|
logo
Live

Argus News - 'କଂଗ୍ରେସ ଓ ସହଯୋଗୀଙ୍କ ସ୍ଵାର୍ଥପର ରାଜନୀତିର ପରିଣାମ ଭୋଗୁଛନ୍ତି ଦେଶର ମାତୃଶକ୍ତି': ପ୍ରଧାନମନ୍ତ୍ରୀ

Politics

PM Modi vs Congress / 'କଂଗ୍ରେସ ଓ ସହଯୋଗୀଙ୍କ ସ୍ଵାର୍ଥପର ରାଜନୀତିର ପରିଣାମ ଭୋଗୁଛନ୍ତି ଦେଶର ମାତୃଶକ୍ତି': ପ୍ରଧାନମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
'କଂଗ୍ରେସ ଓ ସହଯୋଗୀଙ୍କ ସ୍ଵାର୍ଥପର ରାଜନୀତିର ପରିଣାମ ଭୋଗୁଛନ୍ତି ଦେଶର ମାତୃଶକ୍ତି': ପ୍ରଧାନମନ୍ତ୍ରୀ
Political War Heats Up

Key Points

ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ଲେଖି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ସହଯୋଗୀଙ୍କ ସ୍ଵାର୍ଥପର ରାଜନୀତିର ପରିଣାମ ଦେଶର ମାତୃଶକ୍ତି ଭୋଗୁଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ।
ନୂଆଦିଲ୍ଲୀ: ନାରୀ ଶକ୍ତିର ଆକାଂକ୍ଷା ପୂରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ସଂକଳ୍ପ । ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ଲେଖି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ତା’ର ସହଯୋଗୀ ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତି ଯୋଗୁଁ ଦେଶର ମାତୃଶକ୍ତି ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏହି ଆଲେଖ୍ୟରେ ରହିଛି ନାରୀ ଶକ୍ତିର ଆକାଂକ୍ଷା ପୂରଣ କରିବା ନେଇ ଦୃଢ଼ ସଂକଳ୍ପର ବାର୍ତ୍ତା । ସଂକଳ୍ପ ପୂରଣ କରିବାକୁ ପଡ଼ିବ ଶୀର୍ଷକ ସ୍ତମ୍ଭରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମ ପାଇଁ ଦେଶ ହିଁ ସର୍ବୋପରି । ନାରୀ ଶକ୍ତି ବନ୍ଦନ ସଂଶୋଧନ ଭାରତର ନାରୀ ଶକ୍ତିକୁ ନୂଆ ସୁଯୋଗ ଦେଇଥାନ୍ତା, ସେମାନଙ୍କ ସାମ୍ନାରେ ଥିବା ପ୍ରତିବନ୍ଧକ ଦୂର କରିଥାନ୍ତା, ସେମାନଙ୍କୁ ଅଧିକାର ଦେବାକୁ ପ୍ରୟାସ କରାଯାଇଥିଲା । କିନ୍ତୁ ବିରୋଧୀ ତାହା କରାଇ ଦେଲେ ନାହିଁ ।"

ଏଥିସହ ପଢ଼ନ୍ତୁ: ବିଜେପିର ଜୋର୍‌ଦାର ପ୍ରତିବାଦ,ରାହୁଲଙ୍କ ବିରୋଧରେ ‘ଧୋକେବାଜ୍’ ପୋଷ୍ଟର

କିଛି ଲୋକଙ୍କ ପାଇଁ ଦଳୀୟ ସ୍ଵାର୍ଥ ହୋଇଯାଏ ସବୁକିଛି, ଦେଶ ହୋଇଯାଏ ତୁଚ୍ଛ । କଂଗ୍ରେସ, ଡିଏମକେ, ଟିଏମସି ଓ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ଵାର୍ଥପର ରାଜନୀତିର ପରିଣାମ ଦେଶର ମାତୃଶକ୍ତିକୁ ଭୋଗ କରିବାକୁ ପଡ଼ିଛି । ତେବେ ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ର ସଂଶୋଧନ ଆମର ସର୍ବପ୍ରଥମ ପ୍ରୟାସ ହେବା ଆବଶ୍ୟକ । ଯେମିତି ହେଲେ ବି ଏହି ସଂକଳ୍ପ ପୂରଣ କରିବାକୁ ପଡ଼ିବ । ପଶ୍ଚିମବଙ୍ଗ ନିର୍ବାଚନୀ ରାଲିରେ ବି ସମାନ ଆହ୍ଵାନ ଦେଇଛନ୍ତି ପିଏମ୍ ମୋଦି ।


ଅନ୍ୟପଟେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କ ମୁଖା ଖୋଲିଛନ୍ତି । ଭୁବନେଶ୍ବରରେ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ଵରାଜଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଓ ସହଯୋଗୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, "କଂଗ୍ରେସ ସହ SP, TMC, DMK ହାତ ମିଶାଇଛନ୍ତି । ମହିଳା ବିରୋଧୀ ଦଳଙ୍କୁ ନାରୀ ଶକ୍ତି କେବେ କ୍ଷମା ଦେବେନି ।" କଂଗ୍ରେସ ଓ ଏହାର ସହଯୋଗୀ ଦଳ ମାତୃଶକ୍ତିର ହତ୍ୟାକାରୀ ବୋଲି କହିଛନ୍ତି ବାଂଶୁରୀ ସ୍ଵରାଜ ।

ଏଥିସହ ପଢ଼ନ୍ତୁ: ବିଜେଡିର ଗତି କୁଆଡେ, ଇଣ୍ଡି ମେଣ୍ଟ ସହ ହୋଇଛି କି ଅଘୋଷିତ ମେଣ୍ଟ ?

ଓଡ଼ିଶା ଭଳି ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକ ସମ୍ମିଳନୀ କରି ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ କଂଗ୍ରେସ ଓ ସହଯୋଗୀ ଦଳଙ୍କ ମୁଖା ଖୋଲିଛନ୍ତି କେନ୍ଦ୍ରୀୟ ବିଜେପି ନେତା ଓ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ । କହିଛନ୍ତି, ନାରୀ ନିଜର ଅପମାନ ଭୁଲିବ ନାହିଁ, ଉଚିତ୍ ଜବାବ ଦେବ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi vs Congress: 'କଂଗ୍ରେସ ଓ ସହଯୋଗୀଙ୍କ ସ୍ଵାର୍ଥପର ରାଜନୀତିର ପରିଣାମ ଭୋଗୁଛନ୍ତି ଦେଶର ମାତୃଶକ୍ତି': ପ୍ରଧାନମନ୍ତ୍ରୀ | Argus News