Videos
|
Politics

Karnataka CM DK Shivakumar / ଦଳର ବିଦ୍ରୋହୀ ବିଧାୟକଙ୍କୁ ଖୋଲାଖୋଲି ଚେତାବନୀ ଦେଲେ ଡିକେ;କହିଲେ...

Subhramjit Ray
Browse all articles by Subhramjit Ray
·1 hour ago·3 min read
ଦଳର ବିଦ୍ରୋହୀ ବିଧାୟକଙ୍କୁ ଖୋଲାଖୋଲି ଚେତାବନୀ ଦେଲେ ଡିକେ;କହିଲେ...
Karnataka CM DK Shivakumar

Key Points

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଦଳ ପ୍ରତି ବିଶ୍ୱସ୍ତ ରହିବାକୁ ପରାମର୍ଶ ଦେଇଥିଲେ। ଏନେଇ ସେ କହିଥିଲେ ଯେ ଆପଣ ଧର୍ଯ୍ୟବାନ ରହିବା ଆବଶ୍ୟକ।
DK warns Karnataka Congress rebel MLAs: କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ଏବେ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। ରାଜ୍ୟରେ କ୍ଷମତାସୀନ କଂଗ୍ରେସ ବିଧାୟକ ଏବେ ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛି। ସଦ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ୱାଧିନ ସରକାରର କ୍ୟାବିନେଟ ବିସ୍ତାର ସମାପ୍ତ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍ ବିସ୍ତାରରେ ଜାତି ଏବଂ ଆଞ୍ଚଳିକ ସମନ୍ୱୟକୁ ସନ୍ତୁଳିତ କରିବାକୁ ଚେଷ୍ଟା କରିଛି।

ହେଲେ ତଥାପି ଶାସକ ଦଳରେ ବିଦ୍ରୋହ ଜାରି ରହିଛି। ଶାସକ ଦଳର ୨ ଜଣ ବିଧାୟକ ଇସ୍ତଫା ଦେଇଥିବାର ଖବର ଆସିଛି। ଆହୁରି କିଛି ବିଧାୟକ ମଧ୍ୟ ଦଳୀୟ ନେତୃତ୍ୱକୁ ସମାନ ଧମକ ଦେଉଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବିଦ୍ରୋହୀ ବିଧାୟକ ଧମକ ଆଗରେ ଦବିଯିବା ବଦଳରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ଦଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ହେଲେ ତଥାପି ଯଦି କେହି ଇସ୍ତଫା ଦିଅନ୍ତି ତାହେଲେ ଆମେ କିଛି ମିନିଟ୍ ମଧ୍ୟରେ ତାଙ୍କ ଇସ୍ତଫା ଗ୍ରହଣ କରିବୁ। ତଥାପି ସେମାନଙ୍କ ପ୍ରଚି ମୋର ପରାମର୍ଶ ହେଉଛି ଭୟଭୀତ ନହୋଇ ସେମାନେ ଦଳ ପାଇଁ କାମ କରିବା ଜାରି ରଖନ୍ତୁ।

ଏହା ସହ ପଢନ୍ତୁ: ବୁଧବାର ହେବ ଶପଥ ଗ୍ରହଣ; ସାମ୍ନାରେ କ'ଣ ରହିଛି ଚ୍ୟାଲେଞ୍ଜ?

ଦଳୀୟ ବିଧାୟକଙ୍କୁ ବିଶ୍ୱସ୍ତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, "ଆପଣ ଧର୍ଯ୍ୟ ଧରି ରୁହନ୍ତୁ। ଭବିଷ୍ୟତରେ ଆପଣ ମଧ୍ୟ ସୁଯୋଗ ପାଇବେ।" ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅନେକ ବୋର୍ଡ଼ ଏବଂ ନିଗମରେ ବର୍ତ୍ତମାନ ଅନେକ ଖାଲି ପଦବୀ ରହିଛି। ଏହାକୁ ଯଥାଶୀଘ୍ର ପୂରଣ କରାଯିବ, ସମସ୍ତଙ୍କୁ ସୁଯୋଗ ଦିଆଯିବ। ମୁଁ ଯାହା କହିବାକୁ ଚାହୁଁଥିଲି ତାହା କହିଦେଲି। ରାଜନୀତିରେ ଇସ୍ତଫା ଦିଆ ଯାଇଥାଏ। ଯେଉଁମାନେ ଇସ୍ତଫା ଦିଅନ୍ତି ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ। ଯଦି ସେମାନେ ଦଳରେ ରହି ସେମାନଙ୍କର ଭବିଷ୍ୟତ ଦେଖିବାକୁ ଚାହାଁନ୍ତି, ତାହେଲେ ସେମାନଙ୍କୁ ବୁଝିବାକୁ ହେବ ଯେ ଦଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦଳ ଶକ୍ତିଶାଳୀ ହେଲେ ଯାଇ ଆମେ ସମସ୍ତେ ଲାଭବାନ ହୋଇପାରିବା ଏବଂ କିଛି ହାସଲ କରିପାରିବା।

ଏଠାରେ ଉଲ୍ଲେଖ ଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିବା ପରେ ଶାସକ ଦଳର ୨ ଜଣ ବିଧାୟକ ଇସ୍ତଫା ଦେଇଥିବାର ଖବର ଆସିଛି। ଇସ୍ତଫା ଦେଇଥିବା ବିଦ୍ରୋହୀ ହେଉଛନ୍ତି ରାଜ୍ୟର ବିଜୟପୁରା ଜିଲ୍ଲାର ଇଣ୍ଡି ଆସନର ବିଧାୟକ ଯଶୱନ୍ତରାୟଗୌଡ଼ା ଭି. ପାଟିଲ ଏବଂ ଶିବମୋଗା ଜିଲ୍ଲାର ସାଗର ଆସନର ବିଧାୟକ ବେଲୁର ଗୋପାଳକୃଷ୍ଣ। ଦଳୀୟ ବିଧାୟକ ଇସ୍ତଫା ଦେବା ଘଟଣାରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଡିକେ ନିଜର ଉଦାହରଣ ଦେଇଥିଲେ। ଏନେଇ ସେ କହିଥିଲେ ଯେ ଧରମ ସିଂହ ଏବଂ ସିଦ୍ଧରମୈୟାଙ୍କ କାର୍ଯ୍ୟକାଳରେ ତାଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ବଞ୍ଚିତ କରାଯାଇଥିଲା। ଏପରି ସ୍ଥିତିରେ ମୁଁ ଏବଂ ଜି.ପରମେଶ୍ୱର ମଧ୍ୟ ଇସ୍ତଫା ଦେବା ଉଚିତ ଥିଲା। ହେଲେ ତାହା ହୋଇନଥିଲା। ଆମେ ଧର୍ଯ୍ୟ ଧରି ରହିଥିଲୁ।

ଏହା ସହ ପଢନ୍ତୁ: କାହାକୁ ମିଳିବ ମନ୍ତ୍ରୀପଦ; ସାମ୍ନାକୁ ଆସିଲା ତାଲିକା

ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆହୁରି କହିଛନ୍ତି ଯେ, ଏହା ବ୍ୟତୀତ ଯେତେବେଳେ ବୀରେନ୍ଦ୍ର ପାଟିଲ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଧରମ ସିଂହ ସମେତ ଅନେକ ନେତାଙ୍କୁ ମନ୍ତ୍ରୀ କରାଯାଇ ନଥିଲା। ହେଲେ ଏହି ଲୋକଙ୍କୁ ଭବିଷ୍ୟତରେ କ'ଣ କିଛି ମିଳିନଥିଲା? ଆମକୁ ଧର୍ଯ୍ୟ ଧରି ରହିବାକୁ ହେବ। ସବୁକିଛି ସମୟ ସହିତ ଆସିଥାଏ। ଏହା ହେଉଛି ସତ୍ୟ। ଏହାକୁ ବୁଝିବାକୁ ହେବ। ଏହା ପରେ ମଧ୍ୟ ଯଦି କିଛି ଲୋକ ଇସ୍ତଫା ଦେଉଛନ୍ତି, ତାହେଲେ ସେମାନଙ୍କୁ ସ୍ୱାଗତ। ଆମେ କିଛି ମିନିଟ୍ ମଧ୍ୟରେ ସେମାନଙ୍କ ଇସ୍ତଫା ଗ୍ରହଣ କରିବୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: