Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - EVM କାଢ଼ିବାକୁ ମିଳିଲାନି ଚାବି; ଶେଷରେ ଭଙ୍ଗାହେଲା ଷ୍ଟ୍ରଙ୍ଗରୁମ୍ ତାଲା

Politics

EVM Strongroom Mystery / EVM କାଢ଼ିବାକୁ ମିଳିଲାନି ଚାବି; ଶେଷରେ ଭଙ୍ଗାହେଲା ଷ୍ଟ୍ରଙ୍ଗରୁମ୍ ତାଲା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
EVM କାଢ଼ିବାକୁ ମିଳିଲାନି ଚାବି; ଶେଷରେ ଭଙ୍ଗାହେଲା ଷ୍ଟ୍ରଙ୍ଗରୁମ୍ ତାଲା
Key Missing, Locks Broken

Key Points

ମତଗଣନା ପୂର୍ବରୁ ସାମ୍ନାକୁ ବଡ଼ ଗଡ଼ବଡ଼ । ଇଭିଏମ୍ ରଖା ଯାଇଥିବା ଷ୍ଟ୍ରଙ୍ଗରୁମ୍ ଖୋଲିବାକୁ ପ୍ରୟାସ କରାଯାଇଥିଲା । ହେଲେ ଅଧିକାରୀଙ୍କୁ ମିଳି ନଥିଲା ଚାବି । ଫଳରେ ବାଧ୍ୟ ହୋଇ ଅଧିକାରୀ ତାଲା ଭାଙ୍ଗି ଭିତରେ ପ୍ରବେଶ କରିଛନ୍ତି ।
ବେଙ୍ଗାଳୁରୁ: ସରିଥିଲା ପ୍ରସ୍ତୁତି, ପହଞ୍ଚି ସାରିଥିଲେ ଅଧିକାରୀ । ଭୋଟ୍ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଇଭିଏମ୍ କାଢ଼ିବା ଲାଗି ମିଳିଲାନି ଷ୍ଟ୍ରଙ୍ଗରୁମ୍ ଚାବି । ଆଜ୍ଞା ହଁ, ଭୋଟ୍ ଗଣତି ପାଇଁ ଇଭିଏମ୍ କଢ଼ାଯିବାକୁ ଯିବାବେଳେ ହଜି ଯାଇଛି ଷ୍ଟ୍ରଙ୍ଗରୁମ୍ ଚାବି ।

ଏଭଳି ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ରାଜ୍ୟର ୨ଟି ଆସନ ବାଗଲକୋଟ (୨୪) ଓ ଦାବଣଗେରେ ଦକ୍ଷିଣ (୧୦୭)ରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ୍ ଗଣତି ହେଉଛି । ହେଲେ ଗଣତି ପୂର୍ବରୁ ହଜି ଯାଇଥିଲା ଷ୍ଟ୍ରଙ୍ଗରୁମ୍ ଚାବି ।

ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ୧୦୦ ତଳକୁ ଖସିଲା TMC; ପାଣିହାତୀରେ ରତ୍ନା ଆଗରେ 

ଦାବଣଗେରେ ଦକ୍ଷିଣ ଆସନରେ ଆଜି ମତଗଣନା ପୂର୍ବରୁ ସାମ୍ନାକୁ ଆସିଥିଲା ବଡ଼ ଗଡ଼ବଡ଼ । ଡିଆର୍‌ର୍ ସ୍କୁଲ୍ ସ୍ଥିତ କାଉଣ୍ଟିଂ ସେଣ୍ଟରରେ ନିର୍ବାଚନ ଅଧିକାରୀ, ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଇଭିଏମ୍ ରଖା ଯାଇଥିବା ଷ୍ଟ୍ରଙ୍ଗରୁମ୍ ଖୋଲିବାକୁ ପ୍ରୟାସ କରାଯାଇଥିଲା ।

ହେଲେ ଅଧିକାରୀଙ୍କୁ ମିଳି ନଥିଲା ଚାବି । ଅଧିକାରୀଙ୍କ ପାଖରେ ଥିବା ଚାବି, ତାଲାରେ ମେଳ ଖାଇ ନଥିଲା । ଫଳରେ ବାଧ୍ୟ ହୋଇ ଅଧିକାରୀ ତାଲା ଭାଙ୍ଗି ଭିତରେ ପ୍ରବେଶ କରିଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଭିଏମ୍ ଥିବା ଷ୍ଟ୍ରଙ୍ଗରୁମ୍ ତାଲା ଭଙ୍ଗାଯିବା ପରେ ଭୋଟ୍ ଗଣତି କେନ୍ଦ୍ରରେ ଏକ ପ୍ରକାର ହଇଚଇ ଦେଖିବାକୁ ମିଳିଛି । ଷ୍ଟ୍ରଙ୍ଗରୁମ୍ ଖୋଲିବା ବେଳେ ଏକାଧିକ ଅଧିକାରୀ ଉପସ୍ଥିତ ଥିଲେ । ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଏବଂ ଏସ୍‌ପି ଥିଲେ ।

ଏଥିସହ ପଢ଼ନ୍ତୁ: TVK ଯାଦୁ ଆଗରେ DMK ଫିକା; ତାମିଲନାଡ଼ୁରେ ହୋଇପାରେ ଝୁଲା ବିଧାନସଭା 

ଭଙ୍ଗାହେଲା ଷ୍ଟ୍ରଙ୍ଗରୁମ୍‌ର ୪ ତାଲା

ଷ୍ଟ୍ରଙ୍ଗରୁମ୍ ଖୋଲିବା ଲାଗି ତାଲା ସହ ଚାବି ମେଳ ଖାଇ ନଥିଲା । ବହୁବାର ଚେଷ୍ଟା ପରେ ତାଲା ନ ଖୋଲିବାରୁ ଷ୍ଟ୍ରଙ୍ଗରୁମ୍‌ରେ ପଡ଼ିଥିବା ୪ଟି ତାଲାକୁ ଭାଙ୍ଗି ଦିଆଯାଇ ଇଭିଏମ୍ କଢ଼ା ଯାଇଥିଲା । ଫଳରେ ଭୋଟ୍ ଗଣତି ସକାଳ ୮ଟା ପରିବର୍ତ୍ତେ ସାଢ଼େ ୮ଟାରେ ଆରମ୍ଭ ହୋଇଛି ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ବାଗଲକୋଟ (୨୪) ଓ ଦାବଣଗେରେ ଦକ୍ଷିଣ (୧୦୭) ଆସନରେ ଯଥାକ୍ରମେ ୬୮.୭୪ ପ୍ରତିଶତ ଏବଂ ୬୮.୪୩ ପ୍ରତିଶତ ମତଦାନ ହୋଇଛି । ଏହି ଉପନିର୍ବାଚନ ଫଳାଫଳ କର୍ଣ୍ଣାଟକ ସରକାରଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
EVM Strongroom Key Missing: Lock Broken Before Counting in Karnataka | Argus News | Argus News