଆସିବାକୁ ପ୍ରସ୍ତୁତ’

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ । ନାମାଙ୍କନ ଭରିବା ପରେ ବିଜେଡି ବିରୋଧରେ ବିସ୍ଫୋରଣ କରିଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଆଗକୁ ବିଜେଡି ଭାଡ଼ି ଖାଲି ହୋଇଯିବ । ସେଥିରୁ ଅଧିକ ଲୋକ ବିଜେପିକୁ ଆସିବେ । ଅନେକ ଲୋକ ଏଥିରେ ବ୍ରିଜ୍ ହେବା ପାଇଁ ଅଛନ୍ତି ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।

ସେହିପରି ସେ ଆହୁରି କହିଛନ୍ତି, '' ମୋତେ ପୁନର୍ବାର ରାଜ୍ୟସଭାକୁ ପଠାଇଥିବାରୁ ମୁଁ ବିଜେପିର କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କୁ କୃତଜ୍ଞତା ଜଣାଉଛି । ମୋତେ ଲାଗୁଛି ମୁଁ ମୋ ଘରକୁ ଫେରିଛି । ମୋତେ ଦଳ ଯେଉଁ କାମ ଦେବ ସେ କାମ କରିବି । ବିରୋଧୀ ହେଉକି ଶାସକ ଦଳ ଲୋକଙ୍କ କାମ କରିବାରେ କୌଣସି ଅସୁବିଧା ନାହିଁ । ଡବଲ ଇଞ୍ଜିନ ସରକାରରେ ମୁଁ ଅଧିକ କାମ କରିବି ''।

ଅଧିକ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦେବାଶିଷ,କହିଲେ ଦଳ ଯାହା କାମ ଦେବ ତାହା କରିବି


ସୂଚନା ଅନୁସାରେ, ଗତ ମେ' ୨୫ ତାରିଖରେ ବିଜେଡିରୁ ରାଜ୍ୟସଭା ସାଂସଦ ଥିବା ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ଏବଂ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ଦଳ ବିରୋଧରେ ବିଷୋଦଗାର କରିଥିଲେ ପୂର୍ବତନ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ । ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି । ନବୀନ ନିବାସକୁ ହଠାତ୍‌ ମୋତେ ଯିବାକୁ ମନା କରାଗଲା। ବିଜୁବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍ । ବିଜୁବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ ବୋଲି କହିଥିଲେ ଦେବାଶିଷ ।

ତେବେ ବିଜେଡି ଛାଡ଼ିବାର ଗୋଟିଏ ଦିନ ପରେ ଅର୍ଥାତ ମେ' ୨୬ ତାରିଖରେ ଦେବାଶିଷ ସାମନ୍ତରାୟ ବିଜେପିରେ ସାମିଲ୍ ହୋଇଥିଲେ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଥିଲେ ଦେବାଶିଷ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Debashish Samantaray’s Big Statement After RS Nomination | Argus News