BJP Clean Sweep / ଗୁଜରାଟର ସମସ୍ତ ୧୫ ମହାନଗର ନିଗମ ହାତେଇଲା ବିଜେପି
·1 day ago·2 min read

Key Points
ଗୁଜରାଟରେ ହୋଇଥିବା ସମସ୍ତ ମହାନଗର ନିଗମରେ ବିଜୟୀ ହୋଇଛି ବିଜେପି । ରାଜକୋଟ, ଭଦୋଦରା ଓ ଅହମଦାବାଦ ସମେତ ସମସ୍ତ ୧୫ଟି ମହାନଗର ନିଗମରେ ବିଜେପି ଜିତିଛି ।
ଗାନ୍ଧୀନଗର: ମହାନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତ୍ । ଗୁଜରାଟରେ ହୋଇଥିବା ସମସ୍ତ ମହାନଗର ନିଗମରେ ବିଜୟୀ ହୋଇଛି ବିଜେପି । ରାଜକୋଟ, ଭଦୋଦରା ଓ ଅହମଦାବାଦ ସମେତ ସମସ୍ତ ୧୫ଟି ମହାନଗର ନିଗମରେ ବିଜେପି ଜିତିଛି ।
ବିଜେପିର ଐତିହାସିକ ବିଜୟ ପରେ ଅହମଦାବାଦରେ ଆୟୋଜିତ ହୋଇଛି ବିଜୟ ଉତ୍ସବ । ଯେଉଁଥିରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘବୀ ଓ ରାଜ୍ୟ ବିଜେପି ସଭାପତି ଜଗଦୀଶ ବିଶ୍ଵକର୍ମା ସାମିଲ୍ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: 'ପାଣ୍ଡିଆନ BJDରେ ରହିବା କଥା ଉଠିଲେ, ମୁଁ ପ୍ରଥମେ ଦଳ ଛାଡ଼ିବି': ବଦ୍ରି ପାତ୍ର
ଅହମଦାବାଦ ମହାନଗର ନିଗମର ୧୯୨ ଆସନ ମଧ୍ୟରୁ ବିଜେପି ଏକାକୀ ୧୪୬ଟି ଅକ୍ତିଆର୍ କରିଛି । ଏଠି କଂଗ୍ରେସ ମାତ୍ର ୧୮ଟି ଆସନ ଜିତିବାରେ ସକ୍ଷମ ହୋଇଛି । ସେପଟେ ସୁରଟରେ ଗତ ନିର୍ବାଚନରେ ୨୭ଟି ଆସନ ଅକ୍ତିଆର୍ କରିଥିବା ଆମ୍ ଆଦମୀ ପାର୍ଟିକୁ ମାତ୍ର ୪ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଗୁଜରାଟର ୧୫ଟି ମହାନଗର ନିଗମରେ ବିଜେପିର ବିପୁଳ ବିଜୟ ହୋଇଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଗୁଜରାଟରେ ବିଜେପିର ବଡ଼ ପରିବାରକୁ ଶୁଭେଚ୍ଛା । ବିଜୟ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମକୁ ଧନ୍ୟବାଦ । ବିଜେପି ସବୁବେଳେ ଲୋକଙ୍କ ସହ, ଲୋକଙ୍କ ସମସ୍ୟା ଅଛି । ସେଥିପାଇଁ ଆମ ଦଳକୁ ଲୋକେ ପୁଣି ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି ।"
ଏଥିସହ ପଢ଼ନ୍ତୁ: ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ
ରାଜକୋଟ ମହାନଗର ନିଗମର ୭୨ଟି ଆସନରୁ ବିଜେପି ୬୫ଟି ଆସନରେ ପ୍ରଚଣ୍ଡ ବିଜୟ ହାସଲ କରିଛି । ଏଠି କଂଗ୍ରେସ ମାତ୍ର ୭ଟି ଆସନ ହାତେଇବାରେ ସକ୍ଷମ ହୋଇଛି । ଭଦୋଦରାର ୭୬ଟି ଆସନରୁ ୪୯ଟିରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ମିଳିଛି ୬ଟି ଆସନ ।
ଗୁଜରାଟର ମହାନଗର ନିଗମ ନିର୍ବାଚନରେ ବିଜେପି ବାଜିମାତ୍ କରିଛି । ୧୫ଟି ମହାନଗର ନିଗମରେ ରେକର୍ଡ ବିଜୟ ହାସଲ କରିଛି । କଂଗ୍ରେସ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା ।

The bond between Gujarat and the BJP gets even stronger!
— Narendra Modi (@narendramodi) April 28, 2026
Gratitude to the people of Gujarat for a sweeping mandate in the Mahanagarpalika, Nagarpalika, Taluka Panchayat and Zilla Panchayat elections held across the state. The people have voted for politics of good governance,…
ଗୁଜରାଟର ୧୫ଟି ମହାନଗର ନିଗମରେ ବିଜେପିର ବିପୁଳ ବିଜୟ ହୋଇଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଗୁଜରାଟରେ ବିଜେପିର ବଡ଼ ପରିବାରକୁ ଶୁଭେଚ୍ଛା । ବିଜୟ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମକୁ ଧନ୍ୟବାଦ । ବିଜେପି ସବୁବେଳେ ଲୋକଙ୍କ ସହ, ଲୋକଙ୍କ ସମସ୍ୟା ଅଛି । ସେଥିପାଇଁ ଆମ ଦଳକୁ ଲୋକେ ପୁଣି ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି ।"
ଏଥିସହ ପଢ଼ନ୍ତୁ: ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ
ରାଜକୋଟ ମହାନଗର ନିଗମର ୭୨ଟି ଆସନରୁ ବିଜେପି ୬୫ଟି ଆସନରେ ପ୍ରଚଣ୍ଡ ବିଜୟ ହାସଲ କରିଛି । ଏଠି କଂଗ୍ରେସ ମାତ୍ର ୭ଟି ଆସନ ହାତେଇବାରେ ସକ୍ଷମ ହୋଇଛି । ଭଦୋଦରାର ୭୬ଟି ଆସନରୁ ୪୯ଟିରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ମିଳିଛି ୬ଟି ଆସନ ।
ଗୁଜରାଟର ମହାନଗର ନିଗମ ନିର୍ବାଚନରେ ବିଜେପି ବାଜିମାତ୍ କରିଛି । ୧୫ଟି ମହାନଗର ନିଗମରେ ରେକର୍ଡ ବିଜୟ ହାସଲ କରିଛି । କଂଗ୍ରେସ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories