DK Shivakumar Cabinet / କାହାକୁ ମିଳିବ ମନ୍ତ୍ରୀପଦ; ସାମ୍ନାକୁ ଆସିଲା ତାଲିକା
·1 hour ago·2 min read

Key Points
ଜୁନ୍ ୩ ତାରିଖ ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଡିକେ ଶିବକୁମାର। ତାଙ୍କ ସହିତ ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ।
Karnataka New CM Cabinet: ଜୁନ୍ ୩ ତାରିଖ ବୁଧବାର ଶପଥ ଗ୍ରହଣ କରିବ କର୍ଣ୍ଣାଟକର ନୂଆ ସରକାର। ଆସନ୍ତାକାଲି ରାଜଧାନୀ ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେଉଥିବା ଶପଥ ଗ୍ରହଣ ସମାରୋହ ଏବେ ଚର୍ଚ୍ଚାରେ ରହିଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ-ନିଯୁକ୍ତ ଡିକେ ଶିବକୁମାରଙ୍କ ସହିତ ପ୍ରାୟ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବା ନେଇ କୁହାଯାଉଛି। ଏହା ପରେ ପୁନର୍ବାର କ୍ୟାବିନେଟ ବିସ୍ତାର କରାଯିବ।
ସୂତ୍ରରୁ ମିଳିଥିବା ଖବର ଅନୁସାରେ କଂଗ୍ରେସ ନେତୃବୃନ୍ଦ ଏକ ସନ୍ତୁଳିତ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯାହା ଆଞ୍ଚଳିକ ଏବଂ ସାମାଜିକ ସମୀକରଣକୁ ସନ୍ତୁଳିତ କରିବ ଏବଂ ଆଗାମୀ ବର୍ଷ ପାଇଁ ସରକାରଙ୍କ ଚେହେରା ସାଜିବେ। ନୂତନ କ୍ୟାବିନେଟ୍ ଗଠନକୁ ଚୂଡ଼ାନ୍ତ କରିବା ପାଇଁ ମଙ୍ଗଳବାର ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନିଯୁକ୍ତ ଡିକେ ଶିବକୁମାର ଏବଂ ବର୍ତ୍ତମାନର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।
ଏହା ସହ ପଢନ୍ତୁ: ବୁଧବାର ହେବ ଶପଥ ଗ୍ରହଣ; ସାମ୍ନାରେ କ'ଣ ରହିଛି ଚ୍ୟାଲେଞ୍ଜ?
ଉଭୟ ନେତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ (ସଙ୍ଗଠନ) କେସି ବେଣୁଗୋପାଳ ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ ରଣଦୀପ ସୁର୍ଜେୱାଲାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ବୈଠକର ମୁଖ୍ୟ ଏଜେଣ୍ଡା ଏହା ଥିଲା ଯେ ନୂତନ ମନ୍ତ୍ରିମଣ୍ଡଳର ଗଠନ, କ୍ଷମତା ସନ୍ତୁଳନ ଏବଂ ସଙ୍ଗଠନ ସମୀକରଣକୁ ଚୂଡ଼ାନ୍ତ କରିବା। ମନ୍ତ୍ରିମଣ୍ଡଳର ପ୍ରଥମ ପର୍ଯ୍ୟାୟରେ ଶିବକୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।
ସେହିପରି ଜି. ପରମେଶ୍ୱର ଏକମାତ୍ର ଉପମୁଖ୍ୟମନ୍ତ୍ରୀ ହେବା ନେଇ ଆଶା କରାଯାଉଛି। ଏହା ସହିତ ଦଳର ଯେଉଁ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ସେମାନେ ହେଉଛନ୍ତି ଯତୀନ୍ଦ୍ର, କେଏଚ୍ ମୁନିୟାପ୍ପା, ୟୁଟି ଖାଦର, କେଜେ ଜର୍ଜ, କୃଷ୍ଣ ବାୟରେ ଗୌଡ଼ା, ଏମବି ପାଟିଲ, ପ୍ରିୟାଙ୍କ ଖାର୍ଗେ, ସତୀଶ ଜାରକିହୋଲି, ରାମଲିଙ୍ଗ ରେଡ୍ଡୀ, ଦିନେଶ ଗୁଣ୍ଡୁ ରାଓ, ବାୟରାଥି ସୁରେଶ ଏବଂ ଈଶ୍ୱର ଖାଣ୍ଡ୍ରେ। କଂଗ୍ରେସ ଦଳର ଏହି ନାମ ମାଧ୍ୟମରେ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରୁଛି।
ଏହି ସମୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଡିକେ ଶିବକୁମାର ମଧ୍ୟ ତାଙ୍କର ପ୍ରାଥମିକତା ସମ୍ପର୍କରେ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ରାଜ୍ୟବାସୀ ତାଙ୍କ ପ୍ରତି ଯେଉଁ ବିଶ୍ୱାସ ଏବଂ ଭରସା ଦେଖାଇଛନ୍ତି, ସେଥିପାଇଁ ସେ ସେମାନଙ୍କ ନିକଟରେ ଗଭୀର କୃତଜ୍ଞ। ତାଙ୍କ କହିବା ଅନୁସାରେ ଆଗକୁ ରାସ୍ତା ଏତେ ସହଜ ହେବ ନାହିଁ ଏବଂ ଅନେକ ଚ୍ୟାଲେଞ୍ଜ ଆସିବ। ହେଲେ ସେ ନିଷ୍ଠାର ସହିତ ଏବଂ ସଚ୍ଚୋଟ ଭାବରେ କାମ କରିବେ ଏବଂ ଜନସାଧାରଣଙ୍କ ଆସ୍ଥା ଭାଜନ ହେବେ।
ଏହା ସହିତ ପଢନ୍ତୁ: ସାମ୍ନାରେ ରହିଛି ୩ ବିକଳ୍ପ; କାହାକୁ ଆପଣାଇବେ ସିଦ୍ଧରମୈୟା
ସେ କର୍ଣ୍ଣାଟକର ବିଶ୍ୱସ୍ତରୀୟ ସ୍ୱୀକୃତି ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରିଥିଲେ। ଏନେଇ ସେ କହିଛନ୍ତି ଯେ ତାଙ୍କ ସରକାରଙ୍କ ଧ୍ୟାନ ସୁଶାସନ, ବିକାଶ, ଭିତ୍ତିଭୂମିକୁ ସୁଦୃଢ଼ କରିବା, ନିବେଶ ଆକର୍ଷିତ କରିବା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ସୁଦୃଢ଼ କରିବା, ଯୁବ ସଶକ୍ତିକରଣ, ଆର୍ଥିକ ବିକାଶ ଏବଂ ସମାବେଶୀ ନେତୃତ୍ୱର ଏକ ମଡେଲ୍କୁ ଆଗକୁ ବଢାଇବା ଉପରେ ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
DK Shivakumar CabinetDK Shivakumar cabinet expansionKarnataka cabinet ministers listG Parameshwara deputy CM KarnatakaKarnataka government oath ceremonyNew Karnataka cabinet 13 ministersDK Shivakumar swearing in ceremonyG Parameshwara home minister to deputy chief ministerKarnataka Congress cabinet final listWho will be the next deputy CM of KarnatakaKarnataka political transition 2026