Videos
|
Sports

Jawaharlal Nehru Stadium / ଦିଲ୍ଲୀରେ ନିର୍ମାଣ ହେବ 'ସ୍ପୋର୍ଟ୍ସ ସିଟି', ଭଙ୍ଗାଯିବ ଜବାହରଲାଲ ନେହେରୁ ଷ୍ଟାଡିୟମ୍

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଦିଲ୍ଲୀରେ ନିର୍ମାଣ ହେବ 'ସ୍ପୋର୍ଟ୍ସ ସିଟି', ଭଙ୍ଗାଯିବ ଜବାହରଲାଲ ନେହେରୁ ଷ୍ଟାଡିୟମ୍

Key Points

ବର୍ତ୍ତମାନ ଜବାହରଲାଲ ନେହେରୁ ଷ୍ଟାଡିୟମ୍ ଯେଉଁ ଜମିରେ ରହିଛି, ତାକୁ ସମ୍ପୂର୍ଣ୍ଣ ଭାବେ ବିକଶିତ କରାଯିବ । ନୂଆ 'ସ୍ପୋର୍ଟ୍ସ ସିଟି' ପ୍ରାୟ ୧୦୨ ଏକର ଜମିରେ ପରିବ୍ୟାପ୍ତ ହେବ ।
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପାଇଁ ବଡ଼ ଯୋଜନା । ଦିଲ୍ଲୀରେ ନିର୍ମାଣ କରାଯିବ 'ସ୍ପୋର୍ଟ୍ସ ସିଟି' । ଏନେଇ ବଡ଼ ଧରଣର ଯୋଜନା କରିଛି ଖେଳ ମନ୍ତ୍ରଣାଳୟ । ଖେଳ ମନ୍ତ୍ରଣାଳୟର ସୂତ୍ର ଅନୁସାରେ, ଦିଲ୍ଲୀର ପ୍ରସିଦ୍ଧ ଜବାହରଲାଲ ନେହେରୁ ଷ୍ଟାଡିୟମ୍‌କୁ ଭାଙ୍ଗି ଦିଆଯିବ । ସେହି ସ୍ଥାନରେ ନିର୍ମାଣ ହେବ 'ସ୍ପୋର୍ଟ୍ସ ସିଟି' ।

ଜବାହରଲାଲ ନେହେରୁ ଷ୍ଟାଡିୟମ୍‌ ଥିବା ସ୍ଥାନରେ ନୂତନ 'ସ୍ପୋର୍ଟ୍ସ ସିଟି' ୧୦୨ ଏକର ଅଞ୍ଚଳରେ ନିର୍ମାଣ କରାଯିବ । ଏହା କତାର ଓ ଅଷ୍ଟ୍ରେଲିଆ ଭଳି ଦେଶରେ ବ୍ୟବହାର କରାଯାଇଥିବା ଆଧୁନିକ ଖେଳ ମଡେଲ୍‌ ଢାଞ୍ଚାରେ ହେବ । ଏହାର ଉଦ୍ଦେଶ୍ୟ ଦିଲ୍ଲୀରେ ଅନ୍ତର୍ଜାତୀୟ ମାନର ଏକ ଅତ୍ୟାଧୁନିକ ଖେଳ ଭିତ୍ତିଭୂମି ତିଆରି କରିବା ।

ଏଥିସହ ପଢ଼ନ୍ତୁ: ଦୁର୍ବଳ ଦଳ ସହ ଜିତି ପାଣ୍ଡ୍ୟାଙ୍କ ମଜାକ ଉଡ଼ାଇଲେ ପାକିସ୍ତାନୀ ଖେଳାଳି ! ଭାଇରାଲ ହେଲା ପୋଷ୍ଟ

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଜବାହରଲାଲ ନେହେରୁ ଷ୍ଟାଡିୟମ୍ ଯେଉଁ ଜମିରେ ରହିଛି, ତାକୁ ସମ୍ପୂର୍ଣ୍ଣ ଭାବେ ବିକଶିତ କରାଯିବ । ନୂଆ 'ସ୍ପୋର୍ଟ୍ସ ସିଟି' ପ୍ରାୟ ୧୦୨ ଏକର ଜମିରେ ପରିବ୍ୟାପ୍ତ ହେବ । ଯାହାକି ଦେଶର ଏକ ପ୍ରମୁଖ ଖେଳ ସୁବିଧା ଥିବା ସ୍ଥାନ ମଧ୍ୟରୁ ଅନ୍ୟତମ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆ 'ସ୍ପୋର୍ଟ୍ସ ସିଟି'କୁ ବିଶ୍ଵସ୍ତରୀୟ କରିବା ଲାଗି ଖେଳ ମନ୍ତ୍ରଣାଳୟ ଟିମ୍ କତାର ଓ ଅଷ୍ଟ୍ରେଲିଆରେ ଥିବା ସ୍ପୋର୍ଟ୍ସ ମଡେଲ୍‌ର ଅନୁଧ୍ୟାନ କରୁଛି । ଉକ୍ତ ଅନ୍ତର୍ଜାତୀୟ ମଡେଲ୍‌କୁ ଦେଖି ଡିଜାଇନ୍ ସହ ବିଭିନ୍ନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯିବ ।

ଏଥିସହ ପଢ଼ନ୍ତୁ: ଶାହାରୁଖ ଖାନ୍‌ ବଞ୍ଚାଇଥିଲେ ପୂଜାରାଙ୍କ କ୍ୟାରିୟର, ଚେତେଶ୍ବରଙ୍କ ପତ୍ନୀ କଲେ ବଡ଼ ଖୁଲାସା

୧୯୮୨ ଏସିଆନ୍ ଗେମ୍ସ ପାଇଁ ଦିଲ୍ଲୀରେ ନିର୍ମାଣ ହୋଇଥିଲା ଜବାହରଲାଲ ନେହେରୁ ଷ୍ଟାଡିୟମ୍ । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଏହି ଷ୍ଟାଡିୟମ୍‌ର ନବୀକରଣ କରାଯାଇଥିଲା । ଜବାହରଲାଲ ନେହେରୁ ଷ୍ଟାଡିୟମ୍ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରୀଡ଼ା କ୍ଷେତ୍ରରେ ଭାରତ ପାଇଁ ଏକ ବହୁମୁଖୀ ବିକଳ୍ପ ଥିଲା । ପ୍ରାୟ ୬୦ ହଜାର ଦର୍ଶକ ଥିବା ଜବାହରଲାଲ ନେହେରୁ ଷ୍ଟାଡିୟମ୍‌ରେ ବଡ଼ ବଡ଼ ଆଥଲେଟିକ୍ ଇଭେଣ୍ଟ ସହ ଫୁଟବଲ୍ ମ୍ୟାଚ୍, ରାଷ୍ଟ୍ରୀୟ ସମାରୋହ ଆୟୋଜନ କରାଯାଇଛି ।

ସୂଚନା ଅନୁସାରେ, ଜବାହରଲାଲ ନେହେରୁ ଷ୍ଟାଡିୟମ୍‌କୁ ଭାଙ୍ଗି ଦିଆଯିବ । ସେଥିପାଇଁ ଏବେ ଷ୍ଟାଡିୟମ୍‌ ପରିସରରେ ଥିବା ନ୍ଯାସନାଲ ଆଣ୍ଟି-ଡୋପିଂ ଏଜେନ୍ସ ଏବଂ ନ୍ଯାସନାଲ୍ ଡୋପ୍ ଟେଷ୍ଟିଂ ଲାବୋରେଟୋରିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଭାରତ ୨୦୩୬ ଅଲିମ୍ପିକ ଗେମ୍ସ ଆୟୋଜନ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଏହି ପ୍ରକଳ୍ପ ବେଶ୍ ମହତ୍ତ୍ଵ ରଖୁଛି ।

Related Topics

Explore more stories