Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ନବାନ୍ନ' ନାଁ 'ରାଇଟର୍ସ ବିଲ୍ଡିଂ'? କେଉଁଠି ଶାସନ ଚଳାଇବେ ବିଜେପି ସରକାର?

Politics

Bengal New Power Centre / 'ନବାନ୍ନ' ନାଁ 'ରାଇଟର୍ସ ବିଲ୍ଡିଂ'? କେଉଁଠି ଶାସନ ଚଳାଇବେ ବିଜେପି ସରକାର?

Subhramjit Ray
Browse all articles by Subhramjit Ray
·2 hours ago·3 min read
'ନବାନ୍ନ' ନାଁ 'ରାଇଟର୍ସ ବିଲ୍ଡିଂ'? କେଉଁଠି ଶାସନ ଚଳାଇବେ ବିଜେପି ସରକାର?
Bengal New Power Centre

Key Points

ପଶ୍ଚିମବଙ୍ଗରେ କେବଳ ସରକାର ବଦଳିନାହିଁ ବରଂ କ୍ଷମତା କେନ୍ଦ୍ର ମଧ୍ୟ ବଦଳିବାକୁ ଯାଉଛି। ଗତ ୨୦୧୧ ରୁ ପ୍ରାୟ ୧୫ ବର୍ଷ ଧରି ଏପର୍ଯ୍ୟନ୍ତ ବଙ୍ଗ ସରକାରଙ୍କ ସଚିବାଳୟ "ନବାନ୍ନ" ଠାରୁ ପରିଚାଳିତ ହେଉଥିଲା। ହେଲେ ବିଜେପି ଏହାକୁ ଐତିହାସିକ "ରାଇଟର୍ସ ବିଲ୍ଡିଂ" ଭବନକୁ ସ୍ଥାନାନ୍ତର କରିବାକୁ ଚାହୁଁଛି।
Writers Building vs Nabanna: ପ୍ରାୟ ୧୫ ବର୍ଷ ପରେ ପଶ୍ଚିମବଙ୍ଗରେ ହୋଇଛି କ୍ଷମତା ପରିବର୍ତ୍ତନ। ରାଜ୍ୟରେ ପ୍ରଥମ ଥର ଲାଗି ବିଜେପି ସରକାର ଗଠନ ହେବାକୁ ଯାଉଛି। ସେହିପରି ଗତ ୨୦୧୧ ରୁ ୧୫ ବର୍ଷ ଧରି କ୍ଷମତାରେ ଥିବା ଟିଏମସି ଏବେ ମୁଖ୍ୟ ବିରୋଧି ଦଳ ଆସନରେ ବସିବ। ପ୍ରଥମ ଥର ପାଇଁ ପଶ୍ଚିବଙ୍ଗରେ ସରକାର ଗଠନ କରିବାକୁ ଯାଉଥିବା ବିଜେପି ଏବେ ରାଜ୍ୟର କ୍ଷମତା କେନ୍ଦ୍ରକୁ ମଧ୍ୟ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି। ଦଳର ନିକଟତମ ସୂତ୍ରରୁ ପ୍ରକାଶ ଯେ ନବଗଠିତ ସରକାର "ନବାନ୍ନା" ପରିବର୍ତ୍ତେ "ରାଇଟର୍ସ ବିଲ୍ଡିଂ" ଠାରୁ ପରିଚାଳିତ ହେବ। ଏ ସମ୍ପର୍କିତ ପ୍ରସ୍ତାବ ଦିଲ୍ଲୀର ହାଇକମାଣ୍ଡଙ୍କ ପାଖକୁ ପଠାଇଛି ରାଜ୍ୟ ବିଜେପି ନେତୃତ୍ୱ।

କ'ଣ ଚାହୁଁଛନ୍ତି ବଙ୍ଗର ନବ ନିର୍ବାଚିତ ବିଜେପି ବିଧାୟକ?
ପଶ୍ଚିମବଙ୍ଗର ନବ ନିର୍ବାଚିତ ବିଜେପି ବିଧାୟକ ଚାହୁଁଛନ୍ତି ଯେ ସମ୍ମାନଜନକ "ରାଇଟର୍ସ ବିଲ୍ଡିଂ" ଭବନ ବିଜେପି ସରକାରଙ୍କ ପରବର୍ତ୍ତୀ ସଚିବାଳୟ ହେଉ। ଏପରିକି ରାଜ୍ୟ ବିଜେପି ନେତୃବୃନ୍ଦ ଚାହୁଁଛନ୍ତି ଯେ ଦଳୀୟ ସରକାରଙ୍କ ଶାସନ କ୍ଷମତା କେନ୍ଦ୍ର ଏହି ଐତିହାସିକ ଭବନରୁ ପରିଚାଳିତ ହେବା ଦରକାର।

ହେଲେ ତଥାପି ରହିଛି ସମସ୍ୟା
ସମ୍ମାନଜନକ "ରାଇଟର୍ସ ବିଲ୍ଡିଂ" ଭବନକୁ ନବଗଠିତ ସରକାରଙ୍କ ସଚିବାଳୟ ଭାବେ ବ୍ୟବହାର କରିବାକୁ ନେଇ ଏକ ସମସ୍ୟା ଅଛି। କାରଣ ଏହି ଐତିହାସିକ ଭବନ ଦୀର୍ଘ ସମୟ ଧରି ବନ୍ଦ ରହିଛି। ଏହାର ନବୀକରଣ ପାଇଁ ଅତି କମରେ ୩ ମାସ ସମୟ ଲାଗିପାରେ। ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶାସକ ଦଳର ଦଳୀୟ ମହଲରେ ଆଲୋଚନା ଆରମ୍ଭ ହୋଇସାରିଛି।

ଏହା ସହ ପଢନ୍ତୁ: ସରକାର ଗଢିବ ବିଜେପି; ରାଜ୍ୟରେ ହେବ ଏହି ସବୁ ପରିବର୍ତ୍ତନ

କେଉଁଠୁ ପରିଚାଳିତ ହେଉଥିଲା ୧୫ ବର୍ଷର ଟିଏମସି ସରକାର?
ରାଜଧାନୀ କୋଲକାତା ମହାନଗରୀ ସ୍ଥିତ ଐତିହାସିକ "ରାଇଟର୍ସ ବିଲ୍ଡିଂ" ଭବନ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ସଚ୍ଚିବାଳୟ ଭାବେ କାର୍ଯ୍ୟ କରୁଥିଲା। ସ୍ୱାଧିନତା ପରବର୍ତ୍ତୀ ସମସ୍ତ ସରକାର ଏଠାରୁ ପରିଚାଳିତ ହେଉଥିଲା। ଗତ ୧୯୭୭ ମସିହାରୁ ୨୦୧୧ ପର୍ଯ୍ୟନ୍ତ ପ୍ରାୟ ୩୪ ବର୍ଷ ଧରି ରାଜ୍ୟକୁ ଶାସନ କରିଥିବା ବାମ ମୋର୍ଚ୍ଚା ସରକାରଙ୍କ ମୁଖ୍ୟ ସଚିବାଳୟ ଥିଲା ଏହି ଐତିହାସିକ ଭବନ। ହେଲେ ୨୦୧୧ ବିଧାନସଭା ନିର୍ବାଚନରେ ଟିଏମସି ବାଜିମାତ କରିବା ପରେ ମମତା ବାନାର୍ଜୀଙ୍କ ଟିଏମସି ସରକାର ରାଜ୍ୟ ସଚ୍ଚିବାଳୟକୁ "ରାଇଟର୍ସ ବିଲ୍ଡିଂ" ଠାରୁ "ନବାନ୍ନ" ଅଭିମୁଖେ ସ୍ଥାନାନ୍ତର କରିଥିଲା। ଗଙ୍ଗା ନଦୀ କୂଳରେ ଅବସ୍ଥିତ "ନବାନ୍ନ" ଗତ ୨୦୧୧ ରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୧୫ ବର୍ଷ ଧରି ରାଜ୍ୟରେ ଶାସନ ଚଳାଇଥିବା ଟିଏମସି ସରକାରଙ୍କ ମୁଖ୍ୟାଳୟ ରହିଥିଲା।

କ'ଣ ରହିଛି "ରାଇଟର୍ସ ବିଲ୍ଡି" ଇତିହାସ?
କୋଲକାତା ମହାନଗୀରରେ ଅବସ୍ଥିତ ଐତିହାସିକ "ରାଇଟର୍ସ ବିଲ୍ଡି" ହେଉଛି ପ୍ରାୟ ୨୫୦ ବର୍ଷ ପୁରୁଣା ଭବନ। ଗତ ୧୭୭୬ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ନିର୍ମିତ ଏହି ଭବନକୁ ଥମାସ୍ ଲିଅନ ଡିଜାଇନ୍ କରିଥିଲେ। କୁହାଯାଏ ଯେ ଏହି କୋଠାରେ ପ୍ରାରମ୍ଭରେ "ରାଇଟର୍ସ" ନାମରେ ଜଣାଶୁଣା କନିଷ୍ଠ ସ୍ତରୀୟ କର୍ମଚାରୀ ରହୁଥିଲେ। ଏହି କାରଣରୁ ଏହି କୋଠା "ରାଇଟର୍ସ ବିଲ୍ଡି" ନାମରେ ପରିଚିତ ହେଲା।

ଏହି କୋଠା ଗାଢ଼ ଲାଲ ରଙ୍ଗର ଏବଂ ଟେରାକୋଟା ଇଟାରେ ନିର୍ମିତ ହୋଇଥିଲା। ଯାହା ଏହାକୁ କୋଲକାତାର ଅନ୍ୟ ବ୍ରିଟିଶ ଯୁଗର ଭବନ ଠାରୁ ଭିନ୍ନ କରିଥାଏ। ଯାହାର ଉଚ୍ଚତା ପ୍ରାୟ ୧୫୦ ମିଟର ହୋଇଥିବା ଏହା ପ୍ରାୟ ୫୫୦୦୦ ବର୍ଗଫୁଟ କ୍ଷେତ୍ରଫଳରେ ପରିବ୍ୟାପ୍ତ ହୋଇଛି। ଏହା ପୂର୍ବେ ଇଷ୍ଟ ଇଣ୍ଡିଆ କମ୍ପାନୀ ମୁଖ୍ୟାଳୟ ଭାବେ କାର୍ଯ୍ୟ କରୁଥିଲା।ସମୟ ଅତିକ୍ରମ କରିବା ପାର୍ସୀ ଏବଂ ହିନ୍ଦୀ ଭଳି ଅନ୍ୟ ଭାଷାରେ ଲେଖକଙ୍କୁ ତାଲିମ ଦେବାର ଆବଶ୍ୟକତା ବଢ଼ିଲା। ଏହି ଭବନ ମଧ୍ୟରେ ଫୋର୍ଟ ୱିଲିୟମ୍ କଲେଜ ପ୍ରତିଷ୍ଠିତ ହୋଇଥିଲା। ଏକ ଛାତ୍ର ଛାତ୍ରାବାସ, ଏକ ବ୍ୟାଖ୍ୟାନ କକ୍ଷ, ଚାରୋଟି ପାଠାଗାର ଏବଂ ଏକ ପରୀକ୍ଷା କକ୍ଷ ନିର୍ମାଣ କରାଯାଇଥିଲା।

ଏହା ସହ ପଢନ୍ତୁ: 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!

ଏହା ସେତେବେଳର କୋଲକାତା ମହାନଗରୀର ପ୍ରଥମ ତିନି ମହଲା କୋଠା ଥିଲା। ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ୧୨୮ ଫୁଟ ଲମ୍ବା ବାରଣ୍ଡା ରହିଥିଲା। ଯେତେବେଳେ ବ୍ରିଟିଶ ସରକାର ବାରତ ବର୍ଷକୁ ସମ୍ପୂର୍ଣ୍ଣ ଭାବରେ ଦଖଲ କରିନେଲେ, ସେତେବେଳେ ଏହି କୋଠା ସଚିବାଳୟ ହୋଇଯାଇଥିଲା। ଏହି ଭବନ ମଧ୍ୟ ଅନେକ ଐତିହାସିକ ଘଟଣାର ସାକ୍ଷୀ ରହିଛି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ତିନି ଜଣ ବିପ୍ଳବୀ - ବେନୟ ବସୁ, ବାଦଲ ଗୁପ୍ତା ଏବଂ ଦିନେଶ ଗୁପ୍ତା - ଲେଫ୍ଟନାଣ୍ଟ କର୍ଣ୍ଣେଲ ସିମ୍ପସନଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଡେଲହାଉସି ସ୍କୋୟାର କୁ ଏହି ବିପ୍ଳବୀଙ୍କ ନାମରେ "ବିବିଡି ବାଗ" ନାମରେ ନାମିତ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's Bengal Plan: Shifting Power from Nabanna to Writers' Building | Argus News