Videos
|
Politics

Imran Masood vs Ashu Malik / ଦିଶା ବୈଠକ ବେଳେ ମୁହାଁମହିଁ ହେଲେ କଂଗ୍ରେସ ସାଂସଦ-ସପା ବିଧାୟକ; ଭିଡ଼ିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଦିଶା ବୈଠକ ବେଳେ ମୁହାଁମହିଁ ହେଲେ କଂଗ୍ରେସ ସାଂସଦ-ସପା ବିଧାୟକ; ଭିଡ଼ିଓ ଭାଇରାଲ
Imran Masood vs Ashu Malik

Key Points

ଦିଶା ବୈଠକ ବେଳେ କଂଗ୍ରେସ ସାଂସଦଙ୍କ ସହ ସପା ବିଧାୟକଙ୍କ ହୋଇଛି ଯୁକ୍ତିତର୍କ।
Disha Meeting Saharanpur Controversy: ଦିଶା ବୈଠକ ବେଳେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ସାଂସଦ-ସପା ବିଧାୟକ। ବୈଠକ ଚାଲିଥିବା ବେଳେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା। ଦିଶା ବୈଠକ ଚାଲିଥିବା ସମୟରେ, କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏବଂ ସମାଜବାଦୀ ପାର୍ଟି (ସପା) ବିଧାୟକ ଆଶୁ ମଲିକ ମୁହାଁମୁହିଁ ହୋଇଥିଲା।

ଦିଶା ବୈଠକ ପ୍ରଶ୍ନ ପଚାରିବା ପାଇଁ ଅନୁମତି ଏବଂ ସମୟକୁ ନେଇ ସାଂସଦଙ୍କ ସହ ବିଧାୟକଙ୍କ ଯୁକ୍ତିତର୍କ ହୋଇଥିଲା। କଂଗ୍ରେସ ସାଂସଦ ଇମ୍ରାନ ମାସୁଦ (Congress MP Imran Masood) ପଚାରିଥିଲେ ଯେ ସେ ଅଧ୍ୟକ୍ଷଙ୍କ ସହିତ ପରାମର୍ଶ କରିବା ପରେ ଯାଇ ପ୍ରଶ୍ନ ପଚାରିବା ଉଚିତ ନାଁ ନୁହେଁ। ଏହାର ଜବାବରେ ସପା ବିଧାୟକ ଆଶୁ ମଲିକ (SP MLA Ashu Malik) ଉତ୍ତର ଦେଇଥିଲେ, "ଏହା ହେଉଛି ଦିଶା ସଭା କୌଣସି ରାଲି ନୁହେଁ।"

କଂଗ୍ରେସ ସାଂସଦ ଇମ୍ରାନ ମାସୁଦ କହିଥିଲେ ଯେ ସବୁକିଛି ନିୟମ ଅନୁଯାୟୀ କରାଯିବ। ଏହାର ଜବାବରେ ସପା ବିଧାୟକ ଆଶୁ ମଲିକ କହିଥିଲେ, "ପ୍ରଶ୍ନ ହେଉଛି ମୋର, ହେଲେ ମୁଁ ଉତ୍ତରରେ ସନ୍ତୁଷ୍ଟ ନୁହେଁ।" ବିଧାୟକ କହିଥିଲେ ଯେ, ଯଦି ଆମେ ପ୍ରଶ୍ନ ପଚାରିବୁ ନାହିଁ, ତାହେଲେ କିଏ ପଚାରିବ?"

ଏହା ସହ ପଢନ୍ତୁ:  ବଢୁଛି କଂଗ୍ରେସ ଚାପ; ଦାବି ଆଗରେ ଦବି ଯିବକି ସମାଜବାଦୀ ପାର୍ଟି?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଠକ ବେଳେ ଖୋଲାଖୋଲି ହୋଇଥିଲା ମୁହାଁମୁହିଁ
ସହାରନପୁର ଜିଲ୍ଲାର ବିକାଶ ଭବନ ସଭାଗୃହରେ ମଙ୍ଗଳବାର (୧୮ ଅଗଷ୍ଟ) ଜିଲ୍ଲା ବିକାଶ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି (District Development Coordination and Monitoring Committee) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସହାରନପୁର ଲୋକସଭା ଆସନର କଂଗ୍ରେସ ସାଂସଦ ଇମ୍ରାନ ମସୁଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଚାଲୁଥିବା ସମୟରେ, କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏବଂ ସହାରନପୁର ଗ୍ରାମୀଣ ଆସନର ସମାଜବାଦୀ ପାର୍ଟି ବିଧାୟକ ଆଶୁ ମଲିକଙ୍କ ମଧ୍ୟରେ ଖୋଲାଖୋଲି ଯୁକ୍ତିତର୍କ ହୋଇଥିଲା। କେତେବେଳେ "ଆପଣ ପ୍ରଥମେ କୁହନ୍ତୁ", ଆଉ କେତେବେଳେ "ଖାଲି ଆପଣ କୁହନ୍ତୁ", ଏହାକୁ ନେଇ ସାଂସଦଙ୍କ ସହ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। 

ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସହ କଂଗ୍ରେସ ମେଣ୍ଟ କରୁଥିବାର ଚର୍ଚ୍ଚା ହେଉଛି। ହେଲେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦଙ୍କ ସହ ସପା ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ କଂଗ୍ରେସ ସାଂସଦ ଇମ୍ରାନ ମସୁଦ ସମାଜବାଦୀ ପାର୍ଟି ସହ ମୁହାଁମୁହିଁ ହୋଇଛନ୍ତି। ସେ ବିଭିନ୍ନ ପ୍ରସଙ୍ଗରେ ସପା ମୁଖ୍ୟଙ୍କୁ ଘେରିବାରେ ଲାଗିଛନ୍ତି।


Imran Masood & Ashu Malik Spar at Saharanpur DISHA Meeting | Argus News