Karnataka Congress Crisis Manager Problems / ଏବେ କ'ଣ କରିବେ କଂଗ୍ରେସ ସଂକଟ ମୋଚକ? କେଉଁ ସମସ୍ୟାରେ ଘେରି ହୋଇଗଲେ DK?
·2 weeks ago·2 min read

Key Points
ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ପାଇଁ କେବଳ କେଉଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବ ତାହା ନିଷ୍ପତ୍ତି ନେବା ନୁହେଁ। ପ୍ରକୃତ ଚ୍ୟାଲେଞ୍ଜ ହେଉଛି ସମସ୍ତ ବରିଷ୍ଠ କଂଗ୍ରେସ ନେତାଙ୍କ ମହତ୍ବାକାଂକ୍ଷାକୁ କିପରି ସମ୍ମାନ ଦିଆଯିବ।
Karnataka Congress Crisis Manager Troubles: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କଂଗ୍ରେସ ଦଳର ସଂକଟ ମୋଚକ ଭାବେ ଜଣାଶୁଣା। ଯେତେବେଳେ ଦଳ କୌଣସି ସମସ୍ୟାର ସାମ୍ନା କରେ, ସେତେବେଳେ ସେ ଆଗକୁ ଆସି ଏହାର ସମାଧାନ କରିଥାନ୍ତି। ହେଲେ ବର୍ତ୍ତମାନ ସଂକଟ ମୋଚକ ନିଜେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯେଉଁ ସମସ୍ୟା ରହିଛି ତାହା କୌଣସି ବାହ୍ୟ ଚ୍ୟାଲେଞ୍ଜ ନୁହେଁ। ବରଂ ଦଳ ଭିତରୁ ହିଁ ସେ ଅନେକ ଆହ୍ୱାନର ସାମ୍ନା କରୁଛନ୍ତି।
ଆସନ୍ତାକାଲି (୧୩ ଅଗଷ୍ଟ) ଠାରୁ ଆରମ୍ଭ ହେବାକୁ ଯାଉଛି କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନ। ନିୟମ ଅନୁସାରେ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମୋଟ ୩୪ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇ ପାରିବ। ହେଲେ ବର୍ତ୍ତମାନ ୩୩ ମନ୍ତ୍ରୀପଦ ପୂରଣ କରାଯାଇ ସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ୧୯ ଜଣ ମନ୍ତ୍ରୀ ଏପର୍ଯ୍ୟନ୍ତ ସେମାନଙ୍କର ବିଭାଗ ପାଇ ନାହାଁନ୍ତି।
ଏହି କାରଣରୁ, ଡିକେ ଶିବକୁମାର ରବିବାର ଦିଲ୍ଲୀ ମଧ୍ୟ ଗସ୍ତ କରିଥିଲେ। ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟି ମନ୍ତ୍ରୀମଣ୍ଡଳରେ କିଛି ଛୋଟ ଧରଣର ପରିବର୍ତ୍ତନ କରିବା ବିଷୟରେ ଆଲୋଚନା କରିଥିବାର ଖବର ଆସିଛି। ଏହାକୁ ଦଳର ବରିଷ୍ଠ ନେତାଙ୍କ ମାନଭଞ୍ଜନ ଲାଗି ହେଉଥିବା ପ୍ରୟାସ ଭାବରେ ଦେଖାଯାଉଛି।
ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସାମ୍ନାରେ ରହିଥିବା ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଯେ ଦଳର ଅନେକ ବରିଷ୍ଠ ନେତା ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଚାହୁଁଛନ୍ତି। ଏଥିପାଇଁ କେଉଁ ନେତାଙ୍କୁ କେଉଁ ବିଭାଗ ଦିଆଯିବ ତାହା ନିଷ୍ପତ୍ତି ନେବା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି।
ଏହା ସହ ପଢନ୍ତୁ: ଦଳର ବିଦ୍ରୋହୀ ବିଧାୟକଙ୍କୁ ଖୋଲାଖୋଲି ଚେତାବନୀ ଦେଲେ ଡିକେ;କହିଲେ...
ରିପୋର୍ଟ ଅନୁସାରେ ବାସଭରାଜ ରାୟରେଡ୍ଡି ଅର୍ଥ ବିଭାଗ ଚାହାଁନ୍ତି। ସେହିପରି ସେ ଯୋଜନା ଏବଂ କାର୍ଯ୍ୟକ୍ରମ ରୂପାୟନ ବିଭାଗ ମଧ୍ୟ ଚାହାଁନ୍ତି। ଅନ୍ୟପଟେ କୃଷି ବିଭାଗକୁ କେଏମ ଶିବଲିଙ୍ଗେ ଗୌଡା ଏବଂ ପୂର୍ବତନ କୃଷି ମନ୍ତ୍ରୀ ଏନ.ଚାଲୁଭରାୟସ୍ୱାମୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବାର ଆଲୋଚନା ହେଉଛି। ଡିକେ ଶିବକୁମାରଙ୍କ ସାମ୍ନାରେ ଆଉ ଏକ ଚ୍ୟାଲେଞ୍ଜ ହେଉଛି ଯେ ମହିଳାଙ୍କୁ ଏପର୍ଯ୍ୟନ୍ତ ତାଙ୍କ କ୍ୟାବିନେଟ୍ ରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳିନାହିଁ। ବର୍ତ୍ତମାନ ଗୋଟିଏ ମନ୍ତ୍ରୀ ପଦ ଖାଲି ରହିଛି। ଯାହାର ଫଳସ୍ୱରୂପ, ଏହି ଦାୟିତ୍ୱ ଜଣେ ମହିଳା ବିଧାୟକଙ୍କୁ ଦିଆଯାଇପାରେ ବୋଲି ପରାମର୍ଶ ଦିଆଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ କୁହାଯାଉଥିଲା ଯେ କ୍ୟାବିନେଟ ବିସ୍ତାର ପରେ କଂଗ୍ରେସ ଦଳ ଭିତରେ ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ କିଛି ପରିମାଣରେ କମିଯିବ। ହେଲେ ବର୍ତ୍ତମାନର ପରିସ୍ଥିତିରେ ଏପରି ହେବା ଭଳି ନଜର ଆସୁନାହିଁ। ଏହି ସମୟରେ ଡିକେ ଶିବକୁମାରଙ୍କ ଚ୍ୟାଲେଞ୍ଜ କେବଳ କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରଣାଳୟ ଦିଆଯିବ ସେ ସମ୍ପର୍କିତ ନିଷ୍ପତ୍ତି ନେବା ନୁହେଁ। ପ୍ରକୃତ ଚ୍ୟାଲେଞ୍ଜ ହେଉଛି ସମସ୍ତ ବରିଷ୍ଠ କଂଗ୍ରେସ ନେତାଙ୍କ ଇଚ୍ଛାକୁ ସମ୍ମାନ କରିବା ଏବଂ ଜନସାଧାରଣଙ୍କ ସାମ୍ନାରେ ଦଳ ଏକଜୁଟ ରହିଥିବା ଦର୍ଶାଇବା।
Related Topics
Explore more stories