Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶେଷ ହେଲା ପୁନଃ ମତଦାନ; ଟିଏମସି ଧମକ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

Politics

West Bengal Repoll 2026 / ଶେଷ ହେଲା ପୁନଃ ମତଦାନ; ଟିଏମସି ଧମକ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଶେଷ ହେଲା ପୁନଃ ମତଦାନ; ଟିଏମସି ଧମକ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ
West Bengal Repoll 2026

Key Points

ସୁରକ୍ଷାଗତ କାରଣ ଏବଂ ଟିଏମସି ଧମକକୁ ନେଇ ସ୍ଥାନୀୟ ବାସିନ୍ଦା ଜୋରଦାର ବିରୋଧ କରିଥିଲେ। ଯାହା ପରେ ପଶ୍ଚିମବଙ୍ଗର ଫାଲଟା ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀର ଯବାନଙ୍କୁ ମୁତୟନ କରାଯାଇଥିଲା।
West Bengal Assembly Election Repoll 2026: ବହୁ ଛକାପଞ୍ଝା ଏବଂ ବାଦ ବିବାଦ ଶେଷ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପୁନଃ ମତଦାନ। ଶନିବାର (ମେ ୨) ରାଜ୍ୟର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ୧୫ ବୁଥ୍ ରେ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ମତଦାନ ତାଲିଥିବା ବେଳେ ଶାସକ ଟିଏମସି କର୍ମୀଙ୍କ ଦ୍ୱାରା ଧମକ ଚମକ ଦିଆ ଯାଇଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ଜିଲ୍ଲାର ଫାଲଟା ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏପରିକି ଟିଏମସି କର୍ମୀଙ୍କ ଦାଦାଗିରି ବିରୋଧରେ ଲୋକେ ମତଦାନ ଚାଲିଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଥିଲେ।

ଏପରିକି ଫାଲଟା ଅଞ୍ଚଳର ମତଦାତା ପୁନର୍ବାର ମତଦାନ କରିବାକୁ ଦାବି କରିଥିଲେ। ସେମାନେ ଅଭିଯୋଗ ଆଣିଛନ୍ତି ଯେ ସେମାନଙ୍କୁ ଟିଏମସି ସମର୍ଥକ ଧମକ ଚମକ ଦେଉଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ସେମାନେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ମୁତୟନ କରିବାକୁ ମଧ୍ୟ ଦାବି କରିଥିଲେ। ଲୋକଙ୍କ ଦାବି କ୍ରମେ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଥିଲା। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ରାପିଡ ଆକ୍ସନ ଫୋର୍ସ (ଆରଏଏଫ) ଯବାନଙ୍କୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଥିଲା।

ଏହା ସହ ପଢନ୍ତୁ: ଇଭିଏମ ଯାଞ୍ଚ ପରେ ହୋଇପାରେ ପୁନର୍ବାର ମତଦାନ! ନିର୍ଦ୍ଦେଶ ଦେଲେ ନିର୍ବାତନ ଆୟୋଗ

ଅନେକ ମହିଳାଙ୍କ ସମେତ ସ୍ଥାନୀୟ ଲୋକେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ। ଧମକ ଚମକ ଦେଇଥିବା ଟିଏମସି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ସ୍ଥାନୀୟ ଅଞ୍ଚଳର ଟିଏମସି ନେତା ଇସ୍ରାଫିଲ ଚୌକିଦାର ବିରୋଧରେ ଅଭିଯୋଗ ଆଣି ଜଣେ ମହିଳା କହିଛନ୍ତି ଯେ ସେମାନେ ଆମକୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି। ଆଉ ଧମକ ଦେଇଛନ୍ତି ଯଦି ସେମାନେ (ଟିଏମସି) ନିର୍ବାଚନ ଜିତନ୍ତି ତାହେଲେ ସେମାନେ ଆମର ଘର ଦ୍ୱାର ଜାଳିଦେବେ।

ଅନ୍ୟ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ସେମାନେ ଶାସକ ଦଳକୁ ସମର୍ଥନ କରିବା ସତ୍ତ୍ୱେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା। ଆମେ ଟିଏମସିକୁ ଭୋଟ ଦେଇଥିଲୁ।, ତଥାପି ସେମାନେ ଆମ ଉପରେ ଆକ୍ରମଣ କରିଥିଲେ। ଆମେ ଚାହୁଁଛୁ ଯେ ଟିଏମସି ନେତା ଇସ୍ରାଫିଲ ଚୌକିଦାରକୁ ଗିରଫ କରାଯାଉ। ଆମକୁ ସୁରକ୍ଷା ଦରକାର। ଅନ୍ୟ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ଜଣେ ସ୍ଥାନୀୟ ଟିଏମସି ନେତା ପୁରା ଦଳ ବଳ ସହ ଗାଁରେ ପହଞ୍ଚି ଲୋକଙ୍କ ଧମକ ଚମକ ଦେଇଥିଲେ।

ପଶ୍ଚିମବଙ୍ଗର ମଗରାହାଟ ପଶ୍ଚିମ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନମଣ୍ଡଳୀର ୧୫ ବୁଥ୍ ରେ ପୁନଃ ମତଦାନ ଅନୁଷ୍ଠିତ ହୋଇଥିଲା। କାରଣ ଗତ ୨୯ ତାରିଖରେ ଏହି ଆସନ ଦ୍ୱୟରେ ଭୋଟିଂ ଚାଲିଥିବା ବେଳେ ଗଣ୍ଡଗୋଳ ଏବଂ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ଆସିଥିଲା। ଯାହା ପରେ ନିର୍ବାଚନ ଆୟୋଗ ପୁନର୍ବାର ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ

ଏହା ସହ ପଢନ୍ତୁ: ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ

ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମଗରାହାଟ ପଶ୍ଚିମ ଆସନରେ ୭୨.୫୦ ପ୍ରତିଶତ ଏବଂ ଡାଇମଣ୍ଡ ହାର୍ବର ଆସନରେ ୭୨.୩୬ ପ୍ରତିଶତ ମତଦାନ ହୋଇଛି। ମୋଟ ମତଦାନ ପ୍ରତିଶତ ୭୨.୪୩ ରହିଥିବାର ରେକର୍ଡ କରାଯାଇଛି। ଆସନ୍ତା ୪ ତାରଖରେ (ସୋମବାର) ପ୍ରକାଶ ପାଇବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ। ଶାନ୍ତିପୂର୍ଣ୍ଣ ଏବଂ ସୁଗମ ଭୋଟ ଗଣନାକୁ ସୁନିଶ୍ଚିତ କରିବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive Protest in Falta: Locals Allege TMC Violence and Arson Threats | Argus News