KMC Mayor Firhad Hakim / ବିଭାଜନ ମୁହାଁ ଦଳ; ପଦ ଛାଡି଼ଲେ କୋଲକାତା ମେୟର
·1 hour ago·2 min read

Key Points
ତୃଣମୂଳ କଂଗ୍ରେସରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର କୋଲକାତା ନଗର ନିଗମ ମେୟର ପଦରୁ ଇସ୍ତଫା ଦେଇଛନ୍ତି ଫିରହାଦ ହକିମ୍।
Firhad Hakim Resigns From KMC Mayor Post: ୨୦୨୬ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମସି) ବିଭାଜନ ଦ୍ୱାରରେ ପହଞ୍ଚି ଯାଇଛି। ଏପରିକି ଦଳରୁ ନେତାଙ୍କ ଇସ୍ତଫା ସହ ପଳାୟନ ମଧ୍ୟ ଆରମ୍ଭ ହୋଇସାରିଛି। ଦଳରେ ଏବେ ଛକାପଞ୍ଝା ଜାରି ରହିଥିବା ବେଳେ ବୁଧବାର (ଜୁନ୍ ୩) କୋଲକାତା ମେୟର ପଦରୁ ଇସ୍ତଫା ଦେଇଛନ୍ତି ଫିରହାଦ ହକିମ। ଯିଏ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ଭାବରେ ପରିଚିଚ। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ ରାଜ୍ୟର କୋଲକାତା ପୋର୍ଟ ଆସନରୁ ନିର୍ବାଚିତ ହୋଇଛନ୍ତି।
ଫିରହାଦ ହକିମଙ୍କ କୋଲକାତା ମେୟର ପଦରୁ ଇସ୍ତଫା ଦେବା ଘଟଣାକୁ ଟିଏମସି ଲାଗି ଏକ ବଡ଼ ଝଟକା ଭାବରେ ବିବେଚନା କରାଯାଉଛି। ଦଳରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ଏବଂ ବିଗତ କିଛି ଦିନ ମଧ୍ୟରେ କୋଲକାତା ନଗର ନିଗମରେ (କେଏମସି) ଦଳୀୟ କର୍ପୋରେଟରଙ୍କ ଇସ୍ତଫା ଦେବା ଘଟଣା ମଧ୍ୟରେ ଫିରହାଦ ହକିମ କୋଲକାତା ମେୟର ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପରେ କିଏ ହେବେ କୋଲକାତାର ପରବର୍ତ୍ତୀ ମେୟର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହେବା ପରେ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବା ଦର୍ଶାଇ ଫିରହାଦ ହକିମ କୋଲକାତା ମେୟର ପଦରୁ ଇସ୍ତଫା ଦେବା ପାଇଁ ଟିଏମସି ନେତୃତ୍ୱ ପାଖରୁ ଅନୁମତି ମାଗିଥିଲେ। ହେଲେ ତାଙ୍କୁ ଇସ୍ତଫା ନଦେବାକୁ କୁହାଯାଇଥିଲା। ଏହା ପରେ ସେ ବୁଧବାର ପୁଣି ଥରେ ତାଙ୍କୁ ତାଙ୍କ ପଦ ଛାଡି଼ବାକୁ ଅନୁମତି ଦେବା ପାଇଁ ଟିଏମସି (TMC) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଥିଲେ। ଏହା ପରେ ଯାଇ ଦଳୀୟ ନେତୃବୃନ୍ଦ ରାଜି ହୋଇଥିବା କହିଛନ୍ତି ଟିଏମସି ବିଧାୟକ କୁନାଲ ଘୋଷ।
ଏହା ସହ ପଢନ୍ତୁ: ଅଭିଷେକ ବାନାର୍ଜୀଙ୍କୁ ମିଳିଲା କେଏମସି ନୋଟିସ୍; ଟିଏମସି ମେୟର କହିଲେ...
ଦଳର ଜଣେ ପୁରୁଖା ସଂଖ୍ୟାଲଘୁ ଚେହେରା ଭାବେ ପରିଚିତ ଫିରହାଦ ହକିମ ଗତ ୨୦୧୮ ରୁ କୋଲକାତା ମେୟର ଭାବରେ କାର୍ଯ୍ୟ କରୁଛନ୍ତି। ଯିଏ ବର୍ଷ ବର୍ଷ ଧରି ବିଦାୟୀ ଟିଏମସି ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରି ସାରିଛନ୍ତି। ଗତ ୨୦୧୦ ରୁ କେଏମସି (KMC) ଟିଏମସି ଦଖଲରେ ରହିଛି।
ଗତ ମାସରେ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଏକ ଚିଠି ପଠାଇ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧି ଦଳ ନେତା, ନୟନା ବନ୍ଦୋପାଧ୍ୟାୟ ଏବଂ ଅସୀମା ପାତ୍ରଙ୍କୁ ବିରୋଧି ଦଳ ଉପନେତା ଏବଂ ଫିରହାଦ ହାକିମଙ୍କୁ ଦଳର ମୁଖ୍ୟ ସଚେତକ ଭାବରେ ନାମିତ କରିଥିଲେ। ହେଲେ ଏହା ପରେ ଦଳରେ ଆରମ୍ଭ ହୋଇ ଯାଇଥିଲା ବିଦ୍ରୋହ। ଯାହା ବୁଧବାର ବିଧାୟକ ଦଳରେ ଏକ ନୂତନ ଗୋଷ୍ଠୀ ଗଠିତ ହେବା ସହିତ ଚୂଡ଼ାନ୍ତ ରୂପ ନେଇଥିଲା। ବିଦ୍ରୋହୀ ଗୋଷ୍ଠୀ ନିଜକୁ ପ୍ରକୃତ ଟିଏମସି ପ୍ରତିନିଧି ବୋଲି ଦାବି କରିଛି।
ବୁଧବାର ବିଦ୍ରୋହୀ ଟିଏମସି ବିଧାୟକଙ୍କ ଏକ ଗୋଷ୍ଠୀ ବିଧାନସଭା ବାଚସ୍ପତିଙ୍କୁ ଭେଟି ବିରୋଧି ଦଳ ନେତା ପଦ ପାଇଁ ରୀତବ୍ରତ ବାନାର୍ଜୀଙ୍କୁ ସମର୍ଥନ କରୁଥିବା ୫୮ ଜଣ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଥିଲେ। ବିଧାନସଭାର ତୃଣମୂଳ କଂଗ୍ରେସର (ଟିଏମସି) ମୋଟ ୮୦ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ବହିଷ୍କୃତ ଦଳୀୟ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହାଙ୍କ ନେତୃତ୍ୱରେ ବିଦ୍ରୋହ କରିଛନ୍ତି। ସଦ୍ୟ ସମାପ୍ତ ବଙ୍ଗ ବିଧାନସଭା ନିର୍ବାଚନରେ ମିଳିଥିବା ପରାଜୟ ଟିଏମସି ଏବେ ଦୁଇ ଗେଷ୍ଠୀରେ ବିଭାଜିତ ହୋଇସାରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories