West Bengal CM Suvendu Adhikari / ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଧମକ; ଉଠାଇନେଲା ଏସଟିଏଫ ସାଇବର ସେଲ୍
·1 day ago·3 min read

Key Points
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଆତ୍ମଘାତୀ ବୋମା ଧମକ ଦେବା ଘଟଣା ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ପୋଲିସ ଗାର୍ଡେନ୍ ରିଚ୍ ଅଞ୍ଚଳରୁ ୨୭ ବର୍ଷୀୟ ହସନେନ୍ ଇକବାଲଙ୍କୁ ଗିରଫ କରିଛି। ଯାହା ବିରୋଧରେ ଅଲକାଏଦା ନାମ ବ୍ୟବହାର କରି ଧମକପୂର୍ଣ୍ଣ ଇମେଲ୍ ପଠାଇଥିବାର ଅଭିଯୋଗ ହୋଇଛି।
Suvendu Adhikari Death Threat: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ମାମଲାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପଶ୍ଚିମବଙ୍ଗ ପୋଲିସ ପୋଲିସ ଏସଟିଏଫ-ସାଇବର ସେଲ୍। କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରାୟ ସପ୍ତାହ ପରେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଧମକ ଦିଆଯିବା ଘଟଣାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।। ଏହି ଘଟଣାରେ ପୋଲିସ ରାଜଧାନୀ କୋଲକାତା ସ୍ଥିତ ଗାର୍ଡେନ୍ ରିଚ୍ ଅଞ୍ଚଳରୁ ୨୭ ବର୍ଷୀୟ ହସନେନ ଇକବାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ପୋଲିସ ପାଖକୁ ଏକ ଇମେଲ୍ ପଠାଇଥିବା ଅଭିଯୋଗ ହୋଇଛି। ଯେଉଁଥିରେ ସେ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ଏହି ଘଟଣାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ଭବାନୀପୁର ଥାନାକୁ ପଠାଯାଇଥିଲା ଇମେଲ୍
କୋଲକାତା ପୋଲିସ ଅତିରିକ୍ତ କମିଶନର ଭି.ସୋଲୋମନ ନେସକୁମାରଙ୍କ କହିବା ଅନୁଯାୟୀ, ମେ ୧୪ ସକାଳ ପ୍ରାୟ ୧୦:୧୫ ସମୟରେ ଭବାନୀପୁର ଥାନାକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଜଣେ ମହିଳାଙ୍କ ନାମ ବ୍ୟବହାର କରି ଏହି ଇମେଲ୍ ଦାବି କରିଥିଲା ଯେ ସେ ଅଲ-କାଏଦା ସହିତ ଜଡି଼ତ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରୁଛି। ପୋଲିସ କହିବା ଅନୁଯାୟୀ ଏଭଳି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ପଶ୍ଚିମବଙ୍ଗ ପୋଲିସ ସାଇବର ସେଲ୍ ଏବଂ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ପକ୍ଷରୁ ମିଳିତ ତଦନ୍ତ କରାଯାଇଥିଲା।
ମହିଳା ପରିଚୟ ବ୍ୟବହାର କରିଥିବାର ହୋଇଛି ଅଭିଯୋଗ
ତଦନ୍ତ ସମୟରେ, ପୋଲିସ ଇମେଲ୍ ର ବୈଷୟିକ ଉତ୍ସକୁ ଖୋଜି ପାଇଥିଲା। ତଦନ୍ତ କରୁଥିବା ଅଧିକାରୀ ଜାଣିପାରିଥିଲେ ଯେ ଏହି ଇମେଲ ଗାର୍ଡେନ ରିଚ୍ ଅଞ୍ଚଳର ଗୁଲାମ ଆବାସ ଲେନ୍ର ବାସିନ୍ଦା ହସନେନ୍ ଇକବାଲ୍ଙ୍କ ସହ ଜଡ଼ିତ ରହିଥିଲା। ଜେରା କରାଯିବା ସମୟରେ ଅଭିଯୁକ୍ତ ଏଭଳି ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା କଥା ସ୍ୱୀକାର କରିଛି। ପୋଲିସ କହିଛି ଯେ ଏହି ଧମକପୂର୍ଣ୍ଣ ଇମେଲ୍ ପଠାଇବା ପାଇଁ ଯାହାଙ୍କ ନାମ ବ୍ୟବହାର କରାଯାଇଥିଲା ସେ ଅଭିଯୁକ୍ତଙ୍କ ପରିଚିତ ଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପରିବାରକୁ ହଇରାଣ କରିବାକୁ କିମ୍ବା ଫସାଇବାକୁ ଚେଷ୍ଟା କରୁଥିଲେ।
ଏହା ସହ ପଢନ୍ତୁ: ସରକାର ଗଠନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ PA କୁ ଗୁଳି ମାରି ହତ୍ୟା
ଆଇଟି ଏବଂ ସାଇବର ଟେକ୍ନୋଲୋଜି ବିଷୟରେ ଜାଣିଥିଲା ଅଭିଯୁକ୍ତ
ତଦନ୍ତକାରୀ ସଂସ୍ଥା କହିବା ଅନୁଯାୟୀ ଗିରଫ ଅଭିଯୁକ୍ତ ଆଇଟି ଏବଂ ସାଇବର ଟେକ୍ନୋଲୋଜି ବିଷୟରେ ଜାଣିଥିଲା। ପୋଲିସ ସନ୍ଦେହ କରୁଛି ଯେ ସେ IP Address ଲୁଚାଇବା ଏବଂ ବୈଷୟିକ ପରିଚୟ ପରିବର୍ତ୍ତନ କରୁଥିବା ଉପକରଣ ବ୍ୟବହାର କରି ଏପରି ଇମେଲ ପଠାଇଥିଲା ଅଭିଯୁକ୍ତ। ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ପୂର୍ବରୁ ନିର୍ବାଚନ କମିଶନ ଭଳି ପ୍ରତିଷ୍ଠାନ ସମେତ ଅନେକ ସରକାରୀ ପ୍ରତିଷ୍ଠାନକୁ ସମାନ ଇମେଲ ପଠାଇଛି।
ଏସଟିଏଫ୍ ଏବଂ ସାଇବର ସେଲ୍ ଦ୍ୱାରା ମିଳିତ ଅଭିଯାନ
ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯିବା ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଏସଟିଏଫ୍ ଏବଂ ସାଇବର ସେଲ୍ ତୁରନ୍ତ ଏକ ମିଳିତ ଅଭିଯାନ ଆରମ୍ଭ କରିଥିଲା। ବୈଷୟିକ ତଦନ୍ତ, ଡିଜିଟାଲ୍ ଟ୍ରାକିଂ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପୋଲିସ ଏବେ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଅଭିଯୁକ୍ତର କୌଣସି ବଡ଼ ନେଟୱାର୍କ ସହିତ ସମ୍ପର୍କ ରହିଛି ନାଁ ନାହିଁ କିମ୍ବା ଏହି ଷଡ଼ଯନ୍ତ୍ର ସମ୍ପୂର୍ଣ୍ଣ ଭାବରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ରଚା ଯାଇଛି ନାଁ ନାହିଁ।
ସତର୍କ ହୋଇ ଉଠିଲେ ସୁରକ୍ଷା ଏଜେନ୍ସି
ମୁଖ୍ୟମନ୍ତ୍ରୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ, ତାଙ୍କ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଉଛି। ଯଦିଓ ପୋଲିସ କହୁଛି ଯେ ପ୍ରକୃତ ଆତଙ୍କବାଦୀ ଷଡ଼ଯନ୍ତ୍ରର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ, ହେଲେ ତଥାପି ଅଲ-କାଏଦା ଭଳି ସଙ୍ଗଠନର ସମ୍ପୃକ୍ତି ଏହି ମାମଲାକୁ ଆହୁରି ଗମ୍ଭୀର କରିଦେଉଛି। ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ ଡିଜିଟାଲ୍ ରେକର୍ଡ, ଇମେଲ୍ ହିଷ୍ଟ୍ରି ଏବଂ ଯୋଗାଯୋଗକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି।
ଏହା ସହ ପଢନ୍ତୁ: ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କୁ ମିଳିବ ମାଗଣା ବସ୍ ସୁବିଧା
ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯିବା ଘଟଣାକୁ ନେଇ ସରଗରମ ହୋଇଉଠିଲା ପଶ୍ଚିମବଙ୍ଗ ରାଜନୀତି
ଏହି ଘଟଣା ସାମ୍ନାକୁ ଆସିବା ପରେ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। ବିରୋଧି ଦଳ ରାଜ୍ୟରେ ଆଇନ ଶୃଙ୍ଖଳା ଏବଂ ସାଇବର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ପୋଲିସ କହିଛି ଯେ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଅଧିକ ଏହି ଘଟଣାର ଆହୁରି ଅନେକ ଖୁଲାସା ହେବାର ସମ୍ଭାବନା ଅଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
West Bengal CM Suvendu AdhikariSuvendu Adhikari bomb threatKolkata man arrestedWest Bengal CM threat emailHasnain Iqbal arrestAl-Qaeda email hoaxKolkata cyber crime arrestBengal politician securitySuvendu Adhikari latest newsWho sent bomb threat to Suvendu AdhikariKolkata police arrest threat mail sendercyber cell tracks bomb threat email