Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାଙ୍ଗିଯିବ ମେଣ୍ଟ; ସଂସଦରେ ଅଲଗା ହୋଇଯିବେ ଡିଏମକେ-କଂଗ୍ରେସ!

Politics

DMK vs Congress Fight / ଭାଙ୍ଗିଯିବ ମେଣ୍ଟ; ସଂସଦରେ ଅଲଗା ହୋଇଯିବେ ଡିଏମକେ-କଂଗ୍ରେସ!

Subhramjit Ray
Browse all articles by Subhramjit Ray
·8 hours ago·2 min read
ଭାଙ୍ଗିଯିବ ମେଣ୍ଟ; ସଂସଦରେ ଅଲଗା ହୋଇଯିବେ ଡିଏମକେ-କଂଗ୍ରେସ!
DMK vs Congress Fight

Key Points

ଡିଏମକେ ସାଂସଦ ତାଙ୍କ ଚିଠିରେ ଲେଖିଛନ୍ତି, "ଆମର ଗଠବନ୍ଧନ ଏବେ ଶେଷ ହୋଇଯାଇଛି। ଆମ ଦଳର ସଦସ୍ୟଙ୍କ ପାଇଁ ବର୍ତ୍ତମାନ ଗୃହରେ ପୃଥକ ଆସନର ବ୍ୟବସ୍ଥା କରାଯାଉ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଡିଏମକେ ସଂସଦୀୟ ଦଳର ସଭ୍ୟଙ୍କ ପାଇଁ ପୃଥକ ଆସନ ବ୍ୟବସ୍ଥା କରନ୍ତୁ।
DMK vs Congress Separatrion: ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିବା ପରେ ଦୁଇ ପାରମ୍ପରିକ ସହଯୋଗୀ ଡିଏମକେ-ତଂଗ୍ରେସ ମଧ୍ୟରେ ଦୂରତା ବଢିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ସଂସଦରେ କେହି କାହା ପାଖରେ ବସିବାକୁ ଚାହୁଁନାହାଁନ୍ତି। ଏହି କ୍ରମରେ ଡିଏମକେ ସାଂସଦ କାନିମୋଝି କରୁଣାନିଧି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପାଖକୁ ଆନୁଷ୍ଠାନିକ ଭାବରେ ଏକ ପତ୍ର ଲେଖି ତାଙ୍କ ଅନୁରୋଧ ଜଣାଇଛନ୍ତି। ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ସାଂସଦ କହିଛନ୍ତି ସଂସଦରେ ତାଙ୍କ ଦଳର ସଦସ୍ୟଙ୍କ ପାଇଁ ପୃଥକ ଆସନର ବ୍ୟବସ୍ଥା କରାଯାଉ। ଏହି ଚିଠି ଏବେ ରାଜନୈତିକ ମହଲରେ ନିଶ୍ଚିତ କରିଛି ଯେ ଡିଏମକେ ଏବଂ ସହଯୋଗୀ କଂଗ୍ରେସ ମଧ୍ୟରେ ମେଣ୍ଟ ସହଯୋଗ ଏବେ ଜାତୀୟ ସ୍ତରରେ ଶେଷ ହୋଇଯାଇଛି। ଏପରିକି ଡିଏମକେ, କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟରୁ ଓହରି ଯାଇପାରେ।

ମେ ୭ ତାରିଖରେ ଲେଖା ଯାଇଥିବା ଏହି ଚିଠିରେ ଡିଏମକେ ସାଂସଦ କାନିମୋଝି କରୁଣାନିଧି ସ୍ପଷ୍ଟ ଭାବରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ କଂଗ୍ରେସ ସହିତ ତାଙ୍କର ମେଣ୍ଟ ଏବେ ଶେଷ ହୋଇଥିବାରୁ ଡିଏମକେ ସାଂସଦ, ସଂସଦରେ କଂଗ୍ରେସ ସଦସ୍ୟଙ୍କ ପାଖରେ ବସିବା ଠିକ ହେବ ନୁହେଁ।

କାନିମୋଝି ତାଙ୍କ ଚିଠିରେ ଲେଖିଛନ୍ତି, କଂଗ୍ରେସ ସହ ଆମର ମେଣ୍ଟ ଏବେ ଶେଷ ହୋଇଯାଇଛି। ଆମ ଦଳର ସାଂସଦଙ୍କ ପାଇଁ ସଂସଦରେ ପୃଥକ ଆସନର ବ୍ୟବସ୍ଥା କରାଯାଉ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଡିଏମକେ ସଦସ୍ୟଙ୍କ ପାଇଁ ପୃଥକ ଆସନର ବ୍ୟବସ୍ଥା କରନ୍ତୁ।

ଏହା ସହ ପଢନ୍ତୁ: ଶେଷରେ ହେଲା ସହମତି; ଭାଙ୍ଗିବାରୁ ଅଳ୍ପକେ ବର୍ତ୍ତିଲା କଂଗ୍ରେସ-ଡିଏମକେ ମେଣ୍ଟ

ରାଜନୀତିରେ ମଜବୁତ ସହଯୋଗୀ ରହିଥିଲେ ଡିଏମକେ-କଂଗ୍ରେସ
ଡିଏମକେ ଏବଂ କଂଗ୍ରେସ ଦୀର୍ଘଦିନ ଧରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜନୀତିରେ ଦୃଢ଼ ସହଯୋଗୀ ରହି ଆସିଛନ୍ତି। ଉଭୟ ଦଳ ମଧ୍ୟରେ ହେବାକୁ ଯାଉଥିବା ବିଚ୍ଛେଦ କେବଳ ସଂସଦ ଭିତରେ ସମୀକରଣକୁ ପ୍ରଭାବିତ କରିବ ନାହିଁ। ବରଂ ଆଗାମୀ ନିର୍ବାଚନ ଏବଂ ଆଞ୍ଚଳିକ ରାଜନୀତି ଉପରେ ଏହାର ଗଭୀର ପରିଣାମ ଅନୁଭୂତ ହେବର ସମ୍ଭାବନା ରହିଛି। ଲୋକସଭା ବାଚସ୍ପତିଙ୍କୁ ଲେଖାଯାଇଥିବା ଏହି ଚିଠି ସ୍ପଷ୍ଟ କରିଛି ଯେ ଡିଏମକେ ଏବେ ସଂସଦରେ ନିଜର ସ୍ୱାଧିନ ପରିଚୟ ବଜାୟ ରଖିବାକୁ ଚାହୁଁଛି। ଯାହା ଦ୍ଵାରା ଦଳ ପ୍ରଭାବଶାଳୀ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିପାରିବ।

ପରବର୍ତ୍ତୀ ପଦକ୍ଷେପ କ'ଣ ହେବ?
ସମସ୍ତଙ୍କ ନଜର ଏବେ ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ରହିଛି। ଯଦି ବାଚସ୍ପତି ଓମ ବିର୍ଲା ଡିଏମେକ ସାଂସଦ କାନିମୋଝିଙ୍କ ଅନୁରୋଧ ରକ୍ଷା କରନ୍ତି, ତାହେଲେ ଗୃହରେ ଆସନ ପରିବର୍ତ୍ତନ କରାଯିବ। ଏବେ ବିରୋଧି ଶିବିରରେ ରହିଥିବା ଡିଏମକେ ଏକ ସ୍ୱାଧୀନ ଗୋଷ୍ଠୀ ଭାବରେ ସଂସଦରେ ଉପସ୍ଥିତ ରହିବ। କଂଗ୍ରେସ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖା ଯାଇନାହି। ହେଲେ ଏହି ଘଟଣା ବିରୋଧି ଏକତାର ଭବିଷ୍ୟତ ଉପରେ ସନ୍ଦେହ ସୃଷ୍ଟି କରିଛି। ଲୋକସଭାରେ ୨୨ ଏବଂ ରାଜ୍ୟସଭାରେ ୮ ଜଣ ସାଂସଦ ଡିଏମକେ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଡିଏମକେ ବିରୋଧି ମେଣ୍ଟ (ଇଣ୍ଡିଆ) ଛାଡିବା ନିଷ୍ପତ୍ତିକୁ ଏକ ବଡ଼ ଝଟକା ଭାବରେ ଦେଖାଯାଉଛି। ଯାହା ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ହେଉଥିବା ଭୋଟିଂ ପ୍ରକ୍ରିୟାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DMK to Sit Apart from Congress in Parliament; Kanimozhi Writes to Speaker | Argus News