OP Rajbhar Taunt / ଅଖିଲେଶଙ୍କୁ ରାଜଭରଙ୍କ କଟାକ୍ଷ; 'ଆପଣକୁ ଶେଷ କରିଦେବେ ଅହୀର-ଜହୀର'
·49 mins ago·3 min read

Key Points
ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କହିଥିଲେ ଯେ କେବଳ ତାଙ୍କ ପାଖରେ ଥିବା ଲୋକ ରାଜନୈତିକ କ୍ଷତି ପହଞ୍ଚାଇ ପାରିବେ। ସେ ସପା ଦ୍ୱାର ବ୍ୟବହୃତ ନୀଳ ରଙ୍ଗର ଡ୍ରେସ କୋଡ୍, ଆଇନ ଶୃଙ୍ଖଳା ଏବଂ ୨୦୨୭ ନିର୍ବାଚନ ବିଷୟରେ ମଧ୍ୟ ମନ୍ତବ୍ୟ ଦେଇଥିଲେ।
୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାତି ଏବେ ଠାରୁ ଅନୁଭୂତ ହେଲାଣି। ହେଲେ ଏହା ପୂର୍ବରୁ ବିଭିନ୍ନ ଦଳ ମଧ୍ୟରେ ରାଜନୈତିକ ବୟାନବାଜିକୁ ନେଇ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏହିକ୍ରମରେ ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଏବଂ ସୁହଲଦେବ ଭାରତୀୟ ସମାଜ ପାର୍ଟି (SBSP) ମୁଖ୍ୟ ଓମ ପ୍ରକାଶ ରାଜଭର, ପୁନର୍ବାର ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କରିଛନ୍ତି ଟାର୍ଗେଟ। ଆଇନ ଶୃଙ୍ଖଳା, ଅପରାଧ ଏବଂ ଦଳର (ସପା) ସାମାଜିକ-ରାଜନୈତିକ ରଣନୀତିକୁ ଟାର୍ଗେଟ କରିଛନ୍ତି। ସାମ୍ପ୍ରତିକ ଅପରାଧିକ ଘଟଣା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ ରାଜଭର କହିଛନ୍ତି ଯେ ଅଖିଳେଶ ଯାଦବ ତାଙ୍କ ଦଳୀୟ ସମର୍ଥକ ଏବଂ କର୍ମକର୍ତ୍ତାଙ୍କ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନଚେତ୍ ୨୦୨୭ ବିଧାନସଭା ନିର୍ବାଚନରେ ତାଙ୍କୁ ରାଜନୈତିକ କ୍ଷତି ସହିବାକୁ ପଡ଼ିପାରେ। ସେ ସପା ଦ୍ୱାରା କରାଯାଉଥିବା ବହୁଜନ ରାଜନୀତି ଏବଂ ନୀଳ ପୋଷାକ ସଂହିତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
ସୋସିଆଲ ମିଡିଆରେ କରିଥିଲେ ଟାର୍ଗେଟ
ମନ୍ତ୍ରୀ ଓମ ପ୍ରକାଶ ରାଜଭର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ସମାଜବାଦୀ ପାର୍ଟି ଏବଂ ଏହାର ନେତୃତ୍ୱ ଉପରେ ଆକ୍ରମଣ କରିଛନ୍ତି। ମନ୍ତ୍ରୀ ଲେଖିଛନ୍ତି ଯେ ଅଖିଳେଶ ଯାଦବ ତାଙ୍କ "ଅହୀର" (ଯାଦବ) ଏବଂ "ଜହୀର" (ମୁସଲିମ୍) ସମର୍ଥକଙ୍କୁ ନିୟନ୍ତ୍ରଣ କରିବା ଆବଶ୍ୟକ। କାରଣ ସେମାନେ ରାଜନୈତିକ ଭାବରେ ସମାଜ ଏବଂ ତାଙ୍କ ଦଳକୁ କ୍ଷତି ପହଞ୍ଚାଉଛନ୍ତି। ମନ୍ତ୍ରୀ ଦାବି କରିଛନ୍ତି ଯେ ସାମ୍ପ୍ରତିକ ଘଟଣାକ୍ରମ ହେଉଛି ଏହାର ଏକ ଉଦାହରଣ। ବିରୋଧି ଦଳ ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ଉଚିତ।ଅପରାଧିକ ତତ୍ତ୍ୱଙ୍କୁ ରାଜନୈତିକ ସୁରକ୍ଷା ଯୋଗାଇ ଦେବାର ମାନସିକତା ରାଜ୍ୟ ପାଇଁ କ୍ଷତିକାରକ।
ଏହା ସହ ପଢନ୍ତୁ: 'ଲାଲ ଟୋପି ଛାଡି ନୀଳ ଟୋପି ଏବଂ କୁର୍ତ୍ତା ସିଲେଇ କର; ତଥାପି ସହ ସପା ଆସିବେ ନାହିଁ ଦଳିତ'
ନୀଳ ପୋଷାକ ପାଇଁ କଲେ କଟାକ୍ଷ
ମନ୍ତ୍ରୀ ରାଜଭର, ସମାଜବାଦୀ ପାର୍ଟି ଛାତ୍ର ସଙ୍ଗଠନ ଦ୍ୱାରା ନୀଳ ରଙ୍ଗର ଡ୍ରେସ କୋଡ୍ ଗ୍ରହଣ କରିବାକୁ ମଧ୍ୟ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ କେବଳ ନୀଳ ପୋଷାକ ପିନ୍ଧିବା ଦ୍ୱାରା କୌଣସି ଦଳ କିମ୍ବା ନେତାଙ୍କ ଚିନ୍ତାଧାରା ପରିବର୍ତ୍ତନ ହୁଏ ନାହିଁ। ରାଜ୍ୟରେ ସମାଜବାଦୀ ସରକାର କ୍ଷମତାସୀନ ରହିଥିବା ସମୟରେ, ବହୁଜନ ସମାଜର ମହାନ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ ଅନେକ ଯୋଜନା ବନ୍ଦ କରିଦେଇଛି। କେବଳ ପ୍ରତୀକ ମାଧ୍ୟମରେ ବହୁଜନ ସମାଜର ସମର୍ଥନ ହାସଲ କରାଯାଇ ପାରିବ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୭ ନିର୍ବାଚନକୁ ନେଇ ସପା ଉଦ୍ଦେଶ୍ୟରେ ଦେଲେ ଚେତାବନୀ
ମନ୍ତ୍ରୀ ରାଜଭର କହିଛନ୍ତି ଯେ ଯଦି ସପା ଏହାର ରଣନୀତି ପରିବର୍ତ୍ତନ ନକରେ, ତାହେଲେ ୨୦୨୭ ବିଧାନସଭା ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡ଼ିପାରେ। ସେ ଦାବି କରିଛନ୍ତି ଯେ ଏନଡିଏ ସରକାରଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ଅକ୍ଷୁର୍ଣ୍ଣ ରହିଛି। ବିକାଶ ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଜନ ସମର୍ଥନ ମିଳୁଛି। ବିରୋଧି ଯେକୌଣସି ରଙ୍ଗ କିମ୍ବା ରାଜନୈତିକ ରଣନୀତି ଗ୍ରହଣ କଲେ ମଧ୍ୟ, ଏହା ନିର୍ବାଚନୀ ଚିତ୍ରକୁ ପରିବର୍ତ୍ତନ କରିବ ନାହିଁ।
ଏହା ସହ ପଢନ୍ତୁ: ୧୮ ପ୍ରତିଶତ ଭୋଟ୍ ପାଇଁ ଏତେ ଭୟଭୀତ କାହିଁକି? ଅଖିଳେଶଙ୍କୁ ରାଜଭରଙ୍କ କଟାକ୍ଷ
ସପା ଉପରେ କଲେ ରାଜନୈତିକ କଟାକ୍ଷ
ମନ୍ତ୍ରୀ ରାଜଭର ତାଙ୍କ ବିବୃତ୍ତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ସପା ସରକାରଙ୍କ ଶାସନକାଳକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଜନସାଧାରଣ ପୂର୍ବ କାର୍ଯ୍ୟକାଳ ସମୟର ଘଟଣା ଏବଂ ବିବୃତ୍ତିକୁ ଭୁଲି ନାହାଁନ୍ତି। ରାଜ୍ୟର ଜନସାଧାରଣ ବର୍ତ୍ତମାନର ସରକାରଙ୍କ ନୀତି ସହିତ ଠିଆ ହୋଇଛନ୍ତି। ଆଗାମୀ ନିର୍ବାଚନରେ ମଧ୍ୟ ସମାନ ମାହୋଲ ଦେଖିବାକୁ ମିଳିବ।

Related Topics
Explore more stories