Karnataka CM DK Shivakumar / ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ; ନିର୍ବାଚନ ଜିତିବାରେ ରହିଛି ଅପରାଜୟ ରେକର୍ଡ଼
·1 hour ago·2 min read

Key Points
ଜୁନ୍ ୩ ତାରିଖ ବୁଧବାର କର୍ଣ୍ଣାଟକର ୧୮ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଡୋଡ୍ଡାଲହଲ୍ଲୀ କେମ୍ପେଗୌଡ଼ା ଶିବକୁମାର ଓରଫ୍ ଡିକେ ଶିବକୁମାର।
DK Shivakumar Total Net Worth: ଜୁନ୍ ୩ ତାରିଖ ବୁଧବାର କର୍ଣ୍ଣାଟକର ୧୮ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡିକେ ଶିବକୁମାର। ତାଙ୍କୁ ଗତ ମେ ୩୦ ତାରିଖରେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବୁଧବାର ପଦଭାର ଗ୍ରହଣ କରିସାରିବା ପରେ ଡିକେ ଶିବକୁମାର ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି। ତାଙ୍କର ଘୋଷିତ ମୋଟ ସମ୍ପତ୍ତି ପରିମାଣ ୧୪୪୦ କୋଟି ଟଙ୍କା ରହିଛି। ସେ ଦେଶର ସବୁଠାରୁ ଧନୀ ରାଜନେତା ଏବଂ ବିଧାୟକଙ୍କ ମଧ୍ୟରୁ ଅନ୍ୟତମ। ରାଜନୀତି ବ୍ୟତୀତ ଶିବକୁମାର ଖଣି, ରିଅଲ୍ ଇଷ୍ଟେଟ୍ ଏବଂ ଶିକ୍ଷା କ୍ଷେତ୍ରରେ ଜଣେ ସଫଳ ବ୍ୟବସାୟୀ।
ଦେଶର ସବୁଠାରୁ ଧନୀ ବିଧାୟକ-ମୁଖ୍ୟମନ୍ତ୍ରୀ
Association for Democratic Reforms (ADR) ରିପୋର୍ଟ ଅନୁଯାୟୀ ଡିକେ ଶିବକୁମାର ଦେଶର ସବୁଠାରୁ ଧନୀ ବିଧାୟକ। ଏବେ ସେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି। ଡିକେ ଶିବକୁମାରଙ୍କ ସମ୍ପତ୍ତି ପରିମାଣ ୧୪୧୩ କୋଟି ଟଙ୍କା ରହିଛି। ଡିକେ ଶିବକୁମାରଙ୍କ ବ୍ୟବସାୟ ସାମ୍ରାଜ୍ୟ ମୁଖ୍ୟତଃ ରିଅଲ୍ ଇଷ୍ଟେଟ୍, ନିର୍ମାଣ, ଖଣି, ଶିକ୍ଷା କ୍ଷେତ୍ରରେ ବ୍ୟାପିଛି। ସେ ବେଙ୍ଗାଲୁରୁ ସ୍ଥିତ ଗ୍ଲୋବାଲ୍ ମଲ୍ ମାଲିକ। ଯାହାର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା।
ତାଙ୍କର ଅନେକ ପ୍ରମୁଖ ଭିତ୍ତିଭୂମି ଏବଂ ବିକାଶ କମ୍ପାନୀ (Infrastructure & Developer Companies) ରେ ଅଂଶଧନ ରହିଛି। ତାଙ୍କ ନିର୍ବାଚନୀ ସତ୍ୟାପଠ ଅନୁଯାୟୀ, ତାଙ୍କର ଭିକ୍ରସ୍ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍, କୌସ୍ତୁବା ପ୍ରୋଜେକ୍ଟ ଏବଂ ଆଇକନ୍ ପ୍ରୋଜେକ୍ଟ ଭଳି କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ଅଂଶଧନ ଏବଂ ନିବେଶ ରହିଛି।
ଏହା ସହିତ ପଢନ୍ତୁ: କାହାକୁ ମିଳିବ ମନ୍ତ୍ରୀପଦ; ସାମ୍ନାକୁ ଆସିଲା ତାଲିକା
ନିର୍ବାଚନ ଜିତିବାରେ ରହିଛି ଅଭଙ୍ଗା ରେକର୍ଡ଼
ଡିକେ ଶିବକୁମାର ଜଣେ ସଫଳ ବ୍ୟବସାୟୀ ସହ ଜଣେ ସଫଳ ରାଜନେତା ମଧ୍ୟ ଯାହାଙ୍କ ନାମରେ ନିର୍ବାଚନ ଜିତିବାରେ ରହିଛି ଅଭଙ୍ଗା ରେକର୍ଡ଼ ରହିଛି। ତାଙ୍କୁ ଦଳର ସଙ୍କଟମୋଚକ ଭାବରେ ବିବେଚନା କରାଯାଏ। ସେ ୧୯୮୯ ମସିହା ପର ଠାରୁ ଲଗାତାର ୮ ଥର ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି। ରାଜ୍ୟର କନକପୁରା ବିଧାନସଭା ଆସନରୁ ସେ ଲଗାତାର ବିଜୟୀ ହୋଇ ଆସୁଛନ୍ତି। ଯେଉଁଠାରେ ତାଙ୍କର ବେଶ ଭଲ ଦବଦବା ରହିଛି। ତାଙ୍କୁ "କନକପୁରା ରକଷ୍ଟାର" ମଧ୍ୟ କୁହାଯାଏ।
ବେଶ ଧାର୍ମିକ ସ୍ୱଭାବର ବ୍ୟକ୍ତି ହେଉଛନ୍ତି ଡିକେ ଶିବକୁମାର
ବୁଧବର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିବା ଡିକେ ଶିବକୁମାର ସ୍ୱଭାବରେ ଜଣେ ଗଭୀର ଧାର୍ମିକ ପ୍ରବୃତ୍ତି ବ୍ୟକ୍ତି। ସେ ନିୟମିତ ଭାବରେ ମଠ ମନ୍ଦିର ପରିଦର୍ଶନ କରିଥାନ୍ତି। ତାଙ୍କର ଜ୍ୟୋତିଷ ଏବଂ ଧାର୍ମିକ ରୀତିନୀତିରେ ଗଭୀର ବିଶ୍ୱାସ ଅଛି। ସେ ସର୍ବଦା ଧାର୍ମିକ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ। ସେ ତାଙ୍କ କନକପୁରା ନିର୍ବାଚନମଣ୍ଡଳୀର କପାଲି ପାହାଡ଼ରେ ଯୀଶୁ ଖ୍ରୀଷ୍ଟଙ୍କ ୧୧୪ ଫୁଟ ଉଚ୍ଚ ପ୍ରତିମା ନିର୍ମାଣ ପାଇଁ ତାଙ୍କ ଟ୍ରଷ୍ଟ ମାଧ୍ୟମରେ ୧୦ ଏକର ଜମି ଦାନ କରିଥିଲେ। ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories