Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମବଙ୍ଗ ଫାଲ୍ଟା ଆସନରେ ହେବ ପୁନଃ ମତଦାନ; ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

Politics

West Bengal Elections / ପଶ୍ଚିମବଙ୍ଗ ଫାଲ୍ଟା ଆସନରେ ହେବ ପୁନଃ ମତଦାନ; ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପଶ୍ଚିମବଙ୍ଗ ଫାଲ୍ଟା ଆସନରେ ହେବ ପୁନଃ ମତଦାନ; ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ
Repoll Announced for Falta Seat

Key Points

ଫାଲ୍ଟାର ସମସ୍ତ ୨୮୫ଟି ବୁଥ୍‌ରେ ମେ ୨୧ ତାରିଖରେ ପୁନଃ ଭୋଟ୍ ଗ୍ରହଣ କରାଯିବ । ଯାହାର ଫଳାଫଳ ମେ ୨୪ ତାରିଖରେ ଗଣତି କରାଯାଇ ପ୍ରକାଶ ପାଇବ ।
କୋଲକାତା: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ବେଳେ ଇଭିଏମ୍‌ରେ ଲୁଚାଇ ଦିଆ ଯାଇଥିଲା ବିଜେପିର ପଦ୍ମ ଚିହ୍ନ । ଏବେ ୨୮୫ ମତଦାନ କେନ୍ଦ୍ରରେ ହେବ ସାନି ମତଦାନ । ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭାର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ପୁନଃ ଭୋଟ୍ ଗ୍ରହଣ କରାଯିବ । ଏନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଫାଲ୍ଟାର ସମସ୍ତ ୨୮୫ଟି ବୁଥ୍‌ରେ ମେ ୨୧ ତାରିଖରେ ପୁନଃ ଭୋଟ୍ ଗ୍ରହଣ କରାଯିବ । ଯାହାର ଫଳାଫଳ ମେ ୨୪ ତାରିଖରେ ଗଣତି କରାଯାଇ ପ୍ରକାଶ ପାଇବ । ୧୪୪ ନମ୍ବର ବିଧାନସଭା ଆସନ ଫାଲ୍ଟାରେ ଏପ୍ରିଲ୍ ୨୯ରେ ଭୋଟ୍ ଗ୍ରହଣ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଶେଷ ହେଲା ପୁନଃ ମତଦାନ; ଟିଏମସି ଧମକ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ 

ତେବେ ଫାଲ୍ଟା ବିଧାନସଭାର ଅନେକ ବୁଥ୍‌ରେ ମତଦାନ ବେଳେ ଅନେକ ବିସଙ୍ଗତି ଦେଖିବାକୁ ମିଳିଥିଲା । ଯାହା ପରେ ନିର୍ବାଚନ ଆୟୋଗ ଫାଲ୍ଟା ବିଧାନସଭାର ସମସ୍ତ ବୁଥ୍‌ରେ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମେ ୨୧ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ।


ମେ ୪ରେ ୨୯୩ ଆସନରେ ଗଣତି

ପଶ୍ଚିମବଙ୍ଗର ମୋଟ ୨୯୪ଟି ଆସନ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ସରିଛି । ଆସନ୍ତା ୪ ତାରିଖରେ ମତ ଗଣନା ହେବ । ଭୋଟ୍ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ୧୪୪ ନମ୍ବର ବିଧାନସଭା ଆସନ ଫାଲ୍ଟାରେ ପୁନଃ ମତଦାନ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ୪ ତାରିଖରେ ୨୯୩ ବିଧାନସଭା ଆସନର ଭୋଟ୍ ଗଣତି କରାଯିବ ।

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଆସୁଛି ଫାଲ୍ଟା ବିଧାନସଭା କ୍ଷେତ୍ର । ଏଠାରେ ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୨୯ରେ ଭୋଟ୍ ଗ୍ରହଣ ହୋଇଥିଲା । ତେବେ ଅନିୟମିତତା ପାଇଁ ଫାଲ୍ଟାର ୩୦ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକ ସୁପାରିସ୍ କରିଥିଲେ । ଏବେ ଆୟୋଗ ସମସ୍ତ ବୁଥ୍‌ରେ ପୁନଃ ମତଦାନ କରିବାକ ନିଷ୍ପତ୍ତି ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: ନିର୍ବାଚନୀ ପ୍ରସଙ୍ଗରେ ଦିଦିଙ୍କୁ ସୁପ୍ରିମ ଝଟକା; କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରିଥିଲେ 

ସେପଟେ (ମେ ୨) ଶନିବାର ପଶ୍ଚିମବଙ୍ଗର ପଶ୍ଚିମବଙ୍ଗର ମଗରାହାଟ ପଶ୍ଚିମ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନମଣ୍ଡଳୀର ୧୫ ବୁଥ୍ ରେ ପୁନଃ ମତଦାନ ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମଗରାହାଟ ପଶ୍ଚିମ ଆସନରେ ୭୨.୫୦ ପ୍ରତିଶତ ଏବଂ ଡାଇମଣ୍ଡ ହାର୍ବର ଆସନରେ ୭୨.୩୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ମୋଟ ମତଦାନ ପ୍ରତିଶତ ୭୨.୪୩ ରହିଥିବାର ରେକର୍ଡ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Repoll Ordered in Falta Assembly Seat: Election Commission Decision | Argus News | Argus News