Gandhinagar MC Election Result 2026 / ଗାନ୍ଧୀନଗର ନଗର ନିଗମ ନିର୍ବାଚନରେ ବିଜୟ ବାନା ଉଡ଼ାଇଲା ବିଜେପି; ପଛରେ ପଡ଼ିଗଲା କଂଗ୍ରେସ
·1 hour ago·2 min read

Key Points
ବିଜେପି ଗୁଜରାଟର ଗାନ୍ଧୀନଗର, ଥରା ଏବଂ ଓଖା ନଗର ନିଗମ ଦଖଲ କରିଛି। ବିଜେପି ଗାନ୍ଧୀନଗରରେ ୩୮, ଥରାରେ ୧୯ ଏବଂ ଓଖାରେ ୩୩ ଆସନ ଜିତିଛି।
ଗୁଜରାଟରେ ଅନୁଷ୍ଠିତ ହୋଇଥିବା ପୌର ଉପନିର୍ବାଚନରେ ଫୁଟିଛି ପଦ୍ମ। ଗାନ୍ଧୀନଗର ନଗର ନିଗମ, ଥରା ଏବଂ ଓଖା ପୌରପାଳିକାରେ ସକାଳ ୯ ଘଟିକାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗାନ୍ଧୀନଗର ନଗର ନିଗମର ମୋଟ ୪୪ ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି। ଏହି ନଗର ନିଗମରେ ବିଜେପି ୩୮, କଂଗ୍ରେସ ୫ ଆସନ ପାଇଛନ୍ତି। ହେଲେ ଆମ ଆଦମୀ ପାର୍ଟି (ଆପ୍) ଖାତା ଖୋଲି ପାରିନାହିଁ। ଜଣେ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି। କଂଗ୍ରେସ ଯେଉଁ ଚାରୋଟି ଆସନରେ ଜିତିଥିଲା ସେଠାରେ ବିଜେପି ପୁନର୍ବାର ଭୋଟଗଣନା କରିବାକୁ ଦାବି କରିଛି।
ଏଠାରେ ଉଲ୍ଲେଖନୀୟ ଯେ ବିଗତ ୫ ବର୍ଷ ଧରି ଗାନ୍ଧୀନଗର ନଗର ନିଗମ ବିଜେପି ଦଖଲରେ ରହିଛି। ଏଥର ମୁଖ୍ୟ ପ୍ରତିଯୋଗିତା ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ହୋଇଥିଲା। ଥରା ନଗରପାଳିକାରେ ବିରୋଧି ଦଳ ପରାଜୟ ବରଣ କରିଛି। ବିଜେପି ୧୯ ଆସନ ଜିତିଛି, ଯେତେବେଳେ କଂଗ୍ରେସ ଭାଗରେ ୫ ଆସନ ପଡ଼ିଛି। ଓଖା ପୌର ପାଳିକାରେ ବିଜେପି ୩୩ ଆସନ ଜିତିଥିଲା। ଅନ୍ୟପଟେ କଂଗ୍ରେସ କେବଳ ତିନୋଟି ଆସନରେ ବିଜୟୀ ହୋଇଥିଲା।
ଏହା ସହ ପଢନ୍ତୁ: କେରଳମ୍ ରେ ବିଜୟ ବାନା ଉଡ଼ାଇଲା ଏବିଭିପି; ଏସଏଫଆଇ କୁ ପରାସ୍ତ କରି ହାତେଇଲା ୧୨ ପଦ
୧୧ ୱାର୍ଡର ସମସ୍ତ ୪୪ ଆସନ ପାଇଁ ଅନୁଷ୍ଠିତ ହୋଇଥିଲା ନିର୍ବାଚନ
ଗାନ୍ଧୀନଗର ନଗର ନିଗମ ନିର୍ବାଚନ ୧୧ ୱାର୍ଡର ସମସ୍ତ ୪୪ ଆସନ ପାଇଁ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୩୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ପୌରସଂସ୍ଥାର ପ୍ରାୟ ୨.୫୯ ଲକ୍ଷ ଭୋଟର ଅଛନ୍ତି। ଯେତେବେଳେ ୨୦୨୧ ଅକ୍ଟୋବର ମାସରେ ଗାନ୍ଧୀନଗର ନଗର ନିଗମରେ ଶେଷ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ବିଜେପି ୪୪ ଆସନ ମଧ୍ୟରୁ ୪୧ ଆସନରେ ବିଜୟୀ ହୋଇଥିଲା। ଅନ୍ୟପଟେ କଂଗ୍ରେସ ୨ ଏବଂ ଆପ୍ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଦେବଭୂମି ଦ୍ୱାରକା ଜିଲ୍ଲାର ଓଖା ପୌରପାଳିକାର ୯ ୱାର୍ଡର ୩୨ ଆସନ ପାଇଁ ଭୋଟ ଗଣତି ଚାଲିଛି। ଯେଉଁଥିରେ ଚାରିଟି ଆସନରେ ପ୍ରାର୍ଥୀ ନିର୍ବିରୋଧରେ ଜିତିଛନ୍ତି। ଅବଶିଷ୍ଟ ଆସନ ପାଇଁ ମୋଟ ୭୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନସକଣ୍ଠା ଜିଲ୍ଲାର ଥରା ପୌର ପାଳିକାରରେ ଜାରି ରହିଛି ଭୋଟ ଗଣତି
ବନସକାଣ୍ଠା ଜିଲ୍ଲାର ଥରା ପୌରପାଳିକାର ୬ ୱାର୍ଡର ୨୪ ଆସନ ପାଇଁ ଭୋଟ ଗଣତି କରାଯାଉଛି। ଯେଉଁଠାରେ ୫୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଗାନ୍ଧୀନଗରରେ ମତଦାନ ହାର ୫୯.୨୫%, ଥରାରେ ୮୧.୧୮% ଏବଂ ଓଖାରେ ୬୩.୨୭% ମତଦାନ ହୋଇଥିଲା। ରାଜ୍ୟ ନିର୍ବାଚନ କମିଶନର ଯୁଗ୍ମ କମିଶନର ଏନ.କେ. ଡାମୋର ମତଦାନ ପରେ କହିଥିଲେ ଯେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଛି।
ଗୁଜୁରାଟର ବିଭିନ୍ନ ଜିଲ୍ଲା ଏବଂ ତାଲୁକା ପଞ୍ଚାୟତ ଆସନ ବ୍ୟତୀତ, ଖେରାଲୁ, ଛୋଟା ଉଦୟପୁର ଏବଂ ବାୟାଡ ପୌରପାଳିକାରେ ଗୋଟିଏ ଲେଖାଏଁ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ଆସନ ପାଇଁ ମଧ୍ୟ ମତଗଣନା ଚାଲିଛି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ବ୍ୟବହାର କରି ନିର୍ବାଚନ କରାଯାଇଥିଲା।

Related Topics
Explore more stories