Jorhat Seat Result / ଜୋରାହାଟରେ ରୋଚକ ଫଳ; ଲୋକସଭା ନିର୍ବାଚନରେ ଜିତିଥିଲେ, ବିଧାନସଭା ନିର୍ବାଚନରେ ହାରିଲେ
·4 months ago·3 min read

Key Points
ଆସାମର ଅନ୍ୟତମ ହାଇପ୍ରୋଫାଇଲ ଆସନ ଜୋରାହାଟ
ଜୋରାହାଟରୁ କଂଗ୍ରେସକୁ ବଡ଼ ଝଟକା, ହାରିଲେ ଗୌରବ
ଜୋରାହାଟରୁ କଂଗ୍ରେସକୁ ବଡ଼ ଝଟକା, ହାରିଲେ ଗୌରବ
ଆସାମରେ ଆସିଲା ନିର୍ବାଚନୀ ଫଳ । ମାଟି କାମୁଡିଲେ ରାଜ୍ୟ କଂଗ୍ରେସ ମୁଖିଆ । ରାଜ୍ୟର ଅନ୍ୟତମ ହାଇପ୍ରୋଫାଇଲ ଆସନ ଜୋରାହାଟରୁ ବିଜେପି ପ୍ରାର୍ଥୀଙ୍କଠାରୁ ହାରିଛନ୍ତି ଆସାମ କଂଗ୍ରେସ ରାଜ୍ୟ ସଭାପତି ଗୌରବ ଗୋଗୋଇ । ବିଜେପିର ହିତେନ୍ଦ୍ର ନାଥ ଗୋସ୍ଵାମୀଙ୍କଠାରୁ ସେ ୨୩ ହଜାରରୁ ଅଧିକ ଭୋଟରେ ହାରିଛନ୍ତି । ଆସାମରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କୁହାଯାଉଥିବା ଗୋଗେଇଙ୍କ ହାର ପରେ ଆସାମ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ସବୁଠୁ ବଡ଼ କଥା ହେଉଛି ଗୌରବ ଗୋଗୋଇ ଲୋକସଭା ନିର୍ବାଚନରେ ଜୋରାହାଟରୁ ଜିତି ସ୍ଥାନୀୟ ସାଂସଦ ଥିବାବେଳେ ବିଧାନସଭା ନିର୍ବାଚନରେ ଜୋରାହାଟରୁ ମାଟି କାମୁଡିିଛନ୍ତି ।
ପଢନ୍ତୁ ଏହି ଖବର: ଜାଲୁକବାରିରେ ଲିଡ୍ କରୁଛନ୍ତି ହିମନ୍ତ; ଜାରି ରହିବ କି ୨୫ ବର୍ଷର ବିଜୟ ଧାରା ?
- କଂଗ୍ରେସକୁ ଗୌରବ ଝଟକା
- ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଥିଲେ
ପଢନ୍ତୁ ଏହି ଖବର: ଜାଲୁକବାରିରେ ଲିଡ୍ କରୁଛନ୍ତି ହିମନ୍ତ; ଜାରି ରହିବ କି ୨୫ ବର୍ଷର ବିଜୟ ଧାରା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉ କି, ୯ ଏପ୍ରିଲରେ ଆସାମରେ ବିଧାନସଭା ନିର୍ବାଚନ ପାଇଁ ପଡ଼ିଥିଲା ଭୋଟ୍ । ରାଜ୍ୟରେ ପରାୟ ୨.୫୦ କୋଟିରୁ ଧିକ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ୮୫.୯୬% ମତଦାନ କରିଥିଲେ । ଏଥର ନିର୍ବାଚନ ମୈଦାନରେ ମୋଟ ୭୨୨ ଜଣ ପ୍ରାର୍ଥୀ ଥିଲେ, ଯେଉଁଥିରେ ୫୯ ମହିଳା ପ୍ରାର୍ଥୀ ସାମିଲ । କଂଗ୍ରେସ ସବୁଠାରୁ ଅଧିକ ୯୯ ପ୍ରାର୍ଥୀ ଦେଇଥିଲା ଏବଂ ଶାସକ ଦଳ ବିଜେପି ୯୦ ପ୍ରାର୍ଥୀ ଦେଇଥିଲା । ଅନ୍ୟପଟେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ୩୦ ଆସନରେ ନିର୍ବାଚନ ଲଢିଥିଲା ।
ପଢନ୍ତୁ ଏହି ଖବର: ଆସାମରେ ହ୍ୟାଟ୍ରିକ୍ ବିଜୟ ମାରିବ କି ବିଜେପି ? ପ୍ରାରମ୍ଭିକ ଟ୍ରେଣ୍ଡରେ ୯୯ ଆସନରେ ଆଗୁଆ
ପଢନ୍ତୁ ଏହି ଖବର: ଆସାମରେ ହ୍ୟାଟ୍ରିକ୍ ବିଜୟ ମାରିବ କି ବିଜେପି ? ପ୍ରାରମ୍ଭିକ ଟ୍ରେଣ୍ଡରେ ୯୯ ଆସନରେ ଆଗୁଆ
- ଏହି ନେତାଙ୍କୁ ଦେଖିଛି ଜୋରାହାଟ
Related Topics
Explore more stories