Bengal Politics Latest Update / ବଡ଼ ଅଫର ଦେଲେ ହୁମାଁୟୁ କବୀର; ମାନିବେ କି ମମତା ବାନାର୍ଜୀ?
·1 hour ago·3 min read

Key Points
ମୁଁ ଆଜି ରାଜନୀତିରେ ଯେଉଁଠି ପହଞ୍ଚିଛି କେବଳ ତାଙ୍କ ଯୋଗୁଁ ସମ୍ଭବ ହୋଇଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବଡ଼ ଅଫର ଦେବା ଅବସରରେ ଏକଥା କହିଛନ୍ତି ହୁମାଁୟୁ କବୀର।
Humayun Kabir offers to Mamata Banerjee: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ମିଳିଥିବା ଶୋଚନୀୟ ପରାଜୟ ପରେ ଏବେ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇସାରିଛି ଟିଏମସି। ଆଉ ଏହା ପରେ ଆମ ଜନତା ଉନ୍ନୟନ ପାର୍ଟି (ଏଜେୟୁପି) ପ୍ରତିଷ୍ଠାତା ହୁମାଁୟୁ କବୀର ଟିଏମସି ସୁ୍ପ୍ରିମୋ ମମତା ବାନାର୍ଜୀଙ୍କୁ ଦେଇଛନ୍ତି ଏକ ବଡ଼ ଅଫର। ପଶ୍ଚିମବଙ୍ଗ ବିଧାନସଭାକୁ ପୁନର୍ବାର ନିର୍ବାଚିତ ହେବା ପାଇଁ ରେଜିନଗର ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି। କିଛି ମାସ ପୂର୍ବରୁ ଯେଉଁ କବୀର ଟିଏମସି ସରକାରକୁ ଓପାଡ଼ି ଫିଙ୍ଗିବା ପାଇଁ ଆହ୍ୱାନ ଦେଉଥିଲେ ସେ ଏବେ ମମତା ବାନାର୍ଜୀଙ୍କୁ ଦେଇଛନ୍ତି ଖୋଲା ଅଫର। ଏଥର ୨୦୨୬ ବିଧାନସଭା ହୁମାଁୟୁ କବୀର ପଶ୍ଚିମବଙ୍ଗର ଉଭୟ ନାୱଦା ଏବଂ ରେଜିନଗର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସେ ନାୱଦା ଆସନ ବଜାୟ ରଖିଥିବା ବେଳେ ରେଜିନଗର ଆସନରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ରେଜିନଗର ଆସନରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ସେ ମମତା ବାନାର୍ଜୀଙ୍କୁ ପୁନର୍ବାର ବିଧାନସଭାକୁ ଫେରିବା ପାଇଁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି।
କିନ୍ତୁ ଯଦି ସେ ଚାହାଁନ୍ତି, ତାହେଲେ ମୁଁ ଇସ୍ତଫା ଦେବି: ହୁମାଁୟୁ କବୀର
ଏଜେୟୁପି (AJUP) ପ୍ରତିଷ୍ଠାତା ହୁମାଁୟୁ କବୀର କହିଛନ୍ତି ଯେ ସେ ରେଜିନଗର ଆସନରୁ ଇସ୍ତଫା ଦେବା ପରେ, ସେଠାରେ ଏକ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମମତା ବାନାର୍ଜୀ ଏହି ନିର୍ବାଚନମଣ୍ଡଳୀରୁ ଉପନିର୍ବାଚନ ଲଢି ବିଧାନସଭାକୁ ଫେରିପାରିବେ। ନିର୍ବାଚନ ନିୟମ ଅନୁଯାୟୀ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଦୁଇଟି ଆସନ ମଧ୍ୟରୁ ଗୋଟିଏ ସିଟ୍ ଖାଲି କରିବାକୁ ହେବ। ଯଦି ମମତା ବାନାର୍ଜୀ ମୋ ପାଖକୁ ଆସନ୍ତି, ତାହେଲେ ମୁଁ ତାଙ୍କୁ ରେଜିନଗର ଆସନରୁ ବିଧାନସଭାକୁ ପଠାଇପାରିବି। ଯଦି ସେ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ, ତାହେଲେ ସେ ଜିତିପାରିବେ ନାହିଁ। ହେଲେ ଯଦି ସେ ଚାହାଁନ୍ତି, ମୁଁ ଇସ୍ତଫା ଦେବି ଏବଂ ମୋ ନିର୍ବାଚନମଣ୍ଡଳୀରୁ ତାଙ୍କର ବିଜୟ ସୁନିଶ୍ଚିତ କରିବି।\
ଏହା ସହିତ ପଢନ୍ତୁ: ବିଭାଜନ ମୁହାଁ ଦଳ; ପଦ ଛାଡି଼ଲେ କୋଲକାତା ମେୟର
ରାଜନୈତିକ ଯାତ୍ରାର ସବୁଠାରୁ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ମମତା ବାନାର୍ଜୀ
୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଉଭୟ ନନ୍ଦିଗ୍ରାମ ଏବଂ ଭବାନୀପୁର ଆସନରୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଭବାନୀପୁର ଆସନ ବଜାୟ ରଖିଛନ୍ତି। ଯେଉଁଠାରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ। ଏଜେୟୁପି ପ୍ରତିଷ୍ଠାତାଙ୍କ ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ବାନାର୍ଜୀ ତାଙ୍କ ରାଜନୈତିକ ଯାତ୍ରାର ସବୁଠାରୁ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ମିଳିଥିବା ପରାଜୟ ଏବଂ ବିଦ୍ରୋହ ଦଳକୁ ଏକ ଗଭୀର ସଙ୍କଟ ମଧ୍ୟକୁ ଠେଲି ଦେଇଛି। ବର୍ତ୍ତମାନ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇ ସାରିଥିବା ତୃଣମୂଳ କଂଗ୍ରେସ ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କ ହମାଁୟୁ କବୀରଙ୍କ ଏପରି ପ୍ରସ୍ତାବ ଦେବା ରାଜନୈତିକ ମହଲରେ ବିଶେଷ ଗୁରୁତ୍ୱ ରଖୁଛି।
ଦଳୀୟ ନେତୃତ୍ୱ ସହିତ ଦୀର୍ଘ ସମୟ ଧରି ମୁହାଁମୁହିଁ ହେବା ପରେ ଗତ ବର୍ଷ ପୁରଣା ଦଳରୁ (ଟିଏମସି) ବହିଷ୍କୃତ ହୋଇଥିବା ହୁମାଁୟୁ କବୀର ପରେ ଏଜେୟୁପି ଗଠନ କରିଥିଲେ। ଏହା ପର ଠାରୁ ସେ ରାଜ୍ୟର ବିଦାୟୀ ଶାସକ ଦଳର ସବୁଠାରୁ କଠୋର ସମାଲୋଚକ ରହି ଆସିଛନ୍ତି। ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାକୁ ମଧ୍ୟ ପଛାଇ ନାହାଁନ୍ତି।
ମୁଁ ଆଜି ରାଜନୀତିରେ ଯାହା କିଛି ହୋଇଛି, କେବଳ ତାଙ୍କ ଯୋଗୁଁ ହୋଇଛି: ହୁମାଁୟୁ କବୀର
୧୫ ବର୍ଷର ଟିଏମସି ସରକାର ଗାଦିଚ୍ୟୁତ ହେବା ଏବଂ ଦଳରେ ସୃଷ୍ଟି ହୋଇଥିବା ବିଭାଜନ ମଧ୍ୟରେ ମମତା ବାନାର୍ଜୀ ତାଙ୍କର ରାଜନୈତିକ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ଏଜେୟୁପି ପ୍ରତିଷ୍ଠାତା ହୁମାଁୟୁ କବୀର ମମତା ବାନାର୍ଜୀଙ୍କ ପ୍ରତି ତାଙ୍କ ଆଭିମୁଖ୍ୟକୁ ନରମ କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ଆଜି ସେ (ମମତା ବାନାର୍ଜୀ) ଯେଉଁ ପରିସ୍ଥିତିରେ ଅଛନ୍ତି, ତାହା ଦେଖି ମୋତେ କଷ୍ଟ ହେଉଛି। ମୁଁ ଆଜି ରାଜନୀତିରେ ଯେଉଁଠି ପହଞ୍ଚିଛି କେବଳ ତାଙ୍କ ଯୋଗୁଁ ସମ୍ଭବ ହୋଇଛି।
ସମର୍ଥନ ପ୍ରଦାନ କରିବା ସହିତ, ହୁମାଁୟୁ କବୀର ତାଙ୍କ ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଭାବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଏନେଇ ସେ କହିଥିଲେ, "ଏବେ କେହି ମମତା ବାନାର୍ଜୀଙ୍କ କଥା ଶୁଣୁ ନାହାଁନ୍ତି। ହେଲେ ରେଜନିନଗର ଅଞ୍ଚଳରେ ଶେଷ ନିଷ୍ପତ୍ତି ସେ ନେଇଥାନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Humayun Kabir offers to Mamata BanerjeeWest Bengal assembly bypoll newsMamata Banerjee Rejinagar seat offerWest Bengal political crisis 2026Humayun Kabir byelection offerHumayun Kabir resigns from Rejinagar assembly seatAJUP chief Humayun Kabir Mamata Banerjee statementMamata Banerjee route back to Bengal AssemblyHumayun Kabir asks Mamata Banerjee to contest bypollWest Bengal election updates Rejinagar constituency