BJP Bengal Victory 2026 / ପଶ୍ଚିମବଙ୍ଗରେ ଐତିହାସିକ ବିଜୟକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
·2 hours ago·2 min read

Key Points
ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ମତ ରଖି ସେ କହିଛନ୍ତି ପଶ୍ଚିମବଙ୍ଗ ପୁନର୍ବାର ବୌଦ୍ଧିକ ଏବଂ ସାଂସ୍କୃତିକ କେନ୍ଦ୍ର ଭାବେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ 'ଡବଲ ଇଞ୍ଜିନ' ସରକାର ବଙ୍ଗର ବିକାଶର ଗତିକୁ ତ୍ୱରାନ୍ୱିତ କରିବ।
Union Minister Dharmnedra Pradhan: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମିଳିଥିବା ଐତିହାସିକ ବିଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମବଙ୍ଗରେ ବିଜେପିର ବିଜୟ କେବଳ ଏକ ରାଜନୈତିକ ସଫଳତା ନୁହେଁ। ବରଂ ଏହା ୧୯୦୫ ମସିହାର ବଙ୍ଗ ଭଙ୍ଗ ସମୟରୁ ଜନମାନସରେ ରହିଥିବା ବେଦନା ଏବଂ ଅସନ୍ତୋଷର ଏକ ଦୃଢ଼ ପ୍ରତି ଜବାବ ବୋଲି ଗଣମାଧ୍ୟମକୁ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ବିଗତ ପ୍ରାୟ ୧୨୦ ବର୍ଷ ଧରି ବହୁସଂଖ୍ୟକ ସମାଜ ଯେଉଁ ଅଣଦେଖାର ଶିକାର ହେଉଥିଲା, ଆଜି ସେହି ସମାଜ ନିଜର ମନକଥା ପ୍ରକାଶ କରିଛି। ପଶ୍ଚିମବଙ୍ଗର ଜନସାଧାରଣ ଅନୁପ୍ରବେଶକାରୀ, ବେରୋଜଗାରୀ ଏବଂ ମହିଳା ଅସୁରକ୍ଷିତତା ବିରୋଧରେ ମତ ଦେବା ସହ ସ୍ୱାବଲମ୍ବନ ଏବଂ ବିକାଶ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ର ମୂଳ ବିଚାରକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବିଚାରଧାରା ଆଜି ତାଙ୍କ ନିଜ ମାତୃଭୂମିରେ ସେବା କରିବାର ସୁଯୋଗ ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ "ଡବଲ ଇଞ୍ଜିନ" ସରକାର ଏବେ ପଶ୍ଚିମବଙ୍ଗରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବ। ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ଜୟନ୍ତୀ ଭଳି ଏକ ପବିତ୍ର ସାଂସ୍କୃତିକ ଅବସରରେ ରାଜ୍ୟରେ ନୂତନ ସରକାରର ଗଠନ ବଙ୍ଗ ପାଇଁ ଏକ ଶୁଭ ସଙ୍କେତ।
ଏହା ସହ ପଢନ୍ତୁ: 'ପଶ୍ଚିମବଙ୍ଗର ବିକାଶରେ ବାଧକ ସାଜିଛି ଟିଏମସିର ନିର୍ମମ ଶାସନ'
ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଜଣେ ତୃଣମୂଳ ସ୍ତରର ଜନନେତା ଭାବେ ବର୍ଣ୍ଣନା କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ପୁନର୍ବାର ବୌଦ୍ଧିକ ଏବଂ ସାଂସ୍କୃତିକ କେନ୍ଦ୍ର ଭାବେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେବ। ଶିକ୍ଷା, ନବସୃଜନ ଏବଂ ଯୁବ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ନୂତନ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଶନିବାର (ମେ ୯) ରାଜଧାନୀ କୋଲକାତା ସ୍ଥିତ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମିଲ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories