Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମବଙ୍ଗରେ ଭାଙ୍ଗିବ TMC ଗଡ଼; ବିଜେପି ଏକାକୀ ସରକାର ଗଢ଼ିବା ନେଇ Exit Pollର ଆକଳନ

Politics

Exit Poll Shocker / ପଶ୍ଚିମବଙ୍ଗରେ ଭାଙ୍ଗିବ TMC ଗଡ଼; ବିଜେପି ଏକାକୀ ସରକାର ଗଢ଼ିବା ନେଇ Exit Pollର ଆକଳନ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ପଶ୍ଚିମବଙ୍ଗରେ ଭାଙ୍ଗିବ TMC ଗଡ଼; ବିଜେପି ଏକାକୀ ସରକାର ଗଢ଼ିବା ନେଇ Exit Pollର ଆକଳନ
West Bengal Exit Poll 2026

Key Points

ପଶ୍ଚିମବଙ୍ଗର ୬ଟି ଏକଜିଟ୍ ପୋଲରୁ ୨ଟି ଟିଏମସି ସପକ୍ଷରେ ଯାଉଥିବା ବେଳେ ଅନ୍ୟ ୪ଟି ବିଜେପି ସରକାର ଗଢ଼ିବ ବୋଲି ଆକଳନ କରିଛି । ଏକଜିଟ୍ ପୋଲର ଆକଳନ ସତ ହେଲେ ଦିଦିଙ୍କ ଗଡ଼ରେ ବିଜେପି କ୍ଷମତାକୁ ଆସିବ ।
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର । ଭାଙ୍ଗିବ ଦିଦିଙ୍କ ଗଡ଼ । ଏକଜିଟ୍ ପୋଲର ଆକଳନ ଅନୁସାରେ, ପଶ୍ଚିମବଙ୍ଗରେ ବିଜେପି ପ୍ରଥମଥର ଲାଗି ସରକାର ଗଢ଼ିବ । ଏକାଧିକ ଏକଜିଟ୍ ପୋଲ ପଶ୍ଚିମବଙ୍ଗରେ ବିଜେପି ଏକାକୀ ବହୁମତ ପାଇବ ବୋଲି ଦର୍ଶାଇଛନ୍ତି ।

ପଶ୍ଚିମବଙ୍ଗର ୬ଟି ଏକଜିଟ୍ ପୋଲରୁ ୨ଟି ଟିଏମସି ସପକ୍ଷରେ ଯାଉଥିବା ବେଳେ ଅନ୍ୟ ୪ଟି ବିଜେପି ସରକାର ଗଢ଼ିବ ବୋଲି ଆକଳନ କରିଛି । ଏକଜିଟ୍ ପୋଲର ଆକଳନ ସତ ହେଲେ ଦିଦିଙ୍କ ଗଡ଼ରେ ବିଜେପି କ୍ଷମତାକୁ ଆସିବ । କଂଗ୍ରେସର ଆସନ ସଂଖ୍ୟା ୫ରୁ କମିଯିବ । 

ଏଥିସହ ପଢ଼ନ୍ତୁ: ଆସାମରେ ପୋଛି ନେବ NDA; ୮୮ରୁ ୧୦୦ ଆସନ ଜିତିବା ନେଇ ଆକଳନ 

ପଶ୍ଚିମବଙ୍ଗରେ ବିଜେପି ସରକାର !

P-MARQର ଏକଜିଟ୍ ପୋଲ ଆକଳନ ଅନୁସାରେ, ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ବିଜେପି ବହୁମତ ହାସଲ କରିବ । ବିଜେପିକୁ ୧୫୦ରୁ ୧୭୫ ଆସନ ମିଳିବା ଆକଳନ କରାଯାଇଥିବା ବେଳେ ଟିଏମସି ୧୧୮ରୁ ୧୩୮ଟି ଆସନରେ ବିଜୟୀ ହୋଇପାରେ । କଂଗ୍ରେସ ଓ ବାମଦଳ କୌଣସି ଆସନରେ ବିଜୟୀ ହେଇ ନପାରନ୍ତି ।


ସେହିଭଳି ମାଟ୍ରିଜ୍‌ର ଏକଜିଟ୍ ପୋଲ ଆକଳନ ମଧ୍ୟ ରହିଛି ବିଜେପି ସପକ୍ଷରେ । ବିଜେପିକୁ ୧୪୬ରୁ ୧୬୧ ଆସନ ମିଳିବା ଆକଳନ କରାଯାଇଥିବା ବେଲେ ଟିଏମସି ପାଇପାରେ ୧୨୫ରୁ ୧୪୦ ସିଟ୍ । ଏଠି ମଧ୍ୟ କଂଗ୍ରେସ ଓ ବାମଦଳକୁ କୌଣସି ଆସନ ମିଳି ନପାରେ ।


ଚାଣକ୍ୟ ଷ୍ଟ୍ରାଟେଜିର ଏକଜିଟ୍ ପୋଲ ଆକଳନ ମଧ୍ୟ ବିଜେପି ସପକ୍ଷରେ ରହିଛି । ବିଜେପି ୧୫୦ରୁ ୧୬୦ ଆସନରେ ବିଜୟୀ ହେବା ଆକଳନ କରାଯାଇଛି । ଟିଏମସି ୧୩୦ରୁ ୧୪୦ ଆସନ ପାଇପାରେ ବୋଲି ଆକଳନ ହୋଇଛି ।

ଏଥିସହ ପଢ଼ନ୍ତୁ: ଇଭିଏମ ଯାଞ୍ଚ ପରେ ହୋଇପାରେ ପୁନର୍ବାର ମତଦାନ! ନିର୍ଦ୍ଦେଶ ଦେଲେ ନିର୍ବାତନ ଆୟୋଗ 

ସମସ୍ତ ଏକଜିଟ୍ ପୋଲ ବିଜେପି ସପକ୍ଷରେ ରହିଥିବା ବେଳେ ପିପୁଲ୍ସ ପଲ୍ସର ଆକଳନ ଟିଏମସି ପୁଣି କ୍ଷମତାକ ଆସିବ । ବିଜେପି ୯୫ରୁ ୧୧୦ ଆସନରେ ଜିତିବା ଆକଳନ କରାଯାଇଛି । ସେହିଭଳି ଟିଏମସି ୧୭୮ରୁ ୧୮୯ ଆସନରେ ବିଜୟୀ ହୋଇ ପୁଣି ସରକାର ଗଢ଼ିପାରେ । କଂଗ୍ରେସ ମାତ୍ର ୧ରୁ ୩ ଆସନ ଓ ବାମ ଦଳ ଗୋଟିଏ ଆସନ ହାତେଇ ପାରେ ।

ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ହୋଇଥିଲା ୯୩.୧୯% ଭୋଟିଂ । ବୁଧବାର ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ସନ୍ଧ୍ୟା ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ଭୋଟିଂ ହୋଇଛି । ଆସନ୍ତା ମେ ୪ ତାରିଖରେ କେରଳ, ତାମିଲନାଡ଼ୁ, ପୁଡୁଚେରୀ, ଆସାମ ସହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Exit Poll 2026: BJP Set to Form Govt, TMC Faces Tough Fight | Argus News | Argus News