Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ; ବିଜେପି ଟିକେଟରେ ଯିବେ ରାଜ୍ୟସଭା

Politics

BJP Rajya Sabha Candidate / ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ; ବିଜେପି ଟିକେଟରେ ଯିବେ ରାଜ୍ୟସଭା

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ; ବିଜେପି ଟିକେଟରେ ଯିବେ ରାଜ୍ୟସଭା
BJP Rajya Sabha candidate

Key Points

ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ
ବିଜେପିର ପ୍ରାର୍ଥୀ ହେଲେ ଦେବାଶିଷ
ନିକଟରେ ରାଜ୍ୟସଭା ପଦରୁ ଦେଇଥିଲେ ଇସ୍ତଫା
ଦେବାଶିଷ ସାମନ୍ତରାୟ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ବିଜେପିର ରାଷ୍ଟୀୟ ମହାସଚିବ ଅରୁଣ ସିଂ କଲେ ଏ ନେଇ ଘୋଷଣା କରିଛନ୍ତି । କିଛି ଦିନ ଦଳେ ବିଜେଡି ଓ ରାଜ୍ୟସଭା ସଦସ୍ୟତା ପଦରୁ ଦେବାଶିଷ ଇସ୍ତଫା ଦେଇଥିଲେ । ଦେବାଶିଷଙ୍କ ଇସ୍ତଫା ପରେ ଖାଲି ହୋଇଥିଲା ଆସନ । ଆସନ୍ତା ଜୁନ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବାବେଳେ ଦେବାଶିଷଙ୍କୁ ଟିକେଟ ଦେଇଛି ବିଜେପି ।

ଜୁନ ୧ ତାରିଖରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ଜୁନ ୮ ତାରିଖ ରହିଛି । ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ପତ୍ର ଦାଖଲ କରିପାରନ୍ତି । ବିଜେପି ଟିକେଟରେ ଦେବାଶିଷ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ । କାରଣ ଶାସକ ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ଥିବାବେଳେ ବିରୋଧୀଙ୍କ ନିକଟରେ ସଂଖ୍ୟା ନାହିଁ । ଏଣୁ ଦେବାଶିଷ ଉପନିର୍ବାଚନ ଜିତି ବିଜେପି ଟିକେଟରେ ରାଜ୍ୟସଭାକୁ ଯିବେ ।



ତେବେ ବିଜେପି ଓଡ଼ିଶା ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ନିଜ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ଗୁଜରାଟର ୪ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ରାଜୁଭାଇ ପଟେଲଙ୍କ ସମେତ ମୁକେଶଭାଇ ରଥାୱ୍ବା, ମାନସିଂ ପରମାର୍‌ ଏବଂ ଜିତେନ୍ଦ୍ର କାଞ୍ଜାରିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସେହିପରି ଅରୁଣାଚଳ ପ୍ରଦେଶର ଗୋଟିଏ ସିଟ୍‌ ପାଇଁ ତାଇ ତାଗାକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ମଣିପୁରରୁ ଏ. ଶାରଦା ଦେବୀ, ମଧ୍ୟପ୍ରଦେଶରୁ ତରୁଣ ଚୁଗ୍ ଏବଂ ରଜନୀଶ ଅଗ୍ରଓ୍ବାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

ନିକଟରେ ଛାଡ଼ିଥିଲେ ବିଜେଡି

ଗତ ମେ ୨୫ ତାରିଖରେ ବିଜେଡିରୁ ରାଜ୍ୟସଭା ସାଂସଦ ଥିବା ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ । ନିଜ ଇସ୍ତଫା ପତ୍ରରେ ସାମନ୍ତରାୟ ଦର୍ଶାଇଥିଲେ ଯେ, ସେ ଦୀର୍ଘ ଦିନ ଧରି ଦଳର ସ୍ୱାର୍ଥ ପାଇଁ ଅତ୍ୟନ୍ତ ନିଷ୍ଠା ଓ ପ୍ରତିବଦ୍ଧତାର ସହ କାମ କରିଆସୁଥିଲେ । କିନ୍ତୁ ସାମ୍ପ୍ରତିକ ସମୟରେ ଦଳ ଭିତରେ ତାଙ୍କୁ ବ୍ୟବସ୍ଥିତ ଭାବରେ ନ୍ୟୂନ କରାଯାଉଥିବା ସେ ଅନୁଭବ କରିଛନ୍ତି ଏବଂ ଦଳ ଆଉ ତାଙ୍କର ସେବା ଆବଶ୍ୟକ କରୁନାହିଁ ବୋଲି ସେ ଉଲ୍ଲେଖ କରିଥିଲେ ।

ପଢନ୍ତୁ ଏହି ଖବର: ବିଜେଡି ଓ ପାଣ୍ଡିଆନଙ୍କୁ ଦେବାଶିଷ ସାମନ୍ତରାୟଙ୍କ କଡ଼ା ସମାଲୋଚନା,କହିଲେ ବିଜେଡିର ଏବେ ମା'ବାପା ନାହାନ୍ତି

ଏଣୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଦଳ ଛାଡିବା ଭଳି ଏହି କଠୋର ନିଷ୍ପତ୍ତି ନେଇଥିବା କହିଥିଲେ । ଏହା ସହିତ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ଏବଂ ଅବିଭକ୍ତ କଟକ ଜିଲ୍ଲା ସମେତ ସାରା ଓଡ଼ିଶାର ଲୋକଙ୍କ ସେବା କରିବାକୁ, ତଥା ଜାତୀୟ ସ୍ତରରେ ଓଡ଼ିଶାର ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦେଇଥିବାରୁ ସେ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ କୃତଜ୍ଞତା ମଧ୍ୟ ଜଣାଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Debashish Samantaray Named BJP Rajya Sabha Candidate Weeks After Quitting BJD | Argus News